Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

ରିଲିଜ୍ ହେଲା‌‌ ‘ଥ୍ରୀଲର୍‌’ର ଟ୍ରେଲର୍

31/07/2020 at 7:37 AM

ଭୁବନେଶ୍ୱର ୩୧/୭: ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ଥ୍ରୀଲର୍‌’ର ଟ୍ରେଲର୍‌ ରିଲିଜ୍‌ ହୋଇଛି । ରାମଗୋପାଳ ବର୍ମାଙ୍କ ଏହି କ୍ରାଇମ୍‌ ସସ୍‌ପେନ୍ସରେ ଡେବ୍ୟୁ କରିଛନ୍ତି ଦୁଇ ଓଡ଼ିଆ । ଯାହାଙ୍କୁ ନେଇ ଇଣ୍ଡଷ୍ଟ୍ରିରେ ବହୁତ ଚର୍ଚ୍ଚା । ଫିଲ୍ମ ଏବଂ ରାମଗୋପାଳ ବର୍ମାଙ୍କୁ ଛାଡ଼ି ଏହି ଦୁଇ କଳାକାରଙ୍କୁ ନେଇ ଏବେ ସବୁଠି ଆଲୋଚନା । ହ୍ୟାଣ୍ଡ୍‌ସମ୍‌ ନାୟକ ରକ୍‌ କାଚ୍ଚି ଓ ବୋଲ୍ଡ ଅପସରା ରାଣୀଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ ।ଗୁରୁବାର ରିଲିଜ୍‌ ହୋଇଥିବା ୨ ମିନିଟ୍‌ ୩୬ସେକେଣ୍ଡ୍‌ର ଟ୍ରେଲର୍‌ରେ ଜବରଦସ୍ତ ଶୈଳୀରେ ଉଭୟ ନଜର ଆସିଛନ୍ତି । ପ୍ରଥମ ଥର କୌଣସି ହିନ୍ଦୀ ଫିଲ୍ମରେ ଦୁଇ ଓଡ଼ିଆ ନାୟକ-ନାୟିକା ନଜର ଆସିବେ । ସେଥିପାଇଁ ସିନେମାକୁ ଦେଖିବାକୁ ସମସ୍ତଙ୍କ ଉତ୍କଣ୍ଠା ରହିଛି ।

ଟ୍ରେଲର୍‌ରେ ରକ୍‌-ଅପସରାଙ୍କ ବ୍ୟତୀତ ଜଣେ ବ୍ୟକ୍ତିଙ୍କର ଛାଇ ଦେଖିବାକୁ ମିଳିଛି । ଟ୍ରେଲର୍‌ଟି ସ୍ୱଳ୍ପ ସମୟ ପାଇଁ ହେଲେ ବି ନଜର ଟାଣି ରଖୁଛି । କିନ୍ତୁ ଫିଲ୍ମଟି କେବେ ରିଲିଜ୍‌ ହେବ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇନି । ରାମଗୋପାଳଙ୍କ ଟ୍ୱିଟର୍‌ ଏବଂ ୟୁଟ୍ୟୁବ୍‌ରେ ଫିଲ୍ମର ଟ୍ରେଲର୍‌ ପୋଷ୍ଟ ହୋଇଛି । ଏହାକୁ ରକ୍‌-ଅପସରାଙ୍କୁ ଟ୍ୟାଗ୍‌ କରାଯାଇଛି । ଟ୍ରେଲର୍‌କୁ ନେଇ ଦର୍ଶକ ଏତେ ମତାମତ ଦେଇଛନ୍ତି, ଯାହାକୁ ଦେଖି ଅପସରା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

   Related Posts