Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ବିଶ୍ୱର ୪୦ତମ ମୂଲ୍ୟବାନ କମ୍ପାନୀ ସୂଚୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ୨୦୦ ବିଲିୟନ ଡଲାର ଟପିଲା ମାର୍କେଟ୍ କ୍ୟାପ୍

10/09/2020 at 8:00 PM

ନୂଆଦିଲ୍ଲୀ ୧୦।୯: ମାର୍କେଟ୍ କ୍ୟାପିଟାଲ ଦୃଷ୍ଟିରୁ ଦୁନିୟାର ୪୦ତମ ସବୁଠୁ ମୂଲ୍ୟବାନ କମ୍ପାନୀରେ ପରିଣତ ହୋଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍।  ଏହା ସହ ୨୧୦ ବିଲିୟନ ଡଲାର (୧୫ ଲକ୍ଷ କୋଟି ଟଙ୍କାରୁ ବି ଅଧିକ) ମର୍କେଟ୍ କ୍ୟାପିଟାଲ ସହିତ ମୁକେଶଙ୍କ ରିଲାଏନ୍ସ ଭାରତର ୧ ନମ୍ବର କମ୍ପାନୀରେ ପରିଣତ ହୋଇଛି। ଅଶୋଧିତ ତୈଳ, ରିଫାଇନାରୀ, ପେଟ୍ରୋ, ରସାୟନ,ରିଟେଲ ଓ ଟେଲିକମ ସେକ୍ଟରରେ କାମ କରୁଥିବା ଦେଶର ମୁଖ୍ୟ କମ୍ପାନୀ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍।

ଏନଏସଇ ଇଣ୍ଟ୍ରା ଡେରେ ଗୁରୁବାର ରିଲାଏନ୍ସ ପ୍ରତି ସେୟାର ମୂଲ୍ୟ ୨,୩୪୪.୯୫ ଟଙ୍କାରେ ପହଞ୍ଚିଥିବା ବେଳେ ଏହା ଏପର୍ଯ୍ୟନ୍ତ ସର୍ବକାଳୀନ ରେକର୍ଡ ବୋଲି କୁହାଯାଇଛି।  ଏନଏସଇରେ ରିଲାଏନ୍ସ ପିପି ସେୟାରରେ ୧୦ ପ୍ରତିଶତର ଅପର ସର୍କିଟ୍ ଲାଗିଥିବା ବେଳେ ୧,୩୯୩.୭ ଟଙ୍କାର ସର୍ବକାଳୀନ ଦରରେ ବନ୍ଦ ହୋଇଛି। ଫଳରେ ଇଣ୍ଟ୍ରା-ଡେରେ କମ୍ପାନୀର ମାର୍କେଟ୍ କ୍ୟାପ୍‌ ୧୪.୪୫ଲକ୍ଷ କୋଟି ଅର୍ଥାତ ୨୧୦ ବିଲିୟନ ଡଲାର ପାର ହୋଇଯାଇଛି।

 କୌଣସି ଭାରତୀୟ କମ୍ପାନୀ ୨୦୦ ବିଲିୟନ ଡଲାରରେ ପହଞ୍ଚିବାର ଏକ ପ୍ରଥମ ଘଟଣା ବୋଲି ବଜାର ସମୀକ୍ଷକମାନେ କହିଛନ୍ତି।  ସେହିପରି ସାରା ବିଶ୍ୱରେ ମୂଲ୍ୟବାନ କମ୍ପାନୀଙ୍କ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୪୦ତମ ସ୍ଥାନରେ ପହଞ୍ଚିଛି। ଏଥିରେ ରିଲାଏନ୍ସ ଇକ୍ସନ ମୋବାଇଲ, ପେପ୍ସିକୋ, ଏସଏପି, ଓରାକ୍ଲ, ଫିଜର ଓ ନୋଭାର୍ଟିସ୍ ଭଳି କମ୍ପାନୀଙ୍କୁ ପଛରେ ପକାଇ ଦେଇଛି।

   Related Posts