ଫେସବୁକ ଟ୍ୟାଗରୁ ଖୋଲିଗଲା ସ୍ୱାମୀଙ୍କ ଅସଲ ଚେହେରା, ମହିଳା ଜାଣିଲେ ଡିଭୋର୍ସ ପଛର କାହାଣୀ

Published By : Prameya-News7 Bureau | July 30, 2021 IST

ନୂଆଦିଲ୍ଲୀ ୩୦/୭: ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ସମ୍ପର୍କ ନେଇ ପୋର୍ଟାଲରେ ଖୁଲ୍ଲାସା କରିଛନ୍ତି । ଯାହାକି କାହାର ଆଖି ଖୋଲିପାରେ । ଯଦିଓ ନାଓମି ନାମକ ଜଣେ ମହିଳା ଛାଡପତ୍ର ପରେ ସେମାନଙ୍କ ସମ୍ପର୍କର ସତ୍ୟତା ବିଷୟରେ ଜାଣିବାକୁ ପାଇଲେ । ଯାହାକୁ ନେଇ ସେ ବହୁତ ଅନୁତାପ କରିଛନ୍ତି । ନାଓମି ତାଙ୍କ ସହିତ ହୋଇଥିବା ଘଟଣା ସମ୍ପର୍କରେ ବଖାଣିଛନ୍ତି ।

ନାଓମି ଲେଖିଛନ୍ତି, 'ଦିନେ ମୁଁ ବସିଥିବା ବେଳେ ମୋ ଫୋନରେ ଫେସବୁକ ନୋଟିଫିକେସନ ଆସିଥିଲା । ମୋର ପୂର୍ବ ସ୍ୱାମୀ ଡେଭିଡଙ୍କ ଆଣ୍ଟି ଲିଜ, ଆମ ଦୁହିଁଙ୍କୁ ଟ୍ୟାଗ କରି ଏକ ପୋଷ୍ଟ କରି ଆମକୁ ଶୁଭେଚ୍ଛା ଦେଇଥିଲେ । ଏହାକୁ ପଢି ମୁଁ ଆଶ୍ଚର୍ଯ୍ୟ ହୋଇଗଲି କାରଣ, ସେତେବେଳକୁ ଆମେ ଅଲଗା ହେବାର ୮ ମାସ ହୋଇସାରିଥିଲା । ଏହି ଜିନିଷ ପାଇଁ ଅଭିନନ୍ଦନ ପାଇବା ମୋତେ ବହୁତ ଅଦ୍ଭୁତ ଲାଗିଥିଲା ।

ତେବେ ଏହି ପୋଷ୍ଟରେ ଯାହା ଲେଖିଥିଲା ମୁଁ ପଢି ତାଜୁବ ହୋଇଯାଇଥିଲି । ଆଣ୍ଟି ପୋଷ୍ଟରେ ଲେଖିଥିଲେ ଛୋଟ ପିଲା ମ୍ୟାକ୍ସକୁ ଦୁନିଆକୁ ସ୍ୱାଗତ କରୃୁଛି । ସେ ସେ ସେହି ରୁନି ପିଲାକୁ ଭେଟିବାକୁ ଅପେକ୍ଷା କରିଛନ୍ତି । ସେ ଏହା ମଧ୍ୟ ଲେଖିଛନ୍ତି ଯେ ଶିଶୁର ଆଖି ଏବଂ ନାକ ତାଙ୍କ ପରିବାରକୁ ଭଳି ହେଉ । ଯାହା ଦେଖି ନାଓମି ଆଶ୍ଚର୍ଯ୍ୟ ହୋଇଗଲେ ଆଉ ଭାବିଲେ କି ଆଣ୍ଟି ଅନ୍ୟ କାହାକୁ ଅଭିନନ୍ଦନ ଦେଉଛନ୍ତି ଏବଂ ସେ ଭୁଲରେ ମୋତେ ସେହି ପୋଷ୍ଟରେ ଟ୍ୟାଗ୍ କରିଛନ୍ତି ।

