ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିବାରୁ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ କିଶୋରୀ

Published By : Prameya-News7 Bureau | June 05, 2019 IST

ଶ୍ରୀଗଙ୍ଗାନଗର ୫/୬: ଲାଲଗଢ଼ କ୍ଷେତ୍ରର ଜଣେ କିଶୋରୀ ତାଙ୍କ ସମ୍ପର୍କୀୟ ଭାଇଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ଏବଂ ତାଙ୍କର ଅଶ୍ଳୀଳ ଭିଡିଓ କରାଯାଇ ତାଙ୍କୁ ଯୈାନ ଶୋଷଣ କରାଯାଇଥିଲା। ଏହା ସହିନପାରି ପୀଡ଼ିତା ନିଜ ଉପରେ କିରୋସିନି ତେଲ ପକାଇ ନିଆଁ ଲଗାଇ ଦେଇଛନ୍ତି। ସେଥିପାଇଁ ତାଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲ ଅଣାଯାଇଥିଲା,ଏହାପରେ ତାଙ୍କୁ ବିକାନେର ରେଫର କରାଯାଇଥିଲା। ବିକାନେରରୁ ଛୁଟି ମିଳିବା ପରେ ପରିବାର ଲୋକେ ପୋଲିସକୁ ସମ୍ପର୍କ କରିବାରୁ ଜଣା ପଡ଼ିଲା ଯେ ମାମଲା ରୁଜୁ ହୋଇନାହିଁ।

ଏହାପରେ ଲାଲଗଢ଼ ଜାଟାନ ପୋଲିସ୍ ମାମଲା ରୁଜୁ କରିଥିଲା। ଏହି ଘଟଣାଟି ଘଟିଛି ମଇ ୪ରେ। ଜୁନ୍ ୩ତାରିଖରେ ମାମଲା ରୁଜୁ ହୋଇଛି। ପୋଲିସ୍ ରିପୋର୍ଟ ଆଧାରରେ କିଶୋରୀଙ୍କ ସମ୍ପର୍କୀୟ ଭାଇ ତାରାରାମ,ତାଙ୍କ ପତ୍ନୀ ଏବଂ ବାପା ରାଜାରାମଙ୍କ ବିରୋଧରେ ଅପହରଣ,ଦୁଷ୍କର୍ମ,ଯୈାନ ଶୋଷଣ ଏବଂ ବ୍ଲାକମେଲିଙ୍ଗର ମାମଲା ରୁଜୁ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.