Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ନିଆରା ସମ୍ପର୍କର ନିଦର୍ଶନ: ମଣିଷ ଭଳି ପଶୁର ହେଲା ଦଶାହ, କ୍ରିୟାକର୍ମ ପରେ ଭୋଜି ଭାତ

20/09/2021 at 2:30 PM

ଭଦ୍ରକ ୨୦/୦୯: ମଣିଷ-ପଶୁର ସମ୍ପର୍କ ବହୁତ ନୀବିଡ । ଏ ପବିତ୍ର ସମ୍ପର୍କର ଅନେକ ଉଦାହରଣ ଆମେ ଦେଖିଛୁ । ପୂର୍ବରୁ ଆମେ ଦେଖିଆସିଛେ କିଭଳି ମଣିଷ ପାଇଁ ପଶୁଟିଏ ଜୀବନ ଦେଇଛି । ହେଲେ ଏଠି କିନ୍ତୁ ଚିତ୍ର ଅଲଗା । କାରଣ ଏଠି ଗୋଟିଏ ପଶୁର ମୃତ୍ୟୁ ପରେ ଗୋଟିଏ ଦୋକାନୀ ଦୁଃଖରେ ଭାଙ୍ଗିପଡିଛନ୍ତି ।

କେବଳ ଦୁଃଖରେ ଭାଙ୍ଗି ପଡିନାହାଁନ୍ତି । ତାର ମଣିତ ଭଳି କ୍ରିୟା କର୍ମ ବି ହୋଇଛି । ସାଧାରଣ ମଣିଷ ଟିଏ ଚାଲିଗଲେ ଯେଉଁପରି ଭାବେ ଦଶ, ଦ୍ୱାଦଶ କର୍ମାଦି ହୋଇଥାଏ । ଠିକ୍ ସେହିଭଳି ଏଠି ପଶୁର ବି ହୋଇଛି ଦଶାହ କର୍ମ । ଲୋକେ ଶୁଦ୍ଧି ହୋଇଛନ୍ତି, ଖାଇବା ପିଇବା ମଧ୍ୟ ଚାଲିଛି । କେବଳ ଚମ୍ପି ପାଇଁ ଏସବୁ ଚାଲିଛି । ସେହି ଚମ୍ପି ହେଉଛି ପୋଷା କୁକୁର ।

୨୦୦୬ ରେ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଚରମ୍ପା ଛକ ନିକଟରୁ ଚମ୍ପିକୁ ଉଦ୍ଧାର କରିଥିଲେ ଜଣେ ସ୍ଥାନୀୟ ଦୋକାନି । ଆଉ ତା ପରେ ହୋଇଥିଲା ନାମକରଣ , କିଏ ଚମ୍ପି ଡାକୁଥିଲା ତ କିଏ ଡାକୁଥିଲା ଝୁମୁରି । ଚମ୍ପି ରାତି ଦିନ ଏହି ଦୋକାନ ଗୁଡିକ ନିକଟରେ ରହୁଥିଲା । କେବେ କେଉଁଆଡେ ଯାଉନଥିଲା । ହେଲେ ବିଧିର ବିଧାନ ଥିଲା ଅଲଗା । ଗଣେଶ ପୂଜା ଦିନ ମୃତ୍ୟୁବରଣ କରିଥିଲା ଚମ୍ପି ।

ଚମ୍ପିକୁ ଝିଅ ଭଳି ଆଦର କରୁଥିବାରୁ ସ୍ଥାନୀୟ ଦୋକାନୀ ମାନେ ମନସ୍ଥ କରିଥିଲେ ଯେ ଚମ୍ପିର କ୍ରିୟା କର୍ମ କରିବେ । ଯଥା ରୀତି ନୀତି ଚମ୍ପି ର ଶବ ସତ୍କାର କରିବା ପରେ ସାଧାରଣ ଲୋକଙ୍କ ଭଳି କ୍ରିୟା ସହ ମାଲ ଆଟିକା ମଧ୍ୟ ଯାଇଛି । ଆଉ ଦଶାହ ଭୋଜିରେ ବ୍ରାହ୍ମଣ ଭୋଜନ ସହ ପଡୋଶୀ ଙ୍କ ପାଇଁ ଖାଦ୍ୟ ପେୟର ବ୍ୟବସ୍ଥା ମଧ୍ୟ ହୋଇଛି । ଦୋକାନୀ କର୍ମ ଅନୁଯାୟୀ ଲଣ୍ଡା ହୋଇଛନ୍ତି ଓ ଶୁଦ୍ଧି ମଧ୍ୟ ହୋଇଛନ୍ତି । ଏପରିକି ଲୋକ ଆସି ଚମ୍ପିର ଫଟୋରେ ପୁଷ୍ପ ଦେଇ ଚମ୍ପି ଆତ୍ମାର ସଦଗତି କାମନା କରିଛନ୍ତି ।

   Related Posts