ନାଓମି ଲେଖିଛନ୍ତି, 'ଆଶ୍ଚର୍ଯ୍ୟଜନକ କଥା ହେଲା ଆଣ୍ଟି କିଛି ସମୟ ମଧ୍ୟରେ ସେହି ପୋଷ୍ଟକୁ ଏଡିଟ୍ କରିଥିଲେ । ଅଭିନନ୍ଦନ ବାର୍ତ୍ତା ସମାନ ଥିଲା, କେବଳ ସେଠାରୁ ମୋର ନାମ ହଟାଇ ଦିଆଯାଇଥିଲା । ତେବେ ସେଠାରେ ଡେଭିଡଙ୍କ ନାମ ସମାନ ଭାବରେ ଲେଖାଯାଇଥିଲା । ମୋତେ ଏହା ବହୁତ ଅସହ୍ୟ ଲାଗିଲା । ଏବଂ ମୁଁ ସେହି ପୋଷ୍ଟର ସ୍କ୍ରିନସଟ ନେଇ ମୋ ସାଙ୍ଗମାନଙ୍କ ହ୍ୱାଟସ ଆପରେ ସେୟାର କରିଥିଲି । ଆଉ ସାଙ୍ଗମାନଙ୍କୁ ପଟଚାରିଥିଲି ଏହାର ଅର୍ଥ କଣ ।

ମୋର ଜଣେ ବନ୍ଧୁ ଲେଖିଛନ୍ତି ଯେ ଡେଭିଡଙ୍କର ଏକ ସନ୍ତାନ ଥାଇପାରେ । ଯାହାକୁ ଶୁଣି ମୁଁ ଦୁର୍ବଳ ଅନୁଭବ କରିଥିଲି । ଆଉ ପୁରୁଣା କଥା ମନେ ପକାଇବାରେ ଲାଗିଥିଲି । ଠିକ୍ ଆଠ ମାସ ପୂର୍ବରୁ ଡେଭିଡ ମୋତେ କହିଥିଲେ ଯେ ସେ ମୋତେ ଆଉ ପ୍ରେମ କରନ୍ତି ନାହିଁ । ବହୁତ ଚେଷା କରିବା ପରେ ମୋତେ ଆମ ସମ୍ପର୍କ ଠିକ ରହିଲା ନାହିଁ । ଡେଭିଡ କହିଥିଲେ ଆମେ ଅଲଗା ହୋଇଯିବା ଠିକ୍ ହେବ ।

ଗତ ବର୍ଷ ଆମ ଦୁହିଁଙ୍କ ପାଇଁ ବାସ୍ତବରେ ଖରାପ ଥିଲା । ପ୍ରଥମେ ଡେଭିଡଙ୍କ ମାଙ୍କର ମୃତ୍ୟୁ ହୋଇଥିଲା । ଏହାର କିଛି ଦିନ ପରେ ମୋର ଗର୍ଭନଷ୍ଟ ହୋଇଯାଇଥିଲା । ପିଲାଟିକୁ ହରାଇ ମୁଁ ଦୁଃଖିତ ରହୁଥିଲି । ସେଥିପାଇଁ ମୋତେ ଲାଗିଥିଲା ଯେ, ଆମେ ବହୁତ ଦିନ ଅଲଗା ରହିବା ହେତୁ ବୋଧହୁଏ ମୋ ପ୍ରତି ଡେଭିଡଙ୍କ ଭଲପାଇବା କମିଯାଇଛି । 'ମୁଁ ତାଙ୍କୁ ପରାମର୍ଶ ଦେଇଥିଲି ଯେ ଆମେ ଜଣେ ଥେରାପିଷ୍ଟଙ୍କୁ ଦେଖିବା ଉଚିତ୍ । କିନ୍ତୁ ଡେଭିଡ ଅଲଗା ହେବାର ନିଷ୍ପତ୍ତି ନେଇସାରିଥିଲେ ।

ଶେଷରେ ଆମେ ଘରକୁ ଭଡା ଦେଇ ସେଠାରୁ ପଲାଇ ଆସିଥିଲୁ । ଏହାପରେ ମୁଁ ନିକଟସ୍ଥ ଏକ ଛୋଟ ଆପାର୍ଟମେଣ୍ଟକୁ ସିଫ୍ଟ ହୋଇଗଲି । ଯିବାବେଳେ ସେ ମୋତେ ଆଲିଙ୍ଗନ କରି କହିଥିଲେ ଯେ ସେ ଦୁଃଖିତ ଆମେ ଏକାଠି ରହିପାରିଲୁନାହିଁ । ଆଉ ଏହା ଶୁଣିବା ପରେ ମୁଁ ଖୁବ କାନ୍ଦିଥିଲି । ନୂଆ ଘରକୁ ସ୍ଥାନାନ୍ତରିତ ହେବା ପରେ ମୁଁ ମୋର ମାନସିକ ସ୍ଥିତିକୁ ସୁଧାରିବା ପାଇଁ ଥେରାପିଷ୍ଟ ପାଖକୁ ଯିବାକୁ ଲାଗିଲି । ଏତେ ଦିନରେ କେବଳ ଥରେ ମୁଁ ତାଙ୍କ ଅଫିସରେ ଡେଭିଡଙ୍କୁ ଭେଟିଥିଲି ।

