ପିଏମ କେୟାର୍ସ ଫଣ୍ଡରେ ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍ ଦେବ ୫୦୦ କୋଟି, ୫୦ ଲକ୍ଷ ଲୋକଙ୍କ ମୁହଁରେ ଦେବ ଖାଦ୍ୟ

Published By : Prameya-News7 Bureau | March 30, 2020 IST

ନୂଆଦିଲ୍ଲୀ ୩୦।୦୩: ରିଲାୟନ୍ସ ଇଣ୍ଡଷ୍ଟ୍ରୀ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡରେ ୫୦୦ କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛି। ଏହା ବ୍ୟତୀତ କମ୍ପାନୀ ମହାରାଷ୍ଟ୍ର ଓ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରେ ୫ କୋଟି  ଟଙ୍କା ଲେଖାଏଁ ଦାନ କରିବ। କମ୍ପାନୀ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ୫-୫ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ। ଅର୍ଥାତ ୫୦ ଲକ୍ଷ ଲୋକଙ୍କୁ ଖାଦ୍ୟର ବନ୍ଦୋବସ୍ତ କରାଯାଉଛି।

ଏହା ପୂର୍ବରୁ ରିଲାୟନ୍ସ ଫାଉଣ୍ଡେସନ ୧୦୦ ଶଯ୍ୟାର ପ୍ରଥମ କୋଭିଡ୍-୧୯ ହସ୍ପିଟାଲ ମାତ୍ର ଦୁଇ ସପ୍ତାହରେ ପ୍ରସ୍ତୁତ କରିଥିଲା। ରିଲାୟନ୍ସ ପ୍ରତିଦିନ ଏକ ଲକ୍ଷ ମାସ୍କ ଓ ହଜାର ସଂଖ୍ୟାରେ ପର୍ସନାଲ ପ୍ରୋଟେକ୍ଟିଭ୍ ଇକ୍ୟୁପମେଣ୍ଟ ମଧ୍ୟ ପ୍ରସ୍ତୁତ କରିଛି। ଯଦ୍ଵାରା ଦେଶର ସ୍ଵାସ୍ଥ୍ୟକର୍ମୀଙ୍କ ସ୍ଵାସ୍ଥ୍ୟ ପ୍ରତି ଯତ୍ନ ନିଆଯାଇ ପାରିବ। ଏହା ପୂର୍ବରୁ ରିଲାୟନ୍ସ ଜରୁରୀକାଳୀନ ଗାଡିରେ ଫ୍ରି ଇନ୍ଧନ ଓ ଡବଲ ଡାଟା ଉପଲବ୍ଧ କରାଉଛି।

wp:core-embed/twitter {"url":"https://twitter.com/ANI/status/1244628139604664323?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fbusiness%2Fbusiness-news%2Freliance-chairman-mukesh-ambani-donated-500-crores-to-pm-cares-fund%2Farticleshow%2F74897938.cms","type":"rich","providerNameSlug":"twitter","className":""}
https://twitter.com/ANI/status/1244628139604664323?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fbusiness%2Fbusiness-news%2Freliance-chairman-mukesh-ambani-donated-500-crores-to-pm-cares-fund%2Farticleshow%2F74897938.cms
/wp:core-embed/twitter

ସଙ୍କଟର ଘଡିରେ ରିଲାୟନ୍ସ ଦେଶ ସହିତ- ମୁକେଶ ଅମ୍ବାନୀ

ରିଲାୟନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ସଭାପତି ତଥା ପ୍ରବନ୍ଧକ ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି ଯେ, ମୋତେ  ବିଶ୍ଵାସ ଯେ, ଭାରତ କରୋନା ଭାଇରସ୍ ବିପଦରେ ଶୀଘ୍ର ବିଜୟ ଲାଭ କରିବ। ରିଲାୟନ୍ସ ଇଣ୍ଡଷ୍ଟ୍ରିଜର ପୂଟା ଟିମ୍ ସଙ୍କଟର ଏହି ଘଡିରେ ଦେଶ ସହିତ ରହିଛି ଏବଂ କୋଭିଡ୍ ୧୯ ବିରୁଦ୍ଧ ଲଢେଇରେ ଜିତିବାକୁ ସବୁ କିଛି କରିବ।

{"id":246642,"sizeSlug":"large"}

ନୀତା ଅମ୍ବାନୀ କଣ କହିଲେ

ରିଲାୟନ୍ସ ଫାଉଣ୍ଡେସନର ସଂସ୍ଥାପକ ଚେୟାରମ୍ୟାନ ନୀତା ଅମ୍ବାନୀ କହିଛନ୍ତି ଯେ, ଯେମିତି ରାଷ୍ଟ୍ର କୋଭିଡ୍ ୧୯ ମହାମାରୀର ଲଢେଇ ପାଇଁ ଏକଜୁଟ୍ ହୋଇଛି, ଠିକ୍ ସେହି ଭଳି ରିଲାୟନ୍ସ ଫାଉଣ୍ଡେସନ ନିଜର ଦେଶବାସୀ ଓ ମହିଳାଙ୍କ ସହିତ ଦୃଢ ଭାବେ ଛିଡା ହୋଇଛୁ। ବିଶେଷ କରି ସେହି ମାନଙ୍କ ପାଇଁ ଯେଉଁମାନେ ଆଗ ଧାଡିରେ ରହି କରୋନାର ମୁକାବିଲା କରୁଛନ୍ତି। ଆମର ଡାକ୍ତର ଓ କର୍ମଚାରୀ ଭାରତର ପ୍ରଥମ କୋଭିଡ୍ ୧୯ ହସ୍ପିଟାଲ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଛନ୍ତି। ଆମେ କୋଭିଡ୍ ୧୯ର ସ୍କ୍ରିନିଂ, ପରୀକ୍ଷଣ, ସଙ୍ଗରୋଧ ଓ ଉପଚାରରେ ସରକାରଙ୍କ ସହଯୋଗ କରିବା ପାଇଁ ପ୍ରତିବଦ୍ଧ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.