ଭାରତ ସହିତ ୬ ବର୍ଷର ସହଭାଗିତା ପୂର୍ତ୍ତୀ ଅବସରରେ ଏନବିଏକୁ ଭାରତକୁ ସ୍ବାଗତ କଲା ରିଲାଏନ୍ସ ଫାଉଣ୍ଡେସନ

Published By : Prameya-News7 Bureau | October 05, 2019 IST

ମୁମ୍ବାଇ ୫/୧୦: ମୁମ୍ବାଇ ସ୍ଥିତ ନ୍ୟାଶନାଲ ସ୍ପୋଟର୍ସ କ୍ଲବ୍‌ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ସିଆଇ) ଡୋମଠାରେ ୧୦ ରୁ ୧୬ ବର୍ଷ ବୟସର ବାଳକ ବାଳିକାଙ୍କ ଗହଣରେ ଶୁକ୍ରବାର ଏନ୍‌ବିଏର ଐତିହାସିକ ମ୍ୟାଚ୍‌ ଆୟୋଜିତ ହୋଇଛି। ଆମେରିକାର ହାଇପ୍ରୋଫାଇଲ ବାସ୍କେଟ ବଲ୍‌ ଲିଗ୍‌ ଏନ୍‌ବିଏ (ନ୍ୟାଶନାଲ ବାସ୍ପେଟବଲ ଆସୋସିଏଶନର ଦୁଇ ଦଳ ଇଣ୍ଡିଆନ ପେସର୍ସ ଓ ସାକ୍ରାମେଣ୍ଟୋ କିଙ୍ଗ୍ସ ଏହି ଅବସରରେ ପରସ୍ପରକୁ ଭେଟିଥିଲେ।

୧୦ରୁ ୧୬ ବର୍ଷର ବାଳକ ଓ ବାଳିକାମାନେ ଷ୍ଟାଡିୟମରେ ଉପସ୍ଥିତ ରହି ନିଜ ପସନ୍ଦର ଦଳକୁ ଚିୟର କରିଥିଲେ। ରିଲାଏନ୍ସ ଫାଉଣ୍ଡେଶନ ଜୁନିୟର ଏନ୍‌ବିଏ ପ୍ରୋଗ୍ରାମ୍‌ ତରଫରୁ ପିଲାମାନେ ପ୍ରତିନିଧିତ୍ୱ କରିଥିଲେ। ଭାରତରେ ଏନ୍‌ବିଏ ଓ ରିଲାଏନ୍ସ ଫାଉଣ୍ଡେଶନ ସହଭାଗିତାର ଷଷ୍ଠବର୍ଷ ପୂର୍ତ୍ତି ଅବସରରେ ଏହି ଐତିହାସିକ ମ୍ୟାଚ୍‌ ଆୟୋଜନ ହେବା ଏବଂ ପିଲାମାନେ ଏହାକୁ ଅତି ନିକଟରୁ ଦେଖିବାର ସୁଯୋଗ ଲାଭ କରିବା ନିଶ୍ଚିତ ଭାବେ ଏକ ବଡ ଉପଲବ୍ଧି । ରିଲାଏନ୍ସ ଫାଉଣ୍ଡେଶନ ଅଧ୍ୟକ୍ଷ୍ୟା ଶ୍ରୀମତୀ  ନୀତା ଅମ୍ବାନୀଙ୍କ ସ୍ୱତନ୍ତ୍ର ଆମନ୍ତ୍ରଣରେ ଏହି ପିଲାମାନେ ଏନବିଏ ଗେମକୁ ବେଶ ଉପଭୋଗ କରିଥିଲେ ।

ବିଗତ କିଛିବର୍ଷ ହେବ ରିଲାଏନ୍ସ ଫାଉଣ୍ଡେଶନ ଜୁନିୟର ଏନ୍‌ବିଏ ୧୧ ନିୟୁତ ପିଲାଙ୍କ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ରହିଆସିଛି ଓ ଦେଶର ୨୦ଟି ରାଜ୍ୟର ୩୪ଟି ସହରରୁ ୧୦,୦୦୦ କୋଚ୍‌ଙ୍କୁ ପ୍ରଶିକ୍ଷଣ ଦେଇଛି। ଭାରତ ବାସ୍ତବରେ ଏକ ବହୁମୁଖୀ କ୍ରୀଡ଼ା ରାଷ୍ଟ୍ରରେ ପରିଣତ ହେଉ ଓ ଏହା ମୋର ସ୍ବପ୍ନ ବୋଲି ଏହି ଅବସରରେ ନୀତା କହିଛନ୍ତି। ଆମର ଜୁନିଅର ଏନବିଏ କାର୍ଯ୍ୟକ୍ରମର ଅଂଶ ଥିବା ଏହି ଆଗମୀଦିନର ବାସ୍କେଟବଲ ଖେଳାଳି ମାନଙ୍କ ପାଇଁ ଭାରତରେ ପ୍ରଥମ ଥର ପାଇଁ ଏନବିଏ ଗେମ ଆୟୋଜିତ କରି ରିଲାଏନ୍ସ ଫାଉଣ୍ଡେସନ ବେଶ ଉତ୍ସାହିତ | କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ ଛୋଟ ପିଲାମାନେ ବିକଶିତ ହୁଅନ୍ତୁ, ଏହି ଲକ୍ଷ୍ୟ  ନେଇ ମୁଁ ଆଶା କରୁଛି ଏନେଇ ଭାରତ ସାରା ବିଶ୍ୱ ଦରବାରରେ ପରିଚିତ ହେବା ସହ ସ୍ବତନ୍ତ୍ର ସ୍ଥାନ ହାସଲ କରିବ ବୋଲି ସେ କହିଛନ୍ତି।

ଏହି ଅବସରରେ ଏନ୍‌ବିଏ କମିଶନର ଅଡାମ ସିଲଭର ଉପସ୍ଥିତ ରହି ଭାରତରେ ବାସ୍କେଟବଲ ଖେଳକୁ ପ୍ରୋତ୍ସାହନ ଦିଗରେ ରିଲାଏନ୍ସ ଫାଉଣ୍ଡେସନର ଉଦ୍ୟମକୁ ପ୍ରଶଂସା କରିଥିଲେ ଏବଂ  ଭାରତରେ ଏନବିଏ ଗେମ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ସାଙ୍କେତିକ ଭାବରେ ଶ୍ରୀମତୀ ନୀତା ଅମ୍ବାନୀଙ୍କୁ  ପ୍ରଥମ ମ୍ୟାଚ ବଲ ପ୍ରଦାନ କରିଥିଲେ | ଏହାପରେ ଶ୍ରୀମତୀ ଅମ୍ବାନୀ ଓ ଅଡାମ ସିଲଭର ଏବଂ ଇଣ୍ଡିଆନା ପେସର୍ସ ର ମାଇଲସ ଟରନେର ଓ ସାକ୍ରାମେଣ୍ଟୋ କିଙ୍ଗ୍ସର ଡ଼ିଏରୋନ ଫକ୍ସ ମିଳିତ ଭାବେ ମ୍ୟାଚ୍‌ ବଲ୍‌ କୁ  ଏନ୍‌ବିଏ ଅଧିକାରୀଙ୍କୁ ମ୍ୟାଚ୍‌ ବଲ୍‌ ପ୍ରଦାନ କରି ସାଙ୍କେତିକ ଭାବରେ ଖେଳର ଶୁଭାରମ୍ଭ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.