ଫ୍ଲିପକାର୍ଟ,ଆମାଜନକୁ ଚ୍ୟାଲେଞ୍ଜ କଲା ରିଲାଏନ୍ସ : ଅନଲାଇନ୍ ସପିଙ୍ଗ୍ ପାଇଁ ଲଞ୍ଚ ହେଲା ଜିଓମାର୍ଟ

Published By : Prameya-News7 Bureau | December 31, 2019 IST

ନୂଆଦିଲ୍ଲୀ ୩୧/୧୨: ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦୃତଗତିରେ ବୃଦ୍ଧି ପାଉଥିବା ଭାରତୀୟ ଇ-କମର୍ସ ବ୍ୟବସାୟରେ ଆମାଜନ୍ ଏବଂ ଫ୍ଲିପକାର୍ଟକୁ ଚ୍ୟାଲେଞ୍ଜ କରିଛି। ଆରଆଇଏଲର ରିଟେଲ୍ କମ୍ପାନୀ ରିଲାଏନ୍ସ ରିଟେଲ୍ ଗତକାଲି ଜିଓ ଟେଲିକମ୍ ୟୁଜରଙ୍କୁ ଏହା ପଠାଇବା ଆରମ୍ଭ କରି ଦେଇଛି ଯେ ଏହାର ଅନଲାଇନ୍ ସପିଙ୍ଗର ନୂଆ ଭେଞ୍ଚର ଜିଓମାର୍ଟକୁ ରେଜିଷ୍ଟାର୍ କରନ୍ତୁ।

{"id":205067,"sizeSlug":"large"}

ନିଜକୁ ‘ଦେଶର ନୂଆ ଦୋକାନ’ କହୁଥିବା ଜିଓମାର୍ଟ ବର୍ତ୍ତମାନ ମୁମ୍ବାଇର ନଭି ମୁମ୍ବାଇ,ଥାଣେ ଏବଂ କଲ୍ୟାଣ ଅଞ୍ଚଳରେ ସେବା ଦେବାକୁ ଯାଉଛି। ମୁକେଶ ଅମ୍ବାନି ଏବର୍ଷ ଅଗଷ୍ଟ ୧୨ତାରିଖରେ କମ୍ପାନୀର ଏଜିଏମଙ୍କୁ କହିଥିଲେ ଯେ ରିଲାଏନ୍ସ ରିଟେଲ୍ ଏହି ନୂଆ ରିଟେଲ୍ ଭେଞ୍ଚର ଦ୍ବାରା ୩କୋଟି ଛୋଟ ଦୋକାନୀ ସହ ଯୋଡ଼ି ହେବ।

{"id":205068,"sizeSlug":"large"}

ଏହାର ସଫ୍ଟ ଲଞ୍ଚିଙ୍ଗ୍ ହୋଇ ସାରିଛି। ସମସ୍ତ ଜିଓ ୟୁଜର୍ସଙ୍କୁ ଏହାକୁ ରେଜିଷ୍ଟାର କରି ଆରମ୍ଭରେ ଡିସକାଉଣ୍ଟ ହାସଲ କରିବାର ଅଫର ଦିଆଯାଉଛି। ଏବେ ଏହା ୩ଟି ସ୍ଥାନରେ ହିଁ ଅଛି,କିନ୍ତୁ ଆଗକୁ ଏହାକୁ ବଢ଼ାଯିବ। ଜିଓମାର୍ଟ ଆପକୁ ଖୁବ୍ ଶୀଘ୍ର ଲଞ୍ଚ କରାଯିବ।

{"id":205069,"sizeSlug":"large"}

କମ୍ପାନୀ ଏବେ ଏହା ବିଷୟରେ କୌଣସି ଆଧିକାରୀକ ବୟାନ୍ ଜାରି କରିନାହିଁ। ଜିଓମାର୍ଟର ଗ୍ରାହକଙ୍କୁ ୫୦,୦୦୦ରୁ ଅଧିକ ଗ୍ରସେରୀ ଜିନିଷର ଫ୍ରି ହୋମ୍ ଡେଲିଭରିର ବିକଳ୍ପ ଦିଆଯାଉଛି। ଏଥିପାଇଁ କୌଣସି ସର୍ବନିମ୍ନ ଅର୍ଡ଼ର ଭାଲ୍ୟୁ ନାହିଁ। ବିନା କୌଣସି ପ୍ରଶ୍ନରେ ଏବଂ ଏକ୍ସପ୍ରେସ୍ ଡେଲିଭରିର ପ୍ରତିଶ୍ରୃତି ରହିଛି।

{"id":205070,"sizeSlug":"large"}

ରିଲାଏନ୍ସ ରିଟେଲର ଇ-କମର୍ସ ସେବା ଦ୍ବାରା ଅଫଲାଇନ୍ ଏବଂ ଅନଲାଇନ୍ ଦୁଇ ପ୍ରକାରର ବ୍ୟବସାୟ କରାଯିବ। କମ୍ପାନୀ ଦୁଇ ବର୍ଷ ଧରି ଏହି ଯୋଜନା ଉପରେ କାମ କରୁଥିଲା। ବର୍ତ୍ତମାନ  ରିଲାଏନ୍ସ ରିଟେଲ୍ ଦ୍ବାରା ନେବରହୁଡ ଷ୍ଟୋର,ସୁପରମାର୍କେଟ,ହାଇପର ମାର୍କେଟ ଆଦି ସଞ୍ଚାଳନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.