Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ସଂକଟରେ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ହୋମ ଫାଇନାନ୍ସ, କେବଳ ଡିସେମ୍ବରରେ ୧୦୦ କୋଟି ଟଙ୍କାର ଲୋନ୍ ଡିଫଲ୍ଟ

27/02/2021 at 5:08 PM

ମୁମ୍ବାଇ : ଅନୀଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ହୋମ ଫାଇନାନ୍ସ ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛି। କମ୍ପାନୀ ଗତ ଡିସେମ୍ବର ୨୦୨୦ରେ ୧୦୦ କୋଟି ଟଙ୍କାର ଲୋନ ଡିଫଲ୍ଟ କରିଛି। ବ୍ୟାଙ୍କ ଅଫ ବରୋଦା, ପିଏନବି, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, କ୍ୟାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ ଓ ଇଣ୍ଡିଆ ବ୍ୟାଙ୍କର ଉଧାର ଚୁକ୍ତା କରିବାରେ ରିଲାଏନ୍ସ ହୋମ ଫାଇନାନ୍ସ ବିଫଳ ହୋଇଛି।

ରିଲାଏନ୍ସ ହୋମ ଫାଇନାନ୍ସ ଉପରେ ଏବେ ଋଣ ବଢି ବଢି ୪ ହଜାର ୨୮୦ କୋଟି ଟଙ୍କାରେ ପହଞ୍ଚିଯାଇଛି। ରିଲାଏନ୍ସ ହୋମ ଫାଇନାନ୍ସର ମାମଲା ସମାଧାନ ଲାଗି ୭ ଜୁନ ୨୦୧୯ରେ ଋଣଦାନକାରୀ ସଂସ୍ଥାମାନେ ଇଣ୍ଟର କ୍ରେଡିଟର ଏଗ୍ରିମେଣ୍ଟରେ ସ୍ୱାକ୍ଷର କରିଥିଲେ।

ରିଲାଏନ୍ସ ହୋମ ଫାଇନାନ୍ସ ବର୍ତ୍ତମାନ ତାଙ୍କ ନିକଟରେ ନଗଦ ୧୦୦୦ କୋଟି ଟଙ୍କା ଥିବା କହିଛନ୍ତି। ତେବେ ଋଣ ଚୁକ୍ତ କରିବାରେ କମ୍ପାନୀ ଆଇନଗତ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛି। ଡିସେମ୍ବରରେ ଶେଷ ହୋଇଥିବା ୨୦୧୯ ଶେଷ ତ୍ରୈମାସିକରେ କମ୍ପାନୀ ଉପରେ ୭୩.୫୨ କୋଟି ଟଙ୍କାର ଋଣ ବାକି ଥିଲା। ତେବେ ୨୦୨୦-୨୧ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ବେଳକୁ ଏହି ଋଣ ପରିମାଣ ୩୩୯.୫୫ କୋଟି ଟଙ୍କାରେ ପହଞ୍ଚି ଯାଇଥିଲା।

   Related Posts