ପୁଲଓ୍ବାମା ଆତଙ୍କୀ ହମ୍‌ଲାରେ ସିଆରପିଏଫ୍ ସହିଦଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ରିଲାଏନ୍ସ ଫାଉଣ୍ଡେସନ

Published By : Prameya-News7 Bureau | February 17, 2019 IST

ଭୁବନେଶ୍ବର ୧୭|୨: ଗତ ଗୁରୁବାର ଜମ୍ମୁ-ଶ୍ରୀନଗର ରାଜପଥରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ । ଯାହାକୁ ନେଇ ଦେଶର ୧.୩ ବିଲିଅନ ଭାରତୀୟଙ୍କ ମଧ୍ୟରେ ଉଠିଥିବା କ୍ରୋଧ ସହିତ ସାରା ରିଲାଏନ୍ସ ପରିବାର ସାମିଲ ହୋଇଛି । ଭାରତର ଏକତା କୌଣସି ଆତଙ୍କବାଦ, ଯାହା ମାନବ ସମାଜ ପାଇଁ ସବୁଠୁ ବଡ଼ ଶତ୍ରୁ, ତାହାକୁ ପରାହତ କରିବା

ପାଇଁ ଆମର ରହିଥିବା ଅଙ୍ଗୀକାରବଦ୍ଧତାକୁ ଭଙ୍ଗ କରିପାରିବ ନାହିଁ । ସହିଦ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଉଛି ରିଲାଏନ୍ସ ଫାଉଣ୍ଡେସନ । ଦେଶ କେବେବି ଏହି ବୀର ଏବଂ ସେମାନଙ୍କ ବଳିଦାନକୁ ଭୁଲିବ ନାହିଁ । ଆହତ ଯବାନମାନଙ୍କର ଶୀଘ୍ର ସୁସ୍ଥତା କାମନା କରୁଯାଉଛି । ଜଣେ ନାଗରିକ ସହିତ କର୍ପୋରେଟ୍ ନାଗରିକ ଭାବେ ଏହି ଜାତୀୟ ସଂହତି ସମୟରେ ସେନା ବାହିନୀ ଏବଂ ସରକାରଙ୍କ ସହ ଠିଆ ହୋଇଛି ରିଲାଏନ୍ସ ଫାଉଣ୍ଡେସନ । ସହିଦଙ୍କ ପରିବାର ପ୍ରତି କୃତଜ୍ଞତା ସ୍ବରୂପ, ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ସେମାନଙ୍କ ପିଲାମାନଙ୍କ ଶିକ୍ଷା ଓ ନିଯୁକ୍ତି ଏବଂ ସେମାନଙ୍କ ପରିବାରର ଜୀବିକାର ପୂର୍ଣ୍ଣ ଦାୟିତ୍ବ ନେବା ପାଇଁ ପ୍ରସ୍ତୁତ ଥିବା ପ୍ରକାଶ କରାଯାଇଛି । ଆବଶ୍ୟକ ସ୍ଥଳେ ରିଲାଏନ୍ସ ଗ୍ରୁପର ହସ୍ପିଟାଲ୍ ଆହତ ଯବାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ପ୍ରସ୍ତୁତ ରହିଛି । ସେନା ବାହିନୀ ପ୍ରତି ଅନ୍ୟ ଯେକୌଣସି ପ୍ରକାର ଦାୟିତ୍ବ ନିର୍ବାହ କରିବା ପାଇଁ ସରକାର ଦାୟିତ୍ବ ଦେଲେ ତେବେ ତାହାକୁ ନିର୍ବାହ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ରିଲାଏନ୍ସ ଫାଉଣ୍ଡେସନ ପ୍ରକାଶ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.