Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଜିଓ ପକ୍ଷରୁ ପ୍ରଥମ ଥର ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ‘ଡିଜିଟାଲ୍ ଉଡାନ୍’ର ଶୁଭାରମ୍ଭ, ଜାଣନ୍ତୁ କଣ ରହିଛି ଏଥିରେ

4/07/2019 at 12:59 PM

ଭୁବନେଶ୍ବର ୪|୭: ଜିଓ ପକ୍ଷରୁ ଭାରତରେ ଏକ ଡିଜିଟାଲ୍ ସାକ୍ଷରତା କାର୍ଯ୍ୟକ୍ରମ ବିଷୟରେ ଘୋଷଣା କରାଯାଇଛି । ଏହି ନୂଆ ଅଭିଯାନର ନାମ ହେଉଛି ‘ଡିଜିଟାଲ୍ ଉଡାନ୍’ ଯାହା ପ୍ରଥମଥର ଇଣ୍ଟରନେଟ୍ ବ୍ୟବହାର କରୁଥିବା ଲୋକମାନଙ୍କୁ ଇଣ୍ଟରନେଟକୁ ବୁଝିବା ଓ ଡିଜିଟାଲ୍ ସାକ୍ଷରତା ଜରିଆରେ ସଶକ୍ତ କରାଇବ । ଜିଓ ଯୋଗୁଁ ୩୦୦ ନିୟୁତରୁ ଅଧିକ ଲୋକ ଡିଜିଟାଲ୍ ଜଗତରେ ସାମିଲ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପ୍ରଥମ ଥର ଇଣ୍ଟରନେଟ୍ ବ୍ୟବହାର କରୁଥିବା ବ୍ୟବହାରକାରୀ ।

ଡିଜିଟାଲ୍ ଉଡାନ୍ ଅଭିଯାନର ଅଂଶ ସ୍ବରୂପ, ଜିଓ ପକ୍ଷରୁ ପ୍ରତି ଶନିବାର ବ୍ୟବହାରକାରୀମାନଙ୍କ ସହ ସମ୍ପର୍କ ସ୍ଥାପନ କରାଯିବ ଯେଉଁଥିରେ ସେମାନଙ୍କୁ ଜିଓ ଫୋନ୍‌ ର ବିଭିନ୍ନ ସୁବିଧା, ବିଭିନ୍ନ ଆପ୍‌ ର ବ୍ୟବହାର, ଇଣ୍ଟରନେଟ୍ ର ନିରାପତ୍ତା ଏବଂ ଜିଓ ଫୋନ୍ ରେ ଫେସବୁକ୍ କିଭଳି ସରଳ, ସୁରକ୍ଷିତ ଏବଂ ନିରାପଦ ଉପାୟରେ ବନ୍ଧୁ ଓ ପରିଜନଙ୍କ ସହ ଯୋଡ଼ି ହେବା ପାଇଁ ବ୍ୟବହାର କରାଯିବ ସେ ବିଷୟରେ ଅବଗତ କରାଯିବ । ଏହାକୁ ୧୦ଟି ଆଂଚଳିକ ଭାଷାରେ ଅଡିଓ-ଭିଜୁଆଲ ପ୍ରଶିକ୍ଷଣ ଭାବେ ହାସଲ କରାଯାଇପାରିବ । ଜିଓ ପକ୍ଷରୁ ଫେସବୁକ ସହ ମିଶି କାମ କରାଯାଇ ଏହା ନିଶ୍ଚିତ କରାଯାଇଛି ଯେ ଡିଜିଟାଲ ଉଡାନ ପାଇଁ ପ୍ରସ୍ତୁତ କରାଯାଇଥିବା ମଡ୍ୟୁଲ ସେହି ସବୁ ସହର ଓ ଅଚଂଳଗୁଡ଼ିକର ଲୋକମାନଙ୍କ ପାଇଁ ଉପଯୋଗୀ ରହିବ ଏବଂ ଏଥିରେ ତାଲିମଦାତାଙ୍କୁ ତାଲିମ ଅଧିବେଶନ ଓ ତାଲିମ ଭିଡିଓ ଏବଂ ସୂଚନା ପୁସ୍ତିକା ମଧ୍ୟ ପ୍ରଦାନ କରାଯିବ ।

ଏହି କାର୍ଯ୍ୟକ୍ରମକୁ ୧୩ଟି ରାଜ୍ୟର ପାଖାପାଖି ୨୦୦ ବିଭିନ୍ନ ଅଂଚଳରେ ଶୁଭାରମ୍ଭ କରାଯାଇଛି । ଖୁବଶୀଘ୍ର ଏହି ଅଭିଯାନ ୭୦୦୦ରୁ ଅଧିକ ସ୍ଥାନରେ ପହଂଚି ଜିଓ ଫୋନ ବ୍ୟବହାରକାରୀ ଓ ପ୍ରଥମ ଥର ଇଣ୍ଟରନେଟ୍ ବ୍ୟବହାର କରୁଥିବାଲୋକମାନଙ୍କୁ ସଶକ୍ତ କରିବ ।

