ରିଲାଏନ୍ସ ଜୁଏଲର୍ସ ପକ୍ଷରୁ ଅନୁୁଗୁଳ ଠାରେ ନୂଆ ଫ୍ଲାଗସିପ ସୋ’ରୁମ୍ ଉଦଘାଟନ ଘୋଷଣା : ଆକର୍ଷଣୀୟ ଉଦଘାଟନୀ ଅଫର ଉନ୍ମୋଚିତ

Published By : Prameya-News7 Bureau | April 27, 2019 IST

ଭୁବନେଶ୍ୱର ୨୬/୪ : ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଅନୁଗୁଳର ଅମଲାପଡ଼ା ଠାରେ ଥିବା ଅନୁ ସପିଙ୍ଗ୍ ମଲ୍ରେ ଏହାର ଫ୍ଲାଗ୍ସିପ୍ ସୋ’ରୁମ୍ ଆଜି ଉଦ୍ଘାଟିତ ହୋଇଛି । ଏହି ସୋ’ରୁମ ୩୨୦୦ ବର୍ଗଫୁଟ ପରିବ୍ୟାପ୍ତ ହୋଇଥିବା ବେଳେ ଏଠାରେ ଆକର୍ଷଣୀୟ ସୁନା ଓ ହୀରା ଗହଣା ସମ୍ଭାର ପ୍ରଦର୍ଶନ କରାଯାଇଛି । ଅନୁଗୁଳ ଷ୍ଟୋର୍ରେ ଆକର୍ଷଣୀୟ ଉଦଘାଟନୀ ଅଫର ଭାବେ ଏପ୍ରିଲ୍ ୨୬ରୁ ମେ’ ୭ ତାରିଖ ପର୍ଯ୍ୟନ୍ତ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର କ୍ରୟ ଉପରେ ପ୍ରଥମ ୧୦୦ ଜଣ ଗ୍ରାହକଙ୍କୁ ମାଗଣା ଗୋଲ୍ଡ କଏନ୍ (ସ୍ୱର୍ଣ୍ଣ ମୁଦ୍ରା) ପ୍ରଦାନ କରାଯିବା ବୋଲି ଘୋଷଣା କରାଯାଇଛି(ସର୍ତାବଳୀ ଲାଗୁ) । ଷ୍ଟୋର୍ ତରଫରୁ ସୁନା ଗହଣା ଗଢ଼େଇ ମୂଲ୍ୟ ଉପରେ ଫ୍ଲାଟ୍ ୨୫% ରିହାତି ଏବଂ ହୀରା ଗହଣା ଉପରେ ୨୫% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି ।

{"id":107903}


ରିଲାଏନ୍ସ ଜୁଏଲ୍ସର ଅନୁଗୁଳ ସୋ’ରୁମ୍ ଏହାର ପାରମ୍ପରିକ ଏବଂ ସମସାମୟିକ ସୁନା ଓ ହୀରା ଗହଣା ଜରିଆରେ ସହରକୁ ଚମକାଇବାକୁ ପ୍ରସ୍ତୁତ ହୋଇଯାଇଛି । ସମ୍ପୂର୍ଣ୍ଣ ନୂଆ ମନ୍ଦିର ଗହଣା ସମ୍ଭାର “ଅପୂର୍ବମ୍’ ମଧ୍ୟ ଏହି ଷ୍ଟୋରରେ ଉପଲବ୍ଧ ହେବ । ଅପୂର୍ବମ ହେଉଛି ଅତି ସୁ୍ଦର ଭାବେ ଡିଜାଇନ୍ କରାଯାଇଥିବା ମନ୍ଦିର ଗହଣାର ସମ୍ଭାର ଯାହା ଉକ୍ରୃଷ୍ଟ କାରିଗରି ଓ ଭାରତୀୟ ଐତିହ୍ୟକୁ ପ୍ରଦର୍ଶିତ କରୁଛି । ଦକ୍ଷିଣ ଓ ପଶ୍ଚିମ ଭାରତର କୋଣ ଅନୁକୋଣରେ ଥିବା କେତେକ ଗୁରୁତ୍ୱପୂର୍ଣ୍ଣ ଏତିହ୍ୟସ୍ଥଳୀରୁ ଏହି ଗହଣା ସମ୍ଭାର ପାଇଁ ପ୍ରେରଣା ନିଆଯାଇଛି । ୟୁନେସ୍କୋ ପକ୍ଷରୁ ବିଶ୍ୱ ଐତିହ୍ୟ ମାନ୍ୟତା ହାସଲ କରିଥିବା ହାମ୍ପି ହେଉଛି ଏହାର ପ୍ରେରଣାର ମୂଳ ଉତ୍ସ । ଏହି ଗହଣାଗୁଡ଼ିକରେ ବିଜୟ ବିଥାଲ ମନ୍ଦିରର ପ୍ରବେଶ ଦ୍ୱାରରେ ଅତି ସୁନ୍ଦର ଭାବେ ହୋଇଥିବା ଖୋଦେଇ ଠାରୁ ହାମ୍ପିର ବ୍ୟାପକ ପରିସର ପର୍ଯ୍ୟନ୍ତର ପ୍ରତିଫଳନ ରହିଛି ।

