Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଉଦ୍ଧବଙ୍କ ମନ୍ତ୍ରିମଣ୍ଡଳରେ ସମ୍ପର୍କୀୟଙ୍କୁ ମିଳିଲା ସୁବର୍ଣ୍ଣ ସୁଯୋଗ, ସରକାରରେଏମାନେ ବି ହେଲେ ସାମିଲ, ଜାଣନ୍ତୁ କିଏ?

30/12/2019 at 9:30 PM

ମୁମ୍ବାଇ ୩୦।୧୨:  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୋମବାର ତାଙ୍କ ମନ୍ତ୍ରୀମଣ୍ଡଳର ପ୍ରଥମ ସମ୍ପ୍ରସାରଣ କରିଛନ୍ତି। ଏଥିରେ ୩୬ଜଣ ମନ୍ତ୍ରୀ ଭାବେ ଶପଥପାଠ କରିଛନ୍ତି। ଏମାନଙ୍କ ମଧ୍ୟରେ ୨୬ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବା ବେଳେ ୧୦ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ କରାଯାଇଛି। ଉଦ୍ଧବ ମହାରାଷ୍ଟ୍ରରେ ସରକାର ଗଢିବାର ୧ ମାସ ୨ ଦିନ ପରେ ତାଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଥିବା ବେଳେ ପରିବାର ଓ ସମ୍ପର୍କୀୟଙ୍କୁ ସମ୍ପୂର୍ଣ୍ଣ ପ୍ରାଥମିକତା ମିଳିଛି।

ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ଶରଦ ପାୱାରଙ୍କ ପୁତୁରା ତଥା ବରିଷ୍ଠ ଏନସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି। ସେହିପରି ନିର୍ବାଚନରେ ପ୍ରଥମ ଥର ଜିତିଥିବା ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେ ମନ୍ତ୍ରୀ ହୋଇଛନ୍ତି। ଉଦ୍ଧବଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ବିଳାଶ ରାଓ ଦେଶମୁଖଙ୍କ ପୁଅର ବି ଲଟେରି ଲାଗିଯାଇଛି।

କେବଳ ଏତିକି ନୁହେଁ ଏକନାଥ ଗାୟକୱାଡଙ୍କ ଝିଅ ବର୍ଷା ଗାୟକୱାଡଙ୍କୁ ମଧ୍ୟ କ୍ୟାବିନେଟ୍‌ରେ ସ୍ଥାନ ମିଳିଯାଇଛି। ସେହିପରି ଧନଞ୍ଜୟ ମୁଣ୍ଡେ ମଧ୍ୟ ଉଦ୍ଧବଙ୍କ ମନ୍ତ୍ରିମଣ୍ଡଳରେ ନିଜଲାଗି ସ୍ଥାନ ହାସଲ କରିନେଇଛନ୍ତି। ୩ ପରସ୍ପର ବିରୋଧୀ ଦଳ ମେଣଅଟ କରି ପ୍ରଥମ ଥର ମହାରାଷ୍ଟ୍ରରେ ସରକାର କରିଥିବା ବେଳେ ମନ୍ତ୍ରୀମଣ୍ଡଳ ଚୟନରେ ପରିବାରକୁ ସମ୍ପୂର୍ଣ୍ଣ ପ୍ରାଥମିକତା ଦେଇଛନ୍ତି। ଏଥିରେ ଏନସିପି ସମେତ କଂଗ୍ରେସ ଓ ଶିବସେନାର ପାରିବାରିକ ସମ୍ପର୍କୀୟମାନେ ନିଜନିଜ ଲାଗି ସୁରକ୍ଷିତ ସ୍ଥାନ ବାଛି ନେଇଛନ୍ତି।

   Related Posts