Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ଜିଓର ‘ହାପି ନ୍ୟୁ ଇୟର’ ଧମାକା ; ଜାଣନ୍ତୁ କଣ ଲାଭ ପାଇବେ

29/12/2018 at 12:49 PM

ମୁମ୍ବାଇ ୨୯|୧୨: ରିଲାଏନ୍ସ ଜିଓ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ନୂଆ ବର୍ଷ ଅବସରରେ ଜିଓ ବଡ ଧମାକାଦାର ଅଫର ଆଣିଛି । ଜିଓ ନୂଆ ବର୍ଷ ଅବସରରେ ତାର ଗ୍ରାହକମାନଙ୍କ ପାଇଁ ବଡ ଅଫରର ଘୋଷଣା କରିଛି । ଗତବର୍ଷ ଭଳି ଏବର୍ଷ ମଧ୍ୟ ଜିଓ ତାର ଗ୍ରାହକମାନଙ୍କ ପାଇଁ ‘ହାପି ନ୍ୟୁ ଇୟର ଅଫର’ ଲଞ୍ଚ୍ କରିସାରିଛି । ୨୮ ଡିସେମ୍ବରରୁ ଜିଓର ‘ହାପି ନ୍ୟୁ ଇୟର’ ଅଫର ଆରମ୍ଭ ହୋଇଛି । ଏହି ଅଫର ୩୧ ଜାନୁଆରୀ ୨୦୧୯ ପର୍ଯ୍ୟନ୍ତ ଚାଲିବ ।

ଏହି ଅଫରରେ ଜରିଆରେ ଜିଓ ନିଜର ଗ୍ରାହକଙ୍କୁ ରିଚାର୍ଜ କରିବାରେ ୧୦୦ପ୍ରତିଶତ କ୍ୟାଶ୍ ବ୍ୟାକ୍ ଦେବାକୁ ଘୋଷଣା କରିଛି । ଏଥିପାଇଁ ଆପଣଙ୍କୁ ୩୯୯ ଟଙ୍କାର ରିଚାର୍ଜ କରିବାକୁ ପଡିବ । ଏହି କ୍ୟାଶ୍ ବ୍ୟାକ୍ ରିଲାଏନ୍ସର ଏଜିଓ କୁପନ ଆକାରରେ ଦିଆଯିବ । ଅର୍ଥାତ୍ ଏଜିଓର ଓ୍ବେବସାଇଟ୍‌ରୁ ଆପଣ ଯେକୌଣସି ଜିନିଷ କିଣାକିଣି କରିବାରେ ବ୍ୟବହାର କରିପାରିବେ । ଏହି ଅଫରର ଲାଭ ଉଠାଇବା ପାଇଁ ପ୍ରଥମେ ଆପଣଙ୍କୁ ଆପଣଙ୍କ ଜିଓ ନମ୍ବରରେ ୩୯୯ ଟଙ୍କାର ରିଚାର୍ଜ କରିବାକୁ ପଡିବ । ଆପଣ ରିଚାର୍ଜ କରିବା ପରେ କମ୍ପାନୀ ୩୯୯ ଟଙ୍କାର ଏଜିଓ କୁପନ ଆପଣଙ୍କୁ ଦେବ । ଯାହା ଏଜିଓ ଓ୍ବେବସାଇଟ୍‌ରେ ମାଇଁ କୁପନ୍ ସେକ୍ସନରେ ଉପଲବ୍ଧ ହେବ । ଯଦିଓ ଏହାକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ଏଜିଓର ଓ୍ବେବସାଇଟରୁ ୧,୦୦୦ ଟଙ୍କାର ସପିଂ କରିବାକୁ ହେବ । ଯଦି ଆପଣ ଏହି ଓ୍ବେବସାଇଟ୍‌ରୁ ୧,୦୦୦ ଟଙ୍କାର ଜିନିଷ କିଣୁଛନ୍ତି ତେବେ ଏହି କୁପନ ରିଡିମ୍ କରିବା ଫଳରେ ଆପଣଙ୍କୁ କେବଳ ୫୯୯ଟଙ୍କା ଦେବାକୁ ପଡିବ ।

ଜିଓର ହାପି ନ୍ୟୁ ଇୟର ଅଫର ରିଲାଏନ୍ସ ଜିଓର ପୁରୁଣା ଏବଂ ନୂଆ ଉଭୟ ଗ୍ରାହକଙ୍କ ଉଦ୍ଧିଷ୍ଟ । ଏହି ଅଫରର ଆରମ୍ଭ ମଧ୍ୟ ହୋଇସାରିଛି । ଏହା ୩୧ ଜାନୁଆରୀ ୨୦୧୯ ପର୍ଯ୍ୟନ୍ତ ଚାଲିବ । ମାତ୍ର ୩୯୯ ଟଙ୍କାର ଏହି କୁପନକୁ ଏଜିଓର ଓ୍ବେବସାଇଟ୍‌ରେ ୧୫ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ରିଡିମ୍ କରିପାରିବେ ।

ଏଜିଓ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସର ଫ୍ୟାସନ୍ ବ୍ରାଣ୍ଡ୍ ଇ-କମର୍ସ ପ୍ଲାଟଫର୍ମ । ୨୦୧୬ରେ ଏହାର ଆରମ୍ଭ ହୋଇଥିଲା । ଏଠାରୁ ଅନଲାଇନ୍‌ ସପିଂ କରିପାରିବେ । ରିଲାଏନ୍ସ ଜିଓର ନୂଆ ଅଫର ଏଜିଓ ସମ୍ବନ୍ଧରେ ଅଧିକ ଲୋକଙ୍କୁ ସୂଚୀତ କରିବା ପାଇଁ କରାଯାଇଛି ।

   Related Posts