ଗ୍ରାହକଙ୍କୁ ନୂଆବର୍ଷ ଭେଟି : ୧ ଜାନୁୟାରୀରୁ ଯେକୌଣସି ନେଟଓ୍ବର୍କକୁ ଭଏସ୍ କଲ ମାଗଣା, ଘୋଷଣା କଲା ରିଲାଏନ୍ସ ଜିଓ

Published By : Prameya-News7 Bureau | December 31, 2020 IST

ନୂଆଦିଲ୍ଲୀ ୩୧/୧୨ : ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ପୁଣି ଏକ ଖୁସି ଖବର । ପୁଣି ଥରେ ଜିଓ ତାର କଷ୍ଟୋମରମାନଙ୍କ ପାଇଁ ଅଫନେଟ୍‌ ଡୋମେଷ୍ଟିକ୍‌ କଲ ଫ୍ରି କରିବାକୁ ଯାଉଛି । ଏକ ବୟାନ ଜାରି କରି କମ୍ପାନୀ କହିଛି ଜାନୁୟାର ୧ ତାରିଖରୁ ସମସ୍ତ ଜିଓ କଲ ମାଗଣା ହେବ । ଅର୍ଥାତ ୧ ଜାନୁୟାରୀ ପରେ ଇଣ୍ଟରକନେକ୍ଟ ୟୁସେଜ୍ ଚାର୍ଜେସ୍ (IUC) ଲାଗିବ ନାହିଁ ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, IUC  ଚାର୍ଜ ଶେଷ ହେବା ମାତ୍ରେ ଭଏସ୍ କଲ ଫ୍ରି ହୋଇଯିବ । ଜିଓ ପୁଣି ଥରେ ସମସ୍ତ ଅଫନେଟ୍ କଲ ୧ ଜାନୁୟାରୀ ୨୦୨୧ରୁ ଫ୍ରି କରିବାକୁ ଯାଉଛି । ଏହା ସହିତ କମ୍ପାନୀ ସ୍ପଷ୍ଟ କରିଛି ଯେ, ଜିଓ ନେଟଓ୍ବର୍କ ଅଫନେଟ୍‌ର କଲ ଆଗରୁ ମାଗଣା ଉପଲବ୍ଧ ଥିଲା ।

ଏହା ସହିତ ଗ୍ରାହକମାନଙ୍କୁ ଆଶ୍ବାଦନା ଦେଇ କମ୍ପାନୀ କହିଛି ଯେ, ଯଦି ରେଗୁଲେଟର ପକ୍ଷରୁ କୌଣସି ଦେୟ ଲଗାଯିବ ତେବେ କେବଳ ସେହିମାନଙ୍କୁ ଦେୟ ଦେବାକୁପଡିବ । ତେବେ ରିଲାଏନ୍ସ ଜିଓର ଏପରି ଘୋଷଣା ପରେ ସେୟାର ବାଜରରେ ମଧ୍ୟ ଏହାର ପ୍ରଭାବ ପଡିଛି । ଜିଓର ପ୍ରମୁଖ ପ୍ରତିଦ୍ବନ୍ଦୀ ଭାରତୀ ଏୟାରଟେଲର ସେୟାରରେ ପ୍ରାୟ ୨ ପ୍ରତିଶତ ହ୍ରାସ ପାଇଛି ।

ସେପ୍ଟେମ୍ବର ୨୦୧୯ରେ ଟେଲିକମ ରେଗୁଲେଟର ଟ୍ରାଇର ଫଇସଲା ଅନୁଯାୟୀ ଜିଓ ତାର ଗ୍ରାହକମାନଙ୍କ ଠାରୁ ଇଣ୍ଟରକନେକ୍ଟ ୟୁସେଜ୍ ଚାର୍ଜେସ୍ (IUC) ଆଦାୟ କରିବା ଆରମ୍ଭ କରିଦେଇଥିଲା । ଏହି ପ୍ରକ୍ରିୟା ଜାନୁୟାରୀ ୨୦୨୦ରୁ ଡିସେମ୍ବର ୨୦୨୦ ଯାଏ ଜାରି ରହିଥିଲା । ତେବେ ଜାନୁୟାରୀ ୧ ତାରିଖରୁ ଏହି ନିୟମରେ ପରିବର୍ତ୍ତନ ହେବା ସହିତ ଗ୍ରାହକଙ୍କୁ ମାଗଣା କଲର ପାଇଁ ଘୋଷଣା କରିଛି ରିଲାଏନ୍ସ ଜିଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.