Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • ଉପର ମୁଣ୍ଡରେ ନାହିଁ ବଡ ବର୍ଷା, ରେଙ୍ଗାଳିରୁ ଗୋଟିଏ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
  • ||
  • ସାଲେପୁର : AC ମେକାନିକ୍‌ଙ୍କ କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ମୋବାଇଲ୍ ରଖି ହେଲେ ଗିରଫ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ବାରିପଦା : ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
  • ||
  • ମହାକାଳପଡା : ଆଜିଠୁ ଖୋଲିଲା ଐତିହାସିକସ୍ଥଳୀ ହୁକିଟୋଲା, ଜଳଯାତ୍ରାର ମଜା ଉଠାଉଛନ୍ତି ପର୍ଯ୍ୟଟକ
  • ||
  • ବୌଦ୍ଧ : ଚୋରା ଚାଲାଣ ବେଳେ ୧୬ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||

ଅମିତାଭଙ୍କୁ ଦେବାଳିଆ ହେବାରୁ ରକ୍ଷା କରିଥିଲେ ଅମର ସିଂ, ପରେ କିନ୍ତୁ ସମ୍ପର୍କରେ ଆସିଥିଲା ଫାଟ

1/08/2020 at 6:11 PM

ନୂଆଦିଲ୍ଲୀ, ୦୧|୦୮:  ସମାଜବାଦୀ ପାର୍ଟିର ପୂର୍ବତନ ନେତା ତଥା ସାଂସଦ ଅମର ସିଂଙ୍କର ଦେହାନ୍ତ ହୋଇଛି । ସେ ଗତ କିଛିଦିନ ଧରି ଚିକିତ୍ସିତ ହେଉଥିଲେ । ସିଙ୍ଗାପୁରର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ଅମିତାଭ ବଚ୍ଚନ ଓ ଅମର ସିଙ୍କ ବନ୍ଧୁତ୍ୱ ଏକଦା ଚର୍ଚ୍ଚାରେ ରହିଥିଲା । ପରେ କିନ୍ତୁ କିଛି କାରଣ ପାଇଁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଆସନ୍ତୁ ଜାଣିବା କିପରି ବିଗିଡି ଥିଲା ଉଭୟଙ୍କ ସମ୍ପର୍କ ।

୯୦ ଦଶକରେ ଅମିତାଭ ବଚ୍ଚନ ନିଜ କ୍ୟାରିଅରର ସବୁଠାରୁ ଖରାପ ସମୟ ଦେଇ ଗତି କରୁଥିଲେ । ତାଙ୍କ କମ୍ପାନୀ ଏବିସିଏଲ ଦେବାଳିଆ ହୋଇଯାଇଥିଲା । ସେତେବେଳେ ଅମର ସିଂ ଅମିତାଭଙ୍କ ଜୀବନରେ ଦେବଦୂତ ସାଜିଥିଲେ । ଅନେକ କର୍ପୋରେଟ ସଂସ୍ଥା ଅମିତାଭଙ୍କୁ ସାହାଯ୍ୟ କରିବାକୁ ମନା କରିଥିଲେ । ସେହି ସମୟରେ ସାହାରା ଗ୍ରୁପର ମାଲିକ ସୁବ୍ରତ ରାଏ ଅମର ଓ ଅମିତାଭଙ୍କ ମଧ୍ୟରେ ବନ୍ଧୁତ୍ୱ ସୃଷ୍ଟି କରିଥିଲେ ।

କର୍ପୋରେଟ୍ ଡିଲରରୁ ନେତା ହୋଇଥିବା ଅମର ସିଂ ଅମିତାଭଙ୍କୁ ଯଥାସାଧ୍ୟ ସାହାଯ୍ୟ କରିଥିଲେ । ତେବେ ୨୦୧୦ରେ ଉଭୟଙ୍କ ସମ୍ପର୍କରେ ପାଟ ସୃଷ୍ଟି ହୋଇଥିଲା । କାରଣ ସମାଦବାଦୀ ପାର୍ଟିରେ ଦେଖାଦେଇଥିବା ବିଦ୍ରୋହରେ ଅମିତାଭ ଅମରଙ୍କ ସହଯୋଗ କରିନଥିଲେ । ଅମର ଭାବିଥିଲେ ଯେ, ତାଙ୍କ ସହ ଜୟା ବଚ୍ଚନ ମଧ୍ୟ ଦଳ ଛାଡିବେ । କିନ୍ତୁ ଓଲଟା ଜୟା ଅମରଙ୍କୁ ଟାର୍ଗେଟ୍ କରିଥିଲେ । ଏହାପରେ ଅମର ଜୟା ଓ ଅମିତାଭଙ୍କୁ ଲଗାତାର ଭାବେ ସମାଲୋଚନା କରୁଥିଲେ ।

   Related Posts