ଭାରତୀୟ ଉପଭୋକ୍ତାଙ୍କ ଡିଜିଟାଲ ଅନୁଭୂତିକୁ ସମୃଦ୍ଧ କରିବା ପାଇଁ ସବୁ ବେଳେ ବିଶ୍ୱ ସ୍ତରୀୟ ସହଯୋଗୀଙ୍କ ସହ ସହଭାଗିତାରେ କାର୍ଯ୍ୟ କରିବାକୁ ଜିଓ ପ୍ରୟାସ କରିଆସିଛି । ଡିଜିଟାଲ ଉଡାନ ଅଭିଯାନ ହେଉଛି ସେଭଳି ଏକ ଉଦାହରଣ ଯାହା ସୂଚନା ଅସମାନତାରେ ରହିଥିବା ପ୍ରତିବନ୍ଧକକୁ ଦୂର କରିବ ଏବଂ ସଠିକ ସମୟ (ରିଅଲ ଟାଇମ)ରେ ତାହାକୁ ପଂହଚାଇବ । ଏହା ହେଉଛି ଅନ୍ତର୍ଭୁକ୍ତୀକରଣ ସୂଚନା, ଶିକ୍ଷା ଓ ମନୋରଂଜନର ଏକ କାର୍ଯ୍ୟକ୍ରମ ଯେଉଁଠାରେ ଜଣେ ହେଲେ ବି ଭାରତୀୟ ଡିଜିଟାଲ୍ ଅଭିଯାନରୁ ଅଲଗା ହୋଇ ରହିବେ ନାହିଁ । ଜିଓ ଏହି କାର୍ଯ୍ୟକ୍ରମକୁ ଭାରତର ପ୍ରତିଟି ଗାଁ ଓ ସହରରେ ପହଂଚାଇ ଦେଶରେ ୧୦୦% ଡିଜିଟାଲ ସାକ୍ଷରତା ହାସଲ କରିବାକୁ ଲକ୍ଷ୍ୟ ରଖିଛି ବୋଲି ରିଲାଏନ୍ସ ଜିଓ ନିର୍ଦ୍ଦେଶକ ଆକାଶ ଅମ୍ବାନି କହିଛନ୍ତି ।

ଏହି ଅଭିଯାନ ବିଷୟରେ ଫେସବୁକ ଇଣ୍ଡିଆ ଭିପି ଏବଂ ଏମଡି ଅଜିତ ମୋହନ କହିଛନ୍ତି ଯେ, ଭାରତର ଡିଜିଟାଲ୍ ବିକଳ୍ପକୁ ଆଗକୁ ବଢ଼ାଇବାରେ ପ୍ରମୁଖ ଭୂମିକା ନିର୍ବାହ କରି ଜିଓ ନିୟୁତାଧିକ ଭାରତୀୟଙ୍କ ସଶକ୍ତ କରିଛି ଏବଂ ଇଣ୍ଟରନେଟ୍ ହାସଲ କରିବାର ସୁଯୋଗକୁ ସଂପ୍ରସାରିତ କରିଛି । ଏହି ଲକ୍ଷ୍ୟରେ ଫେସବୁକ ହେଉଛି ଏକ ସହଯୋଗୀ ଏବଂ ପ୍ରଥମ ଥର ଇଣ୍ଟରନେଟ୍ ବ୍ୟବହାର କରୁଥିବା ଲୋକମାନଙ୍କ ପାଖରେ ପହଂଚିବା ଓ ସେଥିରେ ଥିବା ଶକ୍ତିକୁ ସେମାନଙ୍କ ପାଇଁ ବ୍ୟବହାରଯୋଗ୍ୟ କରିବା ନିମନ୍ତେ ବ୍ୟବସ୍ଥା ବିକଶିତ କରିବା ପାଇଁ ଜିଓ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବହୁତ ଖୁସି ।

ଏହି ସ୍ବତନ୍ତ୍ର ଅଭିଯାନ ଅଂଶଗ୍ରହଣକାରୀମାନଙ୍କୁ ଡିଜିଟାଲ୍ ମାଧ୍ୟମ ଭାରତ ଓ ବିଶ୍ବ ସହ ଯୋଡ଼ିବ । ସେମାନେ ଜ୍ଞାନର ଦୁନିଆ, ସରକାରୀ ଲାଭ ଓ କାର୍ଯ୍ୟକ୍ରମ, ଆବଶ୍ୟକ ସେବା ଓ ମନୋରଂଜନ ସେମାନଙ୍କ ଫୋନ୍ ରେ ଫେସବୁକ୍ ଜରିଆରେ ଏବଂ ବ୍ୟାପକ ଜିଓ ଆପ୍ ଜରିଆରେ ପାଇପାରିବେ ।

   Related Posts