{"id":107915}


ଏହି ନୂଆ ଷ୍ଟୋର୍ ଏହାର ଆକର୍ଷଣୀୟ ସୁନ୍ଦରତା, ସ୍ୱତନ୍ତ୍ର ଆଲୋକ ସାଜସଜ୍ଜା ଏବଂ ଆଖିଦୃଶିଆ ଡିସ୍ପ୍ଲେ ସହିତ ଉଲ୍ଲାସ ପ୍ରଦାନ କରୁଥିବା ଭଳି ଗ୍ରାହକ ସେବାକୁ ନେଇ ଅନ୍ୟତମ ଶ୍ରେଷ୍ଠ ସପିଙ୍ଗ ଅନୁଭୂତି ପ୍ରଦାନ କରିବକୁ ପ୍ରସ୍ତୁତ ହୋଇଯାଇଛି ।

{"id":107904}


ବିଗତ ବର୍ଷଗୁଡ଼ିକରେ ରିଲାଏନ୍ସ ଜୁଏଲସ୍ ବିଭିନ୍ନ ପ୍ରକାର ମୂଲ୍ୟ ବର୍ଗରେ ନିତିଦିନିଆ ପିନ୍ଧା ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଅବସର ପର୍ଯ୍ୟନ୍ତ ସବୁଥିରେ ଏହାର ଗ୍ରାହକ ଓ ପୃଷ୍ଠପୋଷକମାନଙ୍କ ବିବିଧ ଆବଶ୍ୟକତାକୁ ପୂରଣ କରୁଛି । ଗ୍ରାହକଙ୍କ ପାଖରେ ପହଂଚିବା ଏବଂ ସ୍ୱତନ୍ତ୍ର ଗହଣା ଉପରେ ଗୁରୁତ୍ୱ ଦେବା ସହିତ ରିଲାଏନ୍ସ ଜୁଏଲ୍ସ ଏହାର ଉପସ୍ଥିିତିକୁ ଦ୍ରୁତ ଗତିରେ ବଢ଼ାଇବା ଜାରି ରଖିବ । ସ୍ୱତନ୍ତ୍ର (ଷ୍ଟାଣ୍ଡ୍ଏଲୋନ) ଓ ସପ୍ ଇନ୍ ସପ୍ (ଏସଆଇଏସ୍) ଫର୍ମାଟ୍ରେ ଉପଲବ୍ଧ ହେବା ସହିତ ରିଲାଏନ୍ସ ଜୁଏଲ୍ସର ଏବେ ସାରା ଦେଶର ୬୬ରୁ ଅଧିକ ସହରରେ ଉପସ୍ଥିତି ରହିଛି । ରିଲାଏନ୍ସ ଜୁଏଲ୍ସ ଏହାର ଉଜ୍ଜ୍ୱଳ ପରିବେଶ, ଆକର୍ଷଣୀୟ ଡିସ୍ପ୍ଲେ, ସମୃଦ୍ଧ ସାଜସଜ୍ଜା ଏବଂ ଶ୍ରେଷ୍ଠ ଗ୍ରାହକ ସେବାକୁ ନେଇ ଗ୍ରାହକମାନଙ୍କୁ ରୋମାଂଚକ ଅନୁଭୂତି ପ୍ରଦାନ କରୁଛି ।

{"id":107906,"width":582,"height":376}


ନୂଆ ସୋ’ରୁମର ଉନ୍ମୋଚନ ଅବସରରେ ନିଜର ଭାବନାକୁ ବ୍ୟକ୍ତ କରି ରିଲାଏନ୍ସ ଜୁଏଲ୍ସ ପ୍ରବକ୍ତା କହିଛନ୍ତି ଯେ, “ଅନୁଗୁଳରେ ଆମେ ଆମର ସୋ’ରୁମ୍କୁ ଉନ୍ମୋଚନ କରି ଅତ୍ୟନ୍ତ ଆନନ୍ଦିତ । ଆମ ସୋ’ରୁମ୍ରେ ଆମ ଗ୍ରାହକ ତଥା ପୃଷ୍ଠପୋଷକମାନେ ଏକ ଜାତୀୟ ଗହଣା ବ୍ରାଣ୍ଡ୍ ପ୍ରଦାନ କରୁଥିବା ଗୁଣବତା ଏବଂ ଶୁଦ୍ଧତାର ପ୍ରତିଶ୍ରୁତି ବିଭିନ୍ନ ପ୍ରକାରର ମୂଲ୍ୟରେ ବିଭିନ୍ନ ଡିଜାଇନ୍ରେ ପାଇପାରିବେ ।’’

{"id":107907,"align":"center"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.