ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଏଆଇ ପ୍ଲାଟଫର୍ମ ହାପ୍ଟିକ୍ ମଧ୍ୟରେ ବ୍ୟାବସାୟିକ ବୁଝାମଣା

Published By : Prameya-News7 Bureau | April 04, 2019 IST

ଭୁବନେଶ୍ବର ୪|୪ : ରିଲାଏନ୍ସ  ଇଣ୍ଡଷ୍ଟ୍ରିଜ୍  ଲିମିଟେଡ୍  ପକ୍ଷରୁ  ଘୋଷଣା  କରାଯାଇଛି  ଯେ  ଏହାର  ସହଯୋଗୀ  କଂପାନି  ରିଲାଏନ୍ସ  ଜିଓ  ଡିଜିଟାଲ୍ ସର୍ଭିସେସ୍ ଲିମିଟେଡ୍ (ଆରଜେଡିଏସ୍ଏଲ୍)  ହାପ୍ଟିକ୍  ଇନ୍ଫୋଟେକ୍  ପ୍ରାଇଭେଟ୍  ଲିମିଟେଡ୍(ହାପ୍ଟିପ୍)  ସହିତ  ଏକ  ନିର୍ଦିଷ୍ଟ  ବ୍ୟବସାୟ ହସ୍ତାନ୍ତର ବୁଝାମଣାରେ ପ୍ରବେଶ କରିଛି । ବୁଝାମଣା ଅନୁଯାୟୀ, ଅଭିବୃଦ୍ଧି ଓ ସମ୍ପ୍ରସାରଣ ସମ୍ପର୍କିତ ପୁଂଜିନିବେଶ ସମେତ ଏହି ବୁଝାମଣାର ଆକାର ପ୍ରାୟ ୭୦୦ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ପ୍ରାରମ୍ଭିକ ବ୍ୟବସାୟ ହସ୍ତାନ୍ତର ପାଇଁ ୨୩୦ କୋଟି ଟଙ୍କା ରହିଛି । ହାପ୍ଟିକ୍ ଟିମ୍ ଉଭୟ ସଂସ୍ଥାଗତ ପ୍ଲାଟଫର୍ମ ଏବଂ ଡିଜିଟାଲ୍ ଗ୍ରାହକ ସହାୟକ ପାଇଁ ବ୍ୟବସାୟ ଅଭିବୃଦ୍ଧି ଦିଗରେ କାର୍ଯ୍ୟ ଜାରି ରଖିବେ । ଏକ ପୂର୍ଣ୍ଣ ବିଘଟିତ ଭାବେ ରିଲାଏନ୍ସ ବ୍ୟବସାୟର ୮୭% ଭାଗ ରଖିବା ସହିତ ବଳକା ଭାଗ ହାପଟିକ୍ର ପ୍ରତିଷ୍ଠାତାମାନେ ଏବଂ ଷ୍ଟକ ବିକଳ୍ପ ଅନୁଦାନ (ଗ୍ରାଂଟ୍) ଜରିଆରେ କର୍ମଚାରୀଙ୍କ ପାଖରେ ରହିବ ।

ଏହି ବୁଝାମଣାରେ ଜରିଆରେ ବିଭିନ୍ନ ପ୍ରକାର ଉପକରଣ (ଡିଭାଇସ୍) ଏବଂ ଟଚ୍ ପଏଂଟ୍ରେ ଗ୍ରାହକଙ୍କ ଯାତ୍ରାରେ ହାପ୍ଟିକ୍ର ଦକ୍ଷତା ଓ ଅଭିଜ୍ଞତାକୁ  ରିଲାଏନ୍ସ  ଜିଓ  ବ୍ୟବହାର  କରିବ ।  ପୁଂଜିନିବେଶରେ  ଏହି  ପ୍ଲାଟଫର୍ମର  ଉନ୍ନତି  ଏବଂ  ସଂପ୍ରସାରଣ  ଉପରେ  ଗୁରୁତ୍ବ  ଦିଆଯିବା ସହିତ ଭାରତରେ ଏକ ବିଲିଅନରୁ ଅଧିକ ଗ୍ରାହକଙ୍କ ପାଇଁ ହାସଲଯୋଗ୍ୟ ବଜାର ସୁଯୋଗ ରହିବ । ଏହି ସହଭାଗିତା ହାପ୍ଟିକ୍ର ବର୍ତମାନ ରହିଥିବା ସଂସ୍ଥାଗତ ସ୍ତରର ବ୍ୟବସାୟକୁ ସୁଦୃଢ଼ କରିବା ସହିତ ସାରା ଦୁନିଆର କର୍ପୋରେଟ୍ ଗୁଡ଼ିକ ପାଇଁ ଅଭିନବ ଏଆଇ ସମାଧାନ ପ୍ରସ୍ତୁତ କରିବା ପ୍ରକ୍ରିୟାକୁ କଂପାନି ଜାରି ରଖିବ ।

