Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଫର୍ଚ୍ୟୁନ ଇଣ୍ଡିଆ 500 ସୂଚୀର ଶୀର୍ଷରେ ଅମ୍ବାନୀଙ୍କ Reliance industries

16/12/2019 at 5:49 PM

ମୁମ୍ବାଇ : ମୁକେଶ ଅମ୍ବାନୀଙ୍କ ମାଲିକାନାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ (ଆରଆଇଏଲ) ଫର୍ଚ୍ୟୁନ୍ ଇଣ୍ଡିଆ ୫୦୦ ସୂଚୀର ଶୀର୍ଷସ୍ଥାନ ଅଧିକାରୀ କରିଛି। ଏହା ପୂର୍ବରୁ ସରକାରୀ କ୍ଷେତ୍ରର ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ ଗତ ୧୦ ବର୍ଷ ହେଲା ଲାଗାତାର ଏହି ସ୍ଥାନରେ ରହି ଆସୁଥିଲା। ୨୦୧୮-୧୯ ଆର୍ଥିକ ବର୍ଷରେ ଆରଆଇଏଲ ୫.୮୧ କୋଟି ଟଙ୍କା ଲାଭ ଆୟ କରିବାରେ ଶୀର୍ଷ ୧୧ କମ୍ପାନୀଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି।

ଏ ନେଇ ଫର୍ଚ୍ୟୁନ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ତୃତୀୟ ସ୍ଥାନରେ ଓଏନଜିସି, ଚତୁର୍ଥ ସ୍ଥାନରେ ଏସବିଆଇ, ପଞ୍ଚମ ସ୍ଥାନରେ ଟାଟା ମୋଟର୍ସ, ଷଷ୍ଠ ସ୍ଥାନରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଅଛନ୍ତି। ଆଇଓସିଏଲ ଦ୍ୱିତୀୟ ସ୍ଥାନକୁ ଖସିଆସିଥିବା ବେଳେ ସପ୍ତମ ସ୍ଥାନରେ ରାଜେଶ ଏକ୍ସପୋର୍ଟ, ଅଷ୍ଟମ ସ୍ଥାନରେ ଟାଟା ଷ୍ଟିଲ, ନବମ ସ୍ଥାନରେ କୋଲ ଇଣ୍ଡିଆ ଓ ୧୦ମ ସ୍ଥାନରେ ଟିସିଏସ୍ ରହିଛନ୍ତି।

ରିଲାୟନ୍ସ ଆୟରେ ୪୧ ପ୍ରତିଶତ ବୃଦ୍ଧି
ଫର୍ଚ୍ୟୁନ ରିଲାଏନ୍ସ ଆୟରେ ୪୧ ପ୍ରତିଶତ ବୃଦ୍ଧି ହୋଇଥିବା କହିଛନ୍ତି। ଯାହା ଆଇଓସିଏଲ ଆୟଠାରୁ ୮.୪ ପ୍ରତିଶତରୁ ବି ଅଧିକ। ତେବେ ଆଇଓସିଏଲ ଆୟରେ ମଧ୍ୟ ଅଭିବୃଦ୍ଧି ହୋଇଛି। ଏହି ସମୟରେ ଆଇଓସିଏଲ ଆୟ ୨୬.୬ ପ୍ରତିଶତ ବଢି ୫.୩୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଆୟ ଅନୁସାରେ ରିଲାଏନ୍ସର ଲାଭ ବି ଦୁଇଗୁଣା ବଢିଛି।  ଫର୍ଚ୍ୟୁନ ୫୦୦ ସୂଚୀରେ ଥିବା ପାଞ୍ଚଶହ କମ୍ପାନୀଙ୍କ ହାରାହାରି ଆୟରେ ୯.୫୩ ଅଭିବୃଦ୍ଧି ହୋଇଥିବା ବେଳେ ଲାଭ ୧୧.୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ଫର୍ଚ୍ୟୁନ ସୂତ୍ରରୁ ଜଣାପଡିଛି। ତେବେ ଚଳିତବର୍ଷ କ୍ଷତି ଯୋଗୁ ୫୭ କମ୍ପାନୀ ସୂଚୀରୁ ବାଦ ପଡିଛନ୍ତି।  

   Related Posts