Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଜିଓ,ଏୟାରଟେଲ୍ ଏବଂ ଭୋଡ଼ାଫୋନ୍ ଗ୍ରାହକଙ୍କ ପାଇଁ ଖୁସି ଖବର : ମିଳିବ ୮୪ଜିବିର ହାଇ ସ୍ପିଡ ଇଣ୍ଟରନେଟ୍ ଡାଟା

11/04/2020 at 4:38 PM

ନୂଆଦିଲ୍ଲୀ ୧୧/୪: କରୋନା ଭାଇରସ୍ ଲକଡାଉନ୍ ଯୋଗୁଁ ଲୋକେ ଘରୁ କାମ କରିବାକୁ ବାଧ୍ୟ ହେଉଛନ୍ତି। ଏହି ସମୟରେ ଇଣ୍ଟରନେଟର ବ୍ୟବହାର ମଧ୍ୟ ପୂର୍ବ ଅପେକ୍ଷା ଅଧିକ ହୋଇଯାଇଛି। ଏପରି ପରିସ୍ଥିତିରେ ଯେଉଁମାନଙ୍କ ଘରେ ଓ୍ବାଇ-ଫାଇ କନେକ୍ସନ୍ ନାହିଁ ସେମାନେ ନିଜ ଫୋନରେ ହିଁ ଲାପଟପରେ ଇଣ୍ଟରନେଟ୍ କନେକ୍ଟ କରିପାରିବେ। ଅଫିସରେ କାମ କରିବା ପାଇଁ ଆପଣଙ୍କୁ ଦ୍ରୃତ ସ୍ପିଡ ଏବଂ ଅଧିକ ଡାଟାର ଆବଶ୍ୟକତା ରହିଥାଏ। ଏପରି କ୍ଷେତ୍ରରେ ଆପଣଙ୍କୁ ପ୍ରିପେଡ ପ୍ଲାନର ଅଧିକ ଆବଶ୍ୟକତା ରହିଥାଏ। ଆମେ ଆପଣଙ୍କୁ ରିଲାଏନ୍ସ ଜିଓ,ଏୟାରଟେଲ ଏବଂ ଭୋଡ଼ାଫୋନର ଏପରି ପ୍ଲାନ୍ ବିଷୟରେ କହିବା ଯାହା ୮୪ଜିବି ଡାଟା ଦେଇଥାଏ।

ରିଲାଏନ୍ସ ଜିଓ : କମ୍ପାନୀର ପୋର୍ଟଫୋଲିଓରେ କେବଳ ଏପରି ଏକ ପ୍ଲାନ୍ ରହିଛି ଯାହା ୟୁଜର୍ସଙ୍କୁ ୩ଜିବି ଡାଟା ପ୍ରତିଦିନ ଦେଇଥାଏ। ଏହାର ମୂଲ୍ୟ ୩୪୯ଟଙ୍କା। ଏହି ପ୍ଲାନରେ ୟୁଜର୍ସଙ୍କୁ ପ୍ରତିଦିନ ୩ଜିବି ଡାଟା ସମେତ ଜିଓ ଟୁ ଜିଓ ଅନଲିମିଟେଡ କଲିଂର ସୁବିଧା ମିଳିଥାଏ। ଏହା ସହିତ ଅନ୍ୟ ନେଟଓ୍ବାର୍କରେ କଲ୍ କରିବା ପାଇଁ ୧୦୦୦ ନନଜିଓ ମିନିଟ୍ ମିଳିଥାଏ। ଏହା ବ୍ୟତୀତ ୧୦୦ଟି ଏସଏମଏସ୍ ପ୍ରତିଦିନ ମିଳୁଛି। ଏହା ସହିତ ଜିଓ ଆପର କମ୍ପ୍ଲିମେଣ୍ଟ୍ରି ସବସ୍କ୍ରିପ୍ସନ ମଧ୍ୟ ଦିଆଯାଉଛି। ଏହି ପ୍ଲାନର ବୈଧତା ୨୮ଦିନ।

ଏୟାରଟେଲର ୮୪ଜିବିର ଡାଟା ପ୍ଲାନ୍ : କମ୍ପାନୀ ୩୯୮ଟଙ୍କାର ପ୍ଲାନ୍ ଅଫର କରୁଛି। ଏଥିରେ ୟୁଜର୍ସଙ୍କୁ ୨୮ଦିନର ବୈଧତା ଦିଆଯାଉଛି। ଏହା ସହିତ ୩ଜିବି ଡାଟା ମଧ୍ୟ ଦିଆଯାଉଛି। ଏହା ସହିତ ୧୦୦ଟି ଏସଏମଏସ ପ୍ରତିଦିନ ଏବଂ ଯେକୌଣସି ନେଟଓ୍ବାର୍କକୁ ଅନଲିମିଟେଡ କଲିଂର ସୁବିଧା ଦିଆଯାଉଛି। ଏଥିରେ Airtel Xstream, Hellotunes, Wynk Music, Shaw Academy ଏବଂ FASTag ରେ ୧୫୦ଟଙ୍କାର କ୍ୟାଶବ୍ୟାକ୍ ଭଳି ଅତିରିକ୍ତ ଫ୍ରି ଆକ୍ସେସ୍ ମଧ୍ୟ ଦିଆଯାଉଛି।

   Related Posts