ଏହି ଗୁରୁତ୍ୱପୂର୍ଣ୍ଣ ପୁଂଜିନିବେଶ ସମ୍ପର୍କରେ ଆକାଶ ଅମ୍ବାନି, ନିର୍ଦେଶକ, ରିଲାଏନ୍ସ ଜିଓ କହିଛନ୍ତି ଯେ, “ଡିଜିଟାଲ୍ ପରିବେଶକୁ ଆହୁରି ସୁଦୃଢ଼  କରିବା  ଦିଗରେ  ଆମର  ପ୍ରତିବଦ୍ଧତାକୁ  ପ୍ରଦର୍ଶିତ  କରୁଥିବା  ଏହି  ଗୁରୁତ୍ୱପୂର୍ଣ୍ଣ  ପୁଂଜିନିବେଶ  ଦ୍ୱାରା  ଭାରତୀୟ  ଗ୍ରାହକଙ୍କୁ  ବାର୍ତାଳାପ ଭିତିକ ଏଆଇ ସମ୍ବଳିତ ଉପକରଣ ସହ ବିବିଧ ଭାଷାର ସୁବିଧା ପ୍ରଦାନ କରିବ । ଡିଜିଟାଲ୍ ଇଣ୍ଡିଆ ପାଇଁ ବାର୍ତାଳାପର ପ୍ରାଥମିକ ମାଧ୍ୟମ ଭଏସ୍ ଇଟଂରଆକ୍ଟିଭିଟି ହେବ ବୋଲି ଆମେ ବିଶ୍ୱାସ କରୁଛୁ । ଆମେ ଏହି ସହଭାଗିତା ସମ୍ପର୍କରେ ଘୋଷଣା କରି ବେଶ ଆନନ୍ଦିତ ଏବଂ ଭାରତର  ବିଲିଅନ(୧୦୦  କୋଟି)ରୁ  ଅଧିକ  ଗ୍ରାହକଙ୍କୁ  ଉନ୍ନତ  ସଂଯୋଗ  ଏବଂ  ସମୃଦ୍ଧ  ଯୋଗଯୋଗ  ଅନୁଭୂତି  ପ୍ରଦାନ  କରିବାର  ଲକ୍ଷ୍ୟ ସାକାର କରିବା ଦିଗରେ ହାପ୍ଟିକ୍ର ଅଭିଜ୍ଞ ଟିମ୍ ସହିତ କାର୍ଯ୍ୟ କରିବାକୁ ଚାହିଁ ରହିଛୁ ।

ଆକ୍ରିତ  ବୈଶ୍ୟ,  ସହ  ପ୍ରତିଷ୍ଠାତା  ଓ  ସିଇଓ,  ହାପ୍ଟିକ୍  କହିଛନ୍ତି  ଯେ,  “ଯେଉଁ  ଉପାୟରେ  ଲୋକମାନେ  କାମ  କରୁଛନ୍ତି  ସେଥିରେ ବାର୍ତାଳାପ  ଇଟଂରଫେସ୍  ବ୍ୟାପକ ପରିବର୍ତନ  ଆଣିବା ଚିନ୍ତାଧାରା ସହିତ  ଆମେ  ଯାତ୍ରା ଆରମ୍ଭ  କରିଥିଲୁ ।  ଇତି  ମଧ୍ୟରେ  ଆମେ  ଉଭୟ ଗ୍ରାହକ ଏବଂ ସଂସ୍ଥାଗତ ବ୍ୟବସାୟ ପାଇଁ ବିଭିନ୍ନ ପ୍ରକାରର ଉତ୍ପାଦ ପ୍ରସ୍ତୁତ କରିଥିବା ବେଳେ ସବୁ କିଛିର ମେରୁଦଣ୍ଡ ହେଉଛି ସମ୍ପୂର୍ଣ୍ଣ ଚାଟ୍ ଏବଂ ଭଏସ୍ ଭିତିକ ଏଆଇ ପ୍ରଯୁକ୍ତି ପ୍ଲାଟଫର୍ମ । ଅନଲାଇନ୍ରେ ଆସିବାକୁ ଥିବା ପରବର୍ତି ବିଲିଅନ ଉପଭେକ୍ତାଙ୍କୁ ସେବା ପ୍ରଦାନ କରିବା