ଆମର ଆଉ କୌଣସି ସମ୍ପର୍କ ନଥିଲା । ମୁଁ ଏହି ସବୁ ଜିନିଷ ପାଇଁ ନିଜକୁ ଦାୟୀ କରିଥିଲି ଯାହା ବୋଧହୁଏ ମୋର ଗର୍ଭ ନଷ୍ଟ ହେବା ଦୁଃଖରେ ମୁଁ ଡେଭିଡଙ୍କ ପ୍ରତି ଧ୍ୟାନ ଦେଇ ନ ଥିଲି । ଏବେ ଆଣ୍ଟିଙ୍କ ପୋଷ୍ଟ ପଢିବା ପରେ ମୋତେ ଲାଗୁଛି ଘଠମା ଆଉ କିଛି ଅଛି । ଏହାପରେ ମୁଁ ଆଣ୍ଟିଙ୍କୁ ପର୍ସନାଲ ମେସେଜ କରିଥିଲେ । କିନ୍ତୁ ସେ କିଛି ଉତ୍ତର ଦେଇନଥିଲେ । ବାସ୍ତବରେ ଆଣ୍ଟିଜାଣିନଥିଲେ ଯେ, ଆମେ ଦୁହେଁ ଅଲଗା ହୋଇସାରିଛୁ । ଖୋଜଖବର ନେବାରୁ ଜଣାପଡିଥିଲା କି, ଡେଭିଡ ଆଉ ଜଣେ ମହିଳାଙ୍କ ସହ ରହୁଛନ୍ତି ।

ଆଉ ତାଙ୍କର ୮ ମାସ ତଳେ ଏକ ସନ୍ତାନ ମଧ୍ୟ ହୋଇଛି । ସେ କଥା ନଜାଣି ଆଣ୍ଟି ମୋ ନାଁ ଭାବି ମୋତେ ଭୁଲରେ ଟ୍ୟାଗ କରିଦେଇଥିଲେ । ନାଓମି ଲେଖିଛନ୍ତି, 'ଗତ କିଛି ଦିନ ହେବ ମୁଁ ବହୁତ ରାଗିଛି । ମୁଁ କେବଳ ମୋର ପୂର୍ବତନ ସ୍ୱାମୀଙ୍କଠାରୁ ଏହି ସମ୍ପୂର୍ଣ୍ଣ ବିଷୟ ଉପରେ ସ୍ପଷ୍ଟୀକରଣ ଚାହୁଁଛି । ମୁଁ ଚାହେଁ ସେ ମୋତେ କ୍ଷମା ମାଗନ୍ତୁ । ଏହାସହ ମେରୀ ନାମକ ମହିଳା ମଧ୍ୟ ମୋତେ କ୍ଷାମ ମାଗନ୍ତୁ । କାରଣ ସେ ଜଣେ ବିବାହିତ ପୁରୁଷଙ୍କ ସହ ସମ୍ପର୍କରେ ଅଛନ୍ତି ।

ନାଓମି କହିଛନ୍ତି ଯେ ପୋର୍ଟାଲରେ ଡେଭିଡ ଏବଂ ମେରିଙ୍କ ନାମକୁ ସାର୍ବଜନୀନ କରିବାର ଉଦ୍ଦେଶ୍ୟ କେବଳ ଯେ ସେମାନଙ୍କର ଘନିଷ୍ଠ ଏବଂ ବନ୍ଧୁମାନେ ସେମାନଙ୍କର ସତ୍ୟ ଜାଣିପାରିବେ । ବନ୍ଧୁମାନେ ସେମାନଙ୍କର ସତ୍ୟ ଜାଣିବା ଉଚିତ, କାରଣ ଉଭୟ ମୋ ସହ କ’ଣ କରିଛନ୍ତି ସମସ୍ତେ ଜାଣିବା ଉଚିତ୍ । ନାଓମି ଶେଷରେ ଲେଖିଥିଲେ, 'ଡେବିଡ ବର୍ତ୍ତମାନ ମୋତେ ଯେବେବି ସାମ୍ନା କରିବେ ସେଦିନ ଜାଣିବେ କଣ ମୋର ଅସଲ ଚେହେରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.