୫୦ଲକ୍ଷ ଟଙ୍କା ନ ମିଳିବାରୁ ଶିଶୁକୁ ହତ୍ୟା କରି ଦେଇଥିଲା ନାବାଳକ ସମ୍ପର୍କୀୟ ଦାଦା : ଗିରଫ କଲା ପୋଲିସ୍

Published By : Prameya-News7 Bureau | December 13, 2020 IST

ମହାରାଜଗଞ୍ଜ ୧୩/୧୨: ମହାରାଜଗଞ୍ଜ ଥାନା ଅଞ୍ଚଳର ବାଂସପାର ଗାଁର ଭୁଲନାପୁରରୁ ଅପହୃତ ବାଳକଙ୍କ ମୃତଦେହ ଗାଁ ନିକଟସ୍ଥ ଚାଷଜମି​‌ ଖୋଳା ଯାଇ ଉଦ୍ଧାର କରାଯାଇଛି। ଅଭିଯୋଗ ରହିଛି ଯେ ସମ୍ପର୍କରେ ଦାଦା ହୋଇଥିବା ନାବାଳକ ପିଲାଟିକୁ ଅପହରଣ କରି ୫୦ଲକ୍ଷ ଟଙ୍କା ମାଗିଥିଲା।

ଟଙ୍କା ନ ମିଳିବାରୁ ସେ ପୁତୁରାକୁ ହତ୍ୟା କରିଥିଲା। ଅଭିଯୁକ୍ତ ନାବାଳକକୁ ଅଟକ ରଖି ପଚରାଉଚୁରା କରିବାରୁ ଶନିବାର ରାତି ପାଖାପାଖି ୮.୩୦ରେ ମୃତଦେହକୁ ଜବତ କରାଯାଇଥିଲା। ସୂଚନା ଅନୁଯାୟୀ, ବାଂସପାର ଗାଁର ଟୋଲା ଭୁଲନାପୁର ବାସିନ୍ଦା ୬ବର୍ଷ ପୀୟୁଷକୁ ଡିସେମ୍ବର ୯ତାରିଖରେ ଅପହରଣ କରାଯାଇଥିଲା।

{"id":376714,"sizeSlug":"large","linkDestination":"none"}

ଏହି ମାମଲାରେ ପୀୟୁଷଙ୍କ ବାପା କୃଷ୍ଣା ଗୁପ୍ତା ଥାନାରେ ଅପହରଣ ମାମଲା ରୁଜୁ କରିଥିଲେ। ଶନିବାର ସକାଳେ ପୋଲିସ୍ ଟିମ୍ ପୀୟୁଷର ସମ୍ପର୍କୀୟ ଦାଦା କିଶୋରକୁ ସନ୍ଦେହ କରି ଅଟକ ରଖି ପଚରାଉଚୁରା କରିଥିଲା।

{"id":376715,"width":579,"height":405,"sizeSlug":"large","linkDestination":"none"}

ଦିନସାରା ସେ ପୋଲିସକୁ ଏପଟ ସେପଟ କଥା କହି ଫାଙ୍କିଥିଲା। ପୋଲିସ୍ ଜୋର କରି ପଚାରିବାରୁ ସେ ସତ ମାନି ଯାଇଥିଲା। ଅଭିଯୁକ୍ତକୁ ସାଥିରେ ଧରି ପୋଲିସ୍ ହତ୍ୟାସ୍ଥଳକୁ ଆସି ଯାହା ଦେଖିଥିଲା ସେଥିରେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ବାଂସପାର ଗାଁର କ୍ଷେତରୁ ପୀୟୁଷର ମୃତଦେହ ଉଦ୍ଧାର କରି ପୋଲିସ୍ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା। ଘଟଣାରେ ସଂଶ୍ଲିଷ୍ଟ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୋଜୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.