କରୋନା ସଂଗ୍ରାମରେ ଉଲ୍ଲେଖନୀୟ ଯୋଗଦାନ ଲାଗି ଗ୍ଲୋବାଲ ଲିଷ୍ଟରେ Reliance

Published By : Prameya-News7 Bureau | April 20, 2020 IST

ମୁମ୍ବାଇ : ବିଶ୍ୱର କରୋନା ସଂଗ୍ରାମରେ ଉଲ୍ଲେଖନୀୟ ଯୋଗଦାନ ଲାଗି ପ୍ରସ୍ତୁତ ଗ୍ଲୋବାଲ ଲିଷ୍ଟରେ ଭାରତୀୟ ଉଦ୍ୟୋଗପତି  ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଫାଉଣ୍ଡେସନ ସାମିଲ ହୋଇଛି। ଲିଙ୍କଡଇନ୍ ଓ ଟ୍ୱିଟର ଏହି ସୂଚୀ ପ୍ରସ୍ତୁତ କରିଛନ୍ତି। ଯେଉଁମାନେ କରୋନା ସଂକ୍ରମଣରେ ତୁରନ୍ତ ପ୍ରତିକ୍ରିୟା ଦେଇଛନ୍ତି ବିଶ୍ୱର କେବଳ ସେହି ଟ୍ରଷ୍ଟ ଓ ଫାଉଣ୍ଡେସନଙ୍କୁ ନେଇ ଏହି ସୂଚୀ ପ୍ରସ୍ତୁତ କରାଯାଇଥିବା ବେଳେ ଏଥିରେ ଭାରତୀୟ ଫାଉଣ୍ଡେସନ ରିଲାଏନ୍ସ ମଧ୍ୟ ରହିଛି।

{"id":257370,"sizeSlug":"large"}

ଏନେଇ ଲିଙ୍କଡ୍ ଇନ୍‌ ୫ଟି କମ୍ପାନୀଙ୍କୁ ନେଇ ସୂଚୀ ପ୍ରସ୍ତୁତ କରିଛନ୍ତି। ଯେଉଁମାନେ  କରୋନାରେ ଯୋଗଦାନକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି।  ଏହି ସୂଚୀରେ ରିଲାଏନ୍ସ ସହ ଲରିଏଲ, ଡିକେଥଲନ, ଲିଗୋ ଓ ଜେନେରାଲ ଇଲେକ୍ଟ୍ରିକ୍ ହେଲଥ୍‌ କେୟାର ଆଦି ସାମିଲ ଅଛନ୍ତି। ଲିଙ୍କଡଇନ୍‌ଭଳି ଟ୍ୱିଟର ମଧ୍ୟ ଏକ ସୂଚୀ ପ୍ରସ୍ତୁତ କରିଛନ୍ତି।

{"id":257372,"sizeSlug":"large"}

ଟ୍ୱିଟର ତାଙ୍କ ସୂଚୀରେ ଶିକ୍ଷକଙ୍କୁ ସଶକ୍ତ କରିବା ଲାଗି ଗୁଗଲ, ହ୍ୟାଣ୍ଡ ସାନିଟାଇଜର ଲାଗି ଡିଏଗୋ, ସାମାଜିକ ଦୂରତା ଲାଗି ସଚେତନତା ନିମନ୍ତ୍ ଦି ହିନ୍ଦୁ, ସେବା ଲାଗି ସିସ୍‌କୋ ଫ୍ରି ବେବନାର, ନିଜକୁ ସୁରକ୍ଷିତ ରଖିବା ଲାଗି ଡେଟଲ, ସମସ୍ତ କଲ୍‌କୁ ଏକାଠି କରିବା ଲାଗି ମାଇକ୍ରୋସପ୍ଟ, ନିଯୁକ୍ତି କ୍ଷେତ୍ରରେ ସୁଯୋଗ ସୃଷ୍ଚି ଲାଗି ଲିଙ୍କଡଇନ୍‌, ନିତ୍ୟ ବ୍ୟବହାର୍ଯ୍ୟ ଆବଶ୍ୟକତା ପୂରଣ ଲାଗି ବିଗ୍‌ ବଜାର, ଦିନ ମଜୁରିଆଙ୍କୁ ଖାଦ୍ୟ ଉପଲବ୍ଧ କରିବା ଲାଗି ଜୋମାଟୋ, ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ଭୋଜନ ବ୍ୟବସ୍ଥା ନିମନ୍ତେ ତାଜ୍‌ ହୋଟେଲ ଓ ବାହନ ଚାଳକଙ୍କ ନିମନ୍ତେ ରିଲିଫ ଫଣ୍ଡ ଗଠନ ଲାଗି ଉବେରକୁ ଏହି ସୂଚୀରେ ରଖିଛନ୍ତି। ସେହିପରି ଲକଡାଉନରେ ମନୋରଞ୍ଜନ ଲାଗି ନେଟ୍ ଫ୍ଲିକ୍ସ, ଡ୍ୟୁରେକ୍ସ, ଟିଣ୍ଡର ଓ ମର୍ସିଡିଜ୍ ବେଞ୍ଜ ମଧ୍ୟ ସୂଚୀରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.