Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ହେଲା ରିଲାଏନ୍ସ ଜିଓ

27/07/2019 at 4:26 PM

ନୂଆଦିଲ୍ଲୀ ୨୭|୭: ବ୍ୟବସାୟିକ ସେବା ଆରମ୍ଭ କରିବାର ତିନି ବର୍ଷରୁ କମ ସମୟ ମଧ୍ୟରେ ରିଲାଏନ୍ସ ଜିଓ ୩୩୧.୩ ନିୟୁତ ବା ୩୩.୧୩ କୋଟି ଗ୍ରାହକ ହାସଲ କରିବା ସହିତ ଭୋଡାଫୋନ ଆଇଡ଼ିଆକୁ ପଛରେ ପକାଇ ଦେଶର ସର୍ବବୃହତ ଟେଲିକମ୍ କମ୍ପାନୀ ହେବାର ଗୌରବ ହାସଲ କରିଛି |

ଜୁନ ୨୦୧୯ ଶେଷ ସୁଦ୍ଧା ଭୋଡାଫୋନର ଗ୍ରାହକ ସଂଖ୍ୟା ହ୍ରାସ ପାଇ ୩୨ କୋଟିରେ ପହଁଚିଥିବା କଂପାନୀ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଥିବା ତ୍ରୈମାସିକ ଆର୍ଥିକ ଫଳାଫଳରେ ପ୍ରକାଶ କରାଯାଇଛି | ଉଲ୍ଲେଖଯୋଗ୍ୟ ଯେ ନିକଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ଼ ଓ ରିଲାଏନ୍ସ ଜିଓ ପକ୍ଷରୁ ଅପ୍ରେଲ ରୁ ଜୁନ ତ୍ରୟମାସ ପାଈଁ ଘୋଷିତ ଆର୍ଥିକ ଫଳାଫଳରେ ଜୁନ ଶେଷ ସୁଦ୍ଧା କମ୍ପାନୀର ମୋବାଇଲ ଗ୍ରାହକ ସଂଖ୍ୟାରେ ବୃଦ୍ଧି ଘଟି ୩୩.୧୩ କୋଟିରେ ପହଁଚିଥିବା ସୂଚିତ କରାଯାଇଥିଲା |  ଏଥିପୂର୍ବରୁ ଭାରତୀୟ ଟେଲିକମ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ମେ ୨୦୧୯ ପାଈଁ ପ୍ରକାଶିତ ମୋବାଇଲ ଗ୍ରାହକ ସୂଚନା ଆଧାରରେ ରିଲାଏନ୍ସ ଜିଓ ଭାରତୀ ଏୟାରଟେଲ କୁ ପଛରେ ପକାଇ ଗ୍ରାହକ ସଂଖ୍ୟାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା |

ଉଲ୍ଲେଖନୀୟ ଯେ ସେବା ଆରମ୍ଭ କରିବା ଦିନଠାରୁ ରିଲାଏନ୍ସ ଜିଓ ସାରା ଭାରତରେ କ୍ରମାଗତ ଭାବେ ନୂତନ ଗ୍ରାହକ ଯୋଗ କରିଆସୁଥିବାବେଳେ ଭାରତୀ ଏୟାରଟେଲ ଓ ଭୋଡାଫୋନ କ୍ରମାଗତ ଭାବେ ପ୍ରତି ମାସରେ ନିଯୁତାଧିକ ଗ୍ରାହକ ହରାଇଆସୁଛନ୍ତି |  ଓଡ଼ିଶାରେ ମଧ୍ୟ ଜିଓ ଲଗାତାର ଭାବରେ ପ୍ରତି ମାସରେ ନୂତନ ଗ୍ରାହକ ଯୋଡିବା ଜାରିରଖିବା ସହିତ ଟ୍ରାଇ ପକ୍ଷରୁ ମେ ମାସ ପାଈଁ ପ୍ରକାଶିତ ଟେଲିକମ ଗ୍ରାହକ ସୂଚନା ଅନୁଯାୟୀ ୩୦ ପ୍ରତିଶତରୁ ଉର୍ଧ୍ଵ ଗ୍ରାହକ ବଜାର ଅଂଶ ହାସଲ କରିସାରିଥିବା ବେଳେ ଖୁବଶୀଘ୍ର ରାଜ୍ୟରେ ଏକ କୋଟି ମୋବାଇଲ ଗ୍ରାହକ ହାସଲ କରିବା ଆଡକୁ ଦୃତ ଗତିରେ ଅଗ୍ରସର ହେଉଛି |

   Related Posts