Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅନଲାଇନ୍ ଫାର୍ମାସିରେ ଟକ୍କର ଦେବ ରିଲାଏନ୍ସ : netmedsରେ କଲା ବିନିଯୋଗ

19/08/2020 at 12:38 PM

ନୂଆଦିଲ୍ଲୀ ୧୯/୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅନଲାଇନ୍ ଫାର୍ମାସି କମ୍ପାନୀ ନେଟମେଡସରେ ୬୨୦କୋଟି ଟଙ୍କାର ବିନିଯୋଗ କରିଛି। ରିଲାଏନ୍ସ ଭିଟାଲିକ୍ ହେଲଥ ଏବଂ ଏହାର ସବସିଡିଆରୀ କମ୍ପାନୀରେ ପାଖାପାଖି ୬୦ପ୍ରତିଶତ ଭାଗ ନେଇଛି ଯାହାକୁ ସାମୂହିକ ଭାବେ ନେଟମେଡସ୍ ଭାବେ ଜଣା ଯାଇଥାଏ।

ଏହା ଦ୍ବାରା ଦେଶର ଅନଲାଇନ୍ ଫାର୍ମାସି କାରବାରରେ ଜବରଦସ୍ତ ପ୍ରତିଯୋଗିତା ଆରମ୍ଭ ହେବ,ଯେଉଁଠାରେ ଆମାଜନ୍ ପ୍ରବେଶ କରିସାରିଛି ଏବଂ ଫ୍ଲିପକାର୍ଟ ମଧ୍ୟ ଏଥିରେ ପ୍ରବେଶ କରିବାକୁ ମନ ବଳାଇଛି।

ଚୁକ୍ତି ଅନୁସାରେ ରିଲାଏନ୍ସ ଭିଟାଲିକରେ ୬୦ପ୍ରତିଶତ ଇକ୍ବିଟି ହୋଲ୍ଡିଂ ନେଇଥିବାବେଳେ ଏହାର ସବସିଡିଆରୀ ଟ୍ରେସରା ହେଲଥ,ନେଟମେଡସ୍ ମାର୍କେଟ ପ୍ଲେସ୍ ଏବଂ Dadha ଫାର୍ମା ଡିଷ୍ଟ୍ରିବ୍ୟୁସନରେ ଏହାକୁ ୧୦୦ପ୍ରତିଶତ ଭାଗ ମିଳିବ।

ଭିଟାଲିକ୍ ୨୦୧୫ମସିହାରେ ପ୍ର୍ରସ୍ତୁତ ହୋଇଥିଲା ଏବଂ ଏହାର ସହାୟକ କମ୍ପାନୀ ଫାର୍ମା ଡିଷ୍ଟ୍ରିବ୍ୟୁସନ,ବିକ୍ରି ଏବଂ ବିଜନେସ୍ ସପୋର୍ଟ ସର୍ଭିସରେ ରହିଛି। ଏହାର ସବସିଡିଆରୀ ଦ୍ବାରା ଅନଲାଇନ୍ ଫାର୍ମାସି କାରବାର ନେଟମେଡସ ନାମରେ ସଞ୍ଚାଳିତ କରାଯାଇଥାଏ। ଏହା ଗ୍ରାହକଙ୍କୁ ଫାର୍ମାସିଷ୍ଟ ସହ ଯୋଡ଼ିଥାଏ ଏବଂ ସିଧାସଳଖ ତାଙ୍କ ଘରକୁ ଔଷଧ,ନ୍ୟୁଟ୍ରିସନାଲ୍ ଏବଂ ଓ୍ବେଲନେସ୍ ଉତ୍ପାଦ ପହଞ୍ଚାଇଥାଏ।

ରିଲାଏନ୍ସର ରିଟେଲ୍ ଡାଇରେକ୍ଟର ଈଶା ଅମ୍ବାନି ଏକ ବୟାନରେ କହିଛନ୍ତି ଯେ ଏହି ନିବେଶ ଆମର ସେହି ପ୍ରତିବଦ୍ଧତାର ଅନୁରୂପ ଯେଉଁଥିରେ ଆମେ ଭାରତରେ ପ୍ରତ୍ୟେକ ବ୍ୟକ୍ତି ଯାଏଁ ଡିଜିଟାଲ୍ ଆଗମନର କଥା ହୋଇଛନ୍ତି। ନେଟମେଡସ୍ ଯୋଡ଼ି ହେବା ଦ୍ବାରା ରିଲାଏନ୍ସ ରିଟେଲ୍ ଭଲ ଗୁଣବତ୍ତା ଆଡ଼କୁ ଉପଯୁକ୍ତ ହେଲଥକେୟାର ଉତ୍ପାଦ ଏବଂ ସେବା ଉପଲବ୍ଧ କରାଇ ପାରିବ। ନେଟମେଡସ୍ ଯେପରି ବହୁତ କମ୍ ସମୟରେ ଦେଶବ୍ୟାପି ଡିଜିଟାଲ୍ ଫ୍ରାଞ୍ଚାଇଜି ବିକଶିତ କରିଛି ଏଥିରେ ଆମେ ପ୍ରଭାବିତ ହୋଇଛୁ।

ନେଟମେଡସ୍ ଏକ ଇ-ଫାର୍ମା ପୋର୍ଟାଲ୍ ଯାହା ଦ୍ବାରା ପ୍ରେସକ୍ରିପ୍ସନ ଆଧାରିତ ଏବଂ ଓଭର-ଦ-କାଉଣ୍ଟର ଔଷଧ ଏବଂ ଅନ୍ୟ ସ୍ବାସ୍ଥ୍ୟ ଉତ୍ପାଦର ବିକ୍ରି କରାଯାଇଥାଏ। ଏହାର ସେବା ଦେଶର ପାଖାପାଖି ୨୦,୦୦୦ସ୍ଥାନରେ ଉପଲବ୍ଧ ରହିଛି। ଏହାର ପ୍ରମୋଟର ଚେନ୍ନାଇ ଆଧାରିତ କମ୍ପାନୀ Dadha Pharma

  

 

   Related Posts