ପ୍ରତ୍ୟେକ ଦିନ ଜିଓ ଗ୍ରାହକଙ୍କୁ ଫ୍ରିରେ ମିଳିବ ୨୫ ଜିବି ଡାଟା! କମ୍ପାନୀ ଦେଲା ଚେତାବନୀ, ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | October 05, 2019 IST

ନୂଆଦିଲ୍ଲୀ୫|୧୦: ରିଲାନ୍ସ ଜିଓ ନାଁରେ ଗ୍ରାହକଙ୍କ ପାଖକୁ ଫେକ୍‌ ମେସେଜ ଆସୁଥିବା କଥା ସାମ୍ନାକୁ ଆସିଛି। ସେଥିଲାଗି ଜିଓ ଟ୍ବିଟ୍‌କରି ନିଜ ଗ୍ରାହକଙ୍କୁ ସତର୍କ କରିଛି । ଏହିଭଳି ଫେକ୍‌ ମେସେଜ ଉପରେ ବିଶ୍ବାସ ନ କରିବା ପାଇଁ ମଧ୍ୟ ଗ୍ରାହକଙ୍କୁ ଜିଓ ପରାମର୍ଶ ଦେଇଛି। ‘’ଖୁସ ଖବର!! ପ୍ରତ୍ୟେକ ଦିନ ଜିଓ ଫ୍ରିରେ ୨୫ ଜିବି ଡାଟା ହିସାବରେ ୬ ମାସ ପର୍ଯ୍ୟନ୍ତ ଦେବ ଏବଂ ଇଂରାଜୀରେ (Good news!! Jio is giving free 25GB data daily for 6 months. Download app now and register to activate offer,) ଏଭଳି ଫେକ୍‌ ମେସେଜ ଗ୍ରାହକଙ୍କ ପାଖକୁ ପଠାଯାଉଛି।

 ଏହି ମେସେଜ ସଂପର୍କରେ ଜଣେ ୟୁଜର୍ସ ରିଲାନ୍ସ ଜିଓ ପାଖରେ ରିପୋର୍ଟ କରିଥିଲେ।ଜିଓ କମ୍ପାନୀ ପକ୍ଷରୁ ଏଭଳି ଫେକ୍ ମେସେଜ ଗ୍ରାହକଙ୍କୁ ପଠାଯାଇ ନାହିଁ ବୋଲି କମ୍ପାନୀ କହିଛି। ଏଭଳି ଅଫର ଆସିଲେ ଜିଓର ଓ୍ବେବସାଇଟ୍‌ ଓ ଆପ୍‌ ମାଧ୍ୟମରେ ଗ୍ରାହକ ଜାଣି ପାରିବେ ବୋଲି ଜିଓ ଟ୍ବିଟକରି ସବୁ ୟୁଜର୍ସଙ୍କୁ ସୂଚନା ଦେଇଛି।

ଏହା ପୂର୍ବରୁ କେବିସି ଲଟେରୀ ସଂପର୍କିତ ମେସେଜ ଗ୍ରାହକଙ୍କ ପାଖକୁ ଆସୁଥିଲା। ଏପରିକି ଗ୍ରାହକଙ୍କ ପାଖକୁ କଲ ଆସିବା ସହ ସେମାନଙ୍କ ହ୍ବାଟସ୍‌ଅପ୍‌ ନମ୍ବରରେ ମଧ୍ୟ ମେସେଜ ଆସୁଥିବାର ନଜୀର ରହିଛି। ଜଣେ ୟୁଜର୍ସଙ୍କୁ କଲ କରି ପ୍ରଶ୍ନ ପଚାର ଯାଇଥିଲା। ପ୍ରଶ୍ନ ଉତ୍ତର ଦେଲେ ତାଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି କୁହାଯାଇଥିଲା। ଯେତେବେଳେ ବ୍ୟକ୍ତି ଜଣକ ଲଟେରୀ ସଂପର୍କରେ ପଚାରିଥିଲେ ସେପଟୁ ଫୋନ କାଟି ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.