Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ନିଜ କର୍ମଚାରୀଙ୍କ ପ୍ରତି ସାହାଯ୍ୟର ହାତ ବଢ଼ାଇଲା ରିଲାଏନ୍ସ: କରୋନାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରକୁ ୫ ବର୍ଷ ଯାଏଁ ମିଳିବ ଦରମା

3/06/2021 at 3:29 PM

ମୁମ୍ବାଇ ୦୩/୦୬ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ପ୍ରକୋପ ଜାରି ରହିଛି । କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ଘାତକ ପ୍ରମାଣିତ ହୋଇଛି । ଏଥିରେ ହଜାର ହଜାର ସଂକ୍ରମିତଙ୍କ ପ୍ରାଣ ହରାଇଛନ୍ତି । କରୋନା କାହା ମୁଣ୍ଡ ଉପରୁ ବାପା-ମାଙ୍କ ସାହାରା ଛଡେଇ ନେଇଛି ତ କାହା କୋଳ ଉଜାଡି ଦେଇଛି । ଅନେକ ଲୋକ ମଧ୍ୟ ଚାକିରୀ ହରାଇ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଇତି ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରି ନିଜ କର୍ମଚାରୀଙ୍କ ପାଇଁ ଏକ ବଡ ପଦକ୍ଷେପ ନେଇଛି । କରୋନାରେ ପ୍ରାଣ ହରାଇଥିବା ନିଜ କର୍ମଚାରୀଙ୍କ ପରିବାର ଲୋକଙ୍କୁ ୫ ବର୍ଷ ଯାଏଁ ଦରମା ଦେବାକୁ ରିଲାଏନ୍ସ ଘୋଷଣା କରିଛି । ତାଛଡା ମୃତକଙ୍କ ଶିଶୁଙ୍କ ପାଠ ପଢା ଖର୍ଚ୍ଚ କମ୍ପାନୀ ବହନ କରିବ ।
ରିଲାଏନ୍ସ ଇଣ୍ଡଷ୍ଟ୍ରି ଚେୟାରମ୍ୟାନ ଓ ପ୍ରବନ୍ଧ ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନିତା ଅମ୍ବାନୀ ଏକ ବୟାନ ଜାରି କରି ‘ରିଲାଏନ୍ସ ଫ୍ୟାମିଲି ସପୋର୍ଟ ଆଣ୍ଡ ୱେଲଫେୟାର ସ୍କିମ’ ଘୋଷଣା କରିଛନ୍ତି । ସେ କହିଛନ୍ତି, କରୋନା ମହାମାରୀ ସବୁଠାରୁ ଭୟାବହ ଅନୁଭୂତି ନେଇ ଆସିଛି । ମହାମାରୀ ଯୋଗୁଁ ଅନେକ ଲୋକ ଖରାପ ସମୟ ଦେଇ ଗତି କରିଛନ୍ତି । ମହାମାରୀ ଅନେକଙ୍କ ମୁହଁରୁ ହସ ଛଡେଇ ନେଇଛି । ଲୋକେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏହିଭଳି ସ୍ଥିତିରେ ରିଲାଏନ୍ସ ଇଣ୍ଡଷ୍ଟ୍ରି କରୋନାରେ ପୀଡିତ କର୍ମଚାରୀ ଓ ମୃତଙ୍କ ପରିବାର ସହ ଦୃଢତାର ସହ ଛିଡା ହୋଇଛି ।
ରିଲାଏନ୍ସର ଏହି ସ୍କିମ ଅନୁଯାୟୀ-
୧. କରୋନାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରକୁ ଆଗାମୀ ୫ ବର୍ଷ ଯାଏଁ ଦରମା ମିଳିବ ।
୨. ପୀଡିତ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ମିଳିବ ।
୩. ମୃତ କର୍ମଚାରୀଙ୍କ ପୁଅ-ଝିଅଙ୍କ ସ୍ନାତକ ଯାଏଁ ପାଠ ପଢା ଖର୍ଚ୍ଚ କମ୍ପାନୀ ବହନ କରିବ ।
୪. ମୃତକଙ୍କ ପୁଅ-ଝିଅ ଯେକୌଣସି ସଂସ୍ଥାରେ ପଢିଲେ, ଶିକ୍ଷା ଖର୍ଚ୍ଚ, ଛାତ୍ରାବାସ ଆବାସ ଖର୍ଚ୍ଚ ଓ ସ୍ନାତକ ଯାଏଁ ପୁସ୍ତକ ଶୁଳ୍କର ୧୦୦ ପ୍ରତିଶତ ଅର୍ଥ କମ୍ପାନୀ ଦେବ ।
୫. ପୁଅ-ଝିଅଙ୍କ ଡିଗ୍ରୀ ପାଠ ସାରିବା ଯାଏଁ ସ୍ୱାମୀ-ସ୍ତ୍ରୀ, ବାପା-ମା ଓ ପିଲାଙ୍କ ପାଇଁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପ୍ରିମିୟମର ୧୦୦ ପ୍ରତିଶତ ରାଶି ମଧ୍ୟ କମ୍ପାନୀ ବହନ କରିବ ।
୬. ଯେଉଁ କର୍ମଚାରୀ କରୋନାରେ ପୀଡିତ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ କରୋନାରେ ଆକ୍ରାନ୍ତ ତାହେଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବ ଯାଏଁ କୋଭିଡ ଲିଭ ନେଇପାରିବେ ।
କେବଳ ସେତିକି ନୁହେଁ ରିଲାଏନ୍ସର ସମସ୍ତ ଅଫ୍ ରୋଲ୍ କର୍ମଚାରୀଙ୍କ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ମଧ୍ୟ ଦିଆଯିବ ଯେଉଁମାନେ କରୋନାରେ ପ୍ରାଣ ହରାଇଛନ୍ତି ।

   Related Posts