ବଡ଼ ଘୋଷଣା କଲେ ମୁକେଶ ଅମ୍ବାନି : ଜିଓ ଏବଂ ଗୁଗଲ୍ ପ୍ରସ୍ତୁତ କରିବ ସବୁଠୁ ଶସ୍ତା ଆଣ୍ଡ୍ରଏଡ ସ୍ମାର୍ଟଫୋନ୍

Published By : Prameya-News7 Bureau | July 15, 2020 IST

ନୂଆଦିଲ୍ଲୀ ୧୫/୭: ରିଲାୟନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ୪୩ତମ ଏଜିଏମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ମୁକ୍ତ ୨ଜିର ଘୋଷଣା କରିଛନ୍ତି। ଏହା ଜରିଆରେ ଜିଓ,ଗୁଗଲ୍ ସହ ଶସ୍ତା ଆଣ୍ଡ୍ରଏଡ ସ୍ମାର୍ଟଫୋନ୍ ଲଞ୍ଚ କରିବ। ଦେଶର ସମସ୍ତ ୨ଜି ଫିଚର ଫୋନ୍ ୟୁଜର୍ସଙ୍କୁ ସ୍ମାର୍ଟଫୋନରେ ଆଣିବାକଉ ଉଦ୍ୟମ କରାଯିବ। ନିକଟରେ ଗୁଗଲ୍ ଭାରତରେ ଡିଜିଟାଲ ଇଣ୍ଡିଆ ପାଇଁ ୭୫,୦୦୦କୋଟି ନିବେଶ କରିବାକୁ ଘୋଷଣା କରିଛି।

ଏଜିଏମରେ ଅମ୍ବାନୀ କହିଛନ୍ତି ଯେ କମ୍ପାନୀ ୫ଜି ନେଟଓ୍ବାର୍କ ପ୍ରସ୍ତୁତ କରିଛି ଯାହା ବିଶ୍ବର ସବୁଠୁ ଶ୍ରେଷ୍ଠ ୫ଜି ନେଟଓ୍ବାର୍କ। ଜିଓର ଦାବି ରହିଛି ଯେ ତାର ୫ଜି ନେଟଓ୍ବାର୍କରେ ପୂରାପୂରି ଘରୋଇ ଉପକରଣର ବ୍ୟବହାର ହୋଇଛି। ଏଥିପାଇଁ ୨୦ରୁ ଅଧିକ ଷ୍ଟାର୍ଟଅପର ସାହାଯ୍ୟ ନିଆଯାଇଛି। ଅମ୍ବାନି କହିଛନ୍ତି ଯେ ଗୁଗଲ୍ ଜିଓରେ ୩୩,୭୩୭କୋଟି ଟଙ୍କାର ନିବେଶ କରିଛନ୍ତି ଯାହାର ବଦଳରେ ତାକୁ ୭.୭ପ୍ରତିଶତ ଭାଗିଦାରୀ ମିଳିବ।

ରିଲାଏନ୍ସ ଏଜିଏମରେ ଜିଓ ଗ୍ଲାସର ମଧ୍ୟ ଘୋଷଣା ହୋଇଛି ଯାହା ଏକ ମିକ୍ସଡ ରିୟଲିଟି ଗ୍ଲାସ୍। ଜିଓ ଗ୍ଲାସ୍ ଏକ ସ୍ମାର୍ଟ ଗ୍ଲାସ୍ ଯେଉଁଥିରେ ଇଣ୍ଟରନେଟ୍,ସ୍ପିକର ଏବଂ ମାଇକର ସପୋର୍ଟ ଦିଆଯାଇଛି। ଜିଓ ଗ୍ଲାସ​‌ରେ ଆପଣ କଲିଂ ବି କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.