Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଭାଉଜ ଐଶ୍ବର୍ଯ୍ୟାଙ୍କ କେଉଁ ଗୁଣ ଆଦୌ ଭଲ ଲାଗେନାହିଁ ଶ୍ବେତା ବଚ୍ଚନଙ୍କୁ : ଇଣ୍ଟରଭ୍ୟୁରେ କହୁ କହୁ କହିଦେଲେ ମନର କଥା

18/05/2020 at 9:35 PM

ମୁମ୍ବାଇ ୧୮/୫: ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଭାଉଜ ଏବଂ ନଣନ୍ଦଙ୍କ ଏପରି ଅନେକ ଯୋଡ଼ି ରହିଛି ଯେଉଁମାନେ ପରସ୍ପରର ଅନେକ ଘନିଷ୍ଠ। ଏମାନଙ୍କ ମଧ୍ୟରେ ଗୋଟିଏ ଯୋଡ଼ି ହେଉଛନ୍ତି ବିଗ୍ ବିଙ୍କ ଝିଅ ଶ୍ବେତା ବଚ୍ଚନ ଏବଂ ବୋହୁ ଐଶ୍ବର୍ଯ୍ୟା ରାୟ। ଦୁହେଁ ଅନେକ ଇଭେଣ୍ଟରେ ଏକାଠି ନଜର ଆସିଛନ୍ତି।

ଶ୍ବେତା ବଚ୍ଚନଙ୍କୁ ଭାଉଜ ଐଶ୍ବର୍ଯ୍ୟାଙ୍କ ଗୋଟିଏ ଅଭ୍ୟାସ ପସନ୍ଦ ନୁହେଁ। ଯାହା ବିଷୟରେ ସେ କରଣ ଜୋହରଙ୍କ ଶୋ ‘କଫି ଓ୍ବିଥ କରଣ’ରେ କହିଥିଲେ। ଶ୍ବେତା କହିଥିଲେ ଯେ ତାଙ୍କୁ ଭାଉଜଙ୍କ କେଉଁ ଅଭ୍ୟାସ ପସନ୍ଦ ଏବଂ କେଉଁଟା ପସନ୍ଦ ନୁହେଁ।

ଶୋରେ ରାପିଡ ଫାୟାର ରାଉଣ୍ଡରେ କରଣ ଜୋହର ଶ୍ବେତାଙ୍କୁ ପଚାରିଥିଲେ ଯେ ଭାଉଜଙ୍କ କେଉଁ ଅଭ୍ୟାସକୁ ସେ ଘୃଣା କରନ୍ତି? ଏହାର ଉତ୍ତରରେ ଶ୍ବେତା କହିଥିଲେ,‘ ସେ ଫୋନ୍ କିମ୍ବା ମ୍ୟାସେଜର ଜବାବ ଦିଅନ୍ତି ନାହିଁ,ତାଙ୍କର ଏହି ଜିନିଷ ଶ୍ବେତାଙ୍କୁ ଆଦୌ ପସନ୍ଦ ନୁହେଁ।

ଶ୍ବେତା ତାଙ୍କ ଭଲ ଅଭ୍ୟାସ ବିଷୟରେ କହିଥିଲେ,‘ଐଶ୍ବର୍ଯ୍ୟା ଜଣେ ବହୁତ ଭଲ ମାଆ ଏବଂ ଦୃଢ଼ ମହିଳା।

   Related Posts