Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

କରୋନା ଯାଞ୍ଚ ଲାଗି ଆସିଲା ରିଲାଏନ୍ସର RT-PCR କିଟ୍, ୨ ଘଣ୍ଟାରେ ଜଣାପଡିବ ସଂକ୍ରମିତ କି ନୁହଁ

2/10/2020 at 9:26 PM

ନାଭି ମୁମ୍ବାଇ ୨।୧୦: ରିଲାଏନ୍ସ ଲାଇଫ ସାଇନ୍ସ କୋଭିଡ ଯାଞ୍ଚ ଲାଗି ଏପରି ଏକ ଆରଟି-ପିସିଆର କିଟ୍‌ ବିକଶିତ କରିଛନ୍ତି ଯାହା ମାତ୍ର ୨ ଘଣ୍ଟାରେ ସଂକ୍ରମଣ ସମ୍ପର୍କିତ ରିପୋର୍ଟ ଦେଇପାରୁଛି। କମ୍ପାନୀ ସମର୍ଥିତ ସୂତ୍ର ଶୁକ୍ରବାର ଏହି ସୂଚନା ମିଳିଛି। ବର୍ତ୍ତମାନ ସମୟରେ ଆରଟି-ପିସିଆର କିଟ୍‌ ମାଧ୍ୟମରେ କରୋନା ଯାଞ୍ଚ ରିପୋର୍ଟ ଲାଗି ଅନୁନ୍ୟ ୨୪ ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। 

ଲାବରୋଟରି ରିଏଲଟାଇମରେ ଭୂତାଣୁର ଡିଏନଏ ଓ ଆରଏନଏରେ କପି ଯାଞ୍ଚ କରନ୍ତି ଓ ସାର୍ସ କୋଭ-୨ରେ ଉପସ୍ଥିତ ନ୍ୟୁକ୍ଲିକ୍‌ ଅମ୍ଲର ଚିହ୍ନଟ କରିଥାଏ। ନ୍ୟୁକ୍ଲିକ୍ ଅମ୍ଲ ପ୍ରତ୍ୟେକ ଜ୍ଞାତ ଜୀବିତ ବସ୍ତୁରେ ମିଳିଥାଏ। ଏହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଲାଇଫ ସାଇନ୍ସ ବୈଜ୍ଞାନିକମାନେ ଦେଶରେ ସାର୍ସ କୋଭ-୨ର ୧ଶହରୁ ଅଧିକ ଜିନୋମ ବିଶ୍ଲେଷଣ କରିବା ପରେ ଏହି ଅତ୍ୟାଧୁନିକ ଆରଟି-ପିସିଆର କିଟ୍ ବିକଶିତ କରିଥିବା କହିଛନ୍ତି।

ରିଲାଏନ୍ସ ଏହି କିଟ୍‌କୁ ଆରଟି-ଗ୍ରୀନ୍‌ ନାମକରଣ କରିଛନ୍ତି। ଯାହାକୁ ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆଇସିଏମଆର) ମଧ୍ୟ ଅନୁମୋଦନ କରିଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି କିଟ୍ ସାର୍ସ କୋଭ-୨ର ଇ-ଜିନ୍, ଆର-ଜିନ୍ ଓ ଆରଡିଆରପି ଜିନ୍‌ର ଉପସ୍ଥିତିକୁ ମଧ୍ୟ ଧରିପାରେ। ଏଥିରୁ ମାତ୍ର ୨ ଘଣ୍ଟାରେ ଟେଷ୍ଟିଂର ରିପୋର୍ଟ ମିଳିପାରେ ବୋଲି ଆଇସିଏମଆର କହିଛନ୍ତି।

   Related Posts