Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ବନ୍ଦ ହେବାର ୨ ଦିନ ପୂର୍ବରୁ ଓଭର ସବସ୍କ୍ରାଇବ୍ ହେଲା ରିଲାଏନ୍ସ ‘ରାଇଟ୍ ଇସ୍ୟୁ’, ନିବେଶରେ ହେବ ନୂଆ ରେକର୍ଡ

1/06/2020 at 8:43 PM

ମୁମ୍ବାଇ ୧।୬: ଦେଶର ପ୍ରମୁଖ ଉଦ୍ୟୋଗ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଦୀର୍ଘ  ୩୦ ବର୍ଷ ପରେ ମେ ୨୦ ତାରିଖରେ ପ୍ରଥମ ଥର ରାଇଟ୍ ଇସ୍ୟୁ କରିଥିଲେ। ୩ ଜୁନରେ ଇସ୍ୟୁ ବନ୍ଦ ହେବାକୁ ଯାଉଥିବା ବେଳେ ଏବେ ଓଭର ସବସ୍କ୍ରାଇବ୍ ହୋଇଯାଇଛି। ଅର୍ଥାତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଯେତିକି ଆଶା କରିନଥିଲେ ତାହାଠାରୁ ଆହୁରି ଅନେକ ଗୁଣା ଅଧିକ ନିବେଶ ହାସଲ କରିଛନ୍ତି।

ନିବେଶର ଆକାର ଅନୁସାରେ ଏବେ ଆବେଦନକାରୀଙ୍କ ସଂଖ୍ୟା ୧.୧ଗୁଣା ଅଧିକ ହୋଇଗଲାଣି। ଇସ୍ୟୁ ବନ୍ଦ ହେବାକୁ ଆହୁରି ୨ ଦିନ ବାକି ଅଛି, ଏଣୁଏହା ଆହୁରି ଗୁଣିତକ ହେବ ବୋଲି ଏବେ ଆକଳନ କରାଗଲାଣି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୫୩ ହଜାର ୧୨୫କୋଟି ଟଙ୍କା ସଂଗ୍ରହ ଲାଗି ଏହି ରାଇଟ୍ ଇସ୍ୟୁ କରିଥିଲେ। ଏଥିପାଇଁ ୪୨.୨୬କୋଟି ଶେୟାର ଅଫର କରିଥିଲେ। ତେବେ ସୋମବାର ଶେୟାର ବଜାରରୁ ମିଳୁଥିବା ସୂଚନାରୁ ଏବେ ସୁଦ୍ଧା୪୬.୦୪କୋଟି ଶେୟାର ଲାଗି ଆବେଦନ ମିଳିସାରିଲାଣି। ଅର୍ଥାତ୍ ରିଲାଏନ୍ସ ଆବଶ୍ୟକ କରୁଥିବା ନିବେଶ ଠାରୁ ବି ଅଧିକ ହାସଲ କରିଥିବା ବେଳେ ଚାହିଦାକୁ ଦେଖି ବଜାରରେ ଶେୟାର ମୂଲ୍ୟ ମଧ୍ୟ ଢେର ବଢିଛି।

ସାଧାରଣତଃ ଏଭଳି ରାଇଟ୍ ଇସ