Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଭାରତ ଛାଡି ଲଣ୍ଡନରେ ରହିବେ କି ଅମ୍ବାନୀଙ୍କ ପରିବାର ? ସ୍ପଷ୍ଟୀକରଣ ରଖିଲା ରିଲାଏନ୍ସ

5/11/2021 at 11:05 PM

ନୂଆଦିଲ୍ଲୀ ୦୫/୧୧: ଦେଶ ଛାଡ଼ି ଦେଇ ବ୍ରିଟେନରେ ରିହବା ନେଇ ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ୱାନୀଙ୍କ ନାମରେ ଉଠିଥିବା ଗୁଜବର ସ୍ପଷ୍ଟୀକରଣ ରଖିଛି ରିଲାଏନ୍ସ ଇଣ୍ଡଷ୍ଚ୍ରୀଜ୍‌ । ଅମ୍ବାନୀ ଲଣ୍ଡନରେ ରହିବେ ନେଇ ପ୍ରକାଶ ପାଉଥିବା ଖବରରେ କୌଣସି ସତ୍ୟାସତ୍ୟ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ସେଠାରେ ଅମ୍ବାନୀ ୩୦୦ ଏକର ସମ୍ପତ୍ତି କିଣିଥିବା ଏକ ରିପୋର୍ଟରୁ ଜଣାପଡ଼ିଥିଲା । ଏହି ସମ୍ପତ୍ତି ଲଣ୍ଡନର ବକିଂଘମଶିରେ ଓ ଷ୍ଟୋକ ପାର୍କରୁ କିଣିଥବା ଜଣା ପଡ଼ିଛି। ସେଠାରେ ଅମ୍ବାନୀ ତାଙ୍କ ପରିବାର ସହିତ ରହିବେ ବୋଲି ରିପୋର୍ଟରେ ପ୍ରକାଶ ପାଇଥିଲା ।

ରିପୋର୍ଟରେ କୁହାଯାଇଥିଲା ଯେ ମହାମାରୀ ସମୟରେ ଲକ୍‌ଡାଉନ୍‌ରେ ଅମ୍ବାନୀଙ୍କୁ ତାଙ୍କର ବିଳାସମୟ ଘର ଆଣ୍ଟିଲିୟାରେ ଏକ ପ୍ରକାର ଗୃହବନ୍ଦୀ ହୋଇ ରହିବାକୁ ପଡ଼ିଥିଲା। ସେତେବେଳେ ସେ ବ୍ରିଟେନ୍‌ରେ ରହିବା ନେଇ ଯୋଜନା କରିଥିଲେ। ରିପୋର୍ଟ ଅନୁସାରେ, ଅମ୍ୱାନୀ ଚଳିତ ବର୍ଷ ଆରମ୍ଭରୁ ଷ୍ଟୋକ ପାର୍କର ସମ୍ପତ୍ତିକୁ ୫୯୨ କୋଟି ଟଙ୍କାରେ କିଣିଥିଲେ। ଏହାକୁ ନେଇ କମ୍ପାନୀ ପକ୍ଷରୁ ଏକ ବୟାନ ଜାରି କରାଯାଇଛି ।

ବୟାନରେ କମ୍ପାନୀ କହିଛି, ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ ସ୍ପଷ୍ଟ କରୁଛି ଯେ ଚେୟାରମ୍ୟାନ୍‌ ମୁକେଶ ଅମ୍ୱାନୀ ଏବଂ ତାଙ୍କ ପରିବାର ଲଣ୍ଡନ କିମ୍ୱା ବିଶ୍ୱର ଅନ୍ୟ କୌଣସି ସ୍ଥାନରେ ରହିବାକୁ ଯୋଜନା ନାହିଁ । ରିଲାଏନ୍ସ କିଣିଥିବା ଲଣ୍ଡନ ଘରକୁ ନିଜର ଦ୍ୱିତୀୟ ଘର କରିବା ନେଇ ଚର୍ଚ୍ଚା ହେଉଛି ।

ହେଲେ ଲଣ୍ଡନ ଘରକୁ ଅଧିଗ୍ରହଣ କରିବାର ଉଦ୍ଦେଶ୍ୟ ନେଇ କମ୍ପାନୀ କହିଛି ଏହି ଐତିହ ସମ୍ପତ୍ତି ସ୍ଥାନୀୟ ନିୟମ ପାଳନ କରି ଏକ ପ୍ରମୁଖ ଗୋଲ୍ଫ ଫିଲ୍ଡ ଏବଂ ସ୍ପୋର୍ଟିଂ ରିସୋର୍ଟର ରୂପ ଦିଆଯିବା ନେଇ ଯୋଜନା ରହିଛି । କିନ୍ତୁ ଅମ୍ୱାନୀଙ୍କ ବାରମ୍ୱାର ବିଦେଶ ଯାତ୍ରାକୁ ନେଇ ସେପରି କିଛି କମ୍ପାନୀ ପକ୍ଷରୁ କୁହାଯାଇନାହିଁ ।

   Related Posts