ପାଇଁ  ଏବେ  ପ୍ରକୃଷ୍ଟ  ସୁଯୋଗ  ଅଛି  ବୋଲି  ଆମେ  ବାସ୍ତବରେ  ବିଶ୍ୱାସ  କରୁଛୁ  ଏବଂ  ଏଥିପାଇଁ  ବିଶ୍ୱର  ସର୍ବବୃହତ  ଡିଜିଟାଲ୍  ପରିବେଶ ରହିଥିବା  ଜିଓ  ସହିତ  ସହଭାଗିତା  ଠାରୁ  ଆଉ  ଅଧିକ  ଭଲ  କ’ଣ  ହୋଇପାରେ ।  ବିଭିନ୍ନ  ପ୍ରକାର  ଉତ୍ପାଦ  ବର୍ଗରେ  ଉଲ୍ଲେଖନୀୟ  ଭାବେ ଆଗକୁ ବଢ଼ିବାକୁ ଆମେ ଏହି ଗୁରୁତ୍ୱପୂର୍ଣ୍ଣ ସୁଯୋଗର ବ୍ୟବହାର କରିବାକୁ ଚାହିଁ ରହିଛୁ ।

ହାପ୍ଟିକ୍ ବିଷୟରେ :

ଆକ୍ରିତ ବୈଶ୍ୟ ଏବଂ ସ୍ୱପନ ରାଜଦେବ ୨୦୧୩ରେ ହାପ୍ଟିକ୍କୁ ସ୍ଥାପନ କରିଥିଲେ ଯାହା ହେଉଛି ଏକ ଚାଟ୍ ଭିତିକ ଭର୍ଚୁଆଲ୍ ମୋବାଇଲ୍ ଆପ୍ଲିକେସନ୍ । ବିଗତ ଦୁଇ ବର୍ଷରେ ଏହା ପ୍ରଯୁକ୍ତିରେ ଉନ୍ନତି ଏବଂ ସଂସ୍ଥାଗତ ଗ୍ରେଡ୍ର ସମାଧାନ ଆଣିବା ଉପରେ ଗୁରୁତ୍ୱ ଦେଉଛି ।

ହାପ୍ଟିକ୍  ହେଉଛି  ବିଶ୍ୱର  ସର୍ବବୃହତ  ବାର୍ତାଳାପ  ବା  ଚାଟ୍  ଭିତିକ  ଏଆଇ  ପ୍ଲାଟଫର୍ମ ।  ଏହା  ବର୍ତମାନ  ସୁଦ୍ଧା  ୨  ବିଲିଅନରୁ  ଅଧିକ  ବାର୍ତାଳାପ  ବା  ସମ୍ବାଦ ଆଦାନପ୍ରଦାନର ପ୍ରକ୍ରିୟାକରଣ କରିଛି ଏବଂ ଏହାର ପ୍ରମୁଖ ଗ୍ରାହକ ତାଲିକାରେ ରହିଛନ୍ତି ସାମସଙ୍ଗ, କୋକାକୋଲା, ଫ୍ୟୁଚର ରିଟେଲ, କେଏଫ୍ସି, ଟାଟା ଗ୍ରୁପ, ଓୟୋ ରୁମସ, ମହିନ୍ଦ୍ରା ଗ୍ରୁପ ଏବଂ ଆହୁରି ଅନେକ ପ୍ରମୁଖ କଂପାନି । ଏହା ଗ୍ରାହକ ସମ୍ପର୍କ ଓ ସହାୟତା, କନସିର୍ଜ, ଲିଡ୍ ସୃଷ୍ଟି ଏବଂ ଲାଇଭ୍ ଚାଟ୍ ଭଳି ଗ୍ରାହକ ସମ୍ପର୍କ ସୁବିଧା ଉପରେ ଗୁରୁତ୍ୱାରୋପ କରୁଛି । ହାପଟିକ୍ ହେଉଛି ବିଶ୍ୱର ପ୍ରଥମ କଂପାନି ଯାହା ଓପନ୍ ସୋର୍ସରେ ବାର୍ତାଳାପ ଭିତିକ ଏନ୍ଟିଟି ଡିଟେକ୍ସନ ଇଂଜିନ ବିକଶିତ  କରିଛି  ଏବଂ  ଏହା  ନିକଟରେ  ଫ୍ରଷ୍ଟ୍  ଆଣ୍ଡ  ସୁଲିଭାନ୍ସ  କନଭରସେସନାଲ୍  ଏଆଇ  କଂପାନି  ଅଫ  ଦି  ଇୟର  ୨୦୧୮  ପୁରସ୍କାର  ହାସଲ  କରିଛି । ୨୦୧୬ ଏପ୍ରିଲ୍ରେ ହାପ୍ଟିକ୍ ପକ୍ଷରୁ ଟାଇମସ୍ ଇଟଂରନେଟ୍ରୁ ପାଣ୍ଠି ହାସଲ କରାଯାଇଥିଲା ଯାହା ରିଲାଏନ୍ସର ଏହି କାରବାର ସହିତ ସମାପ୍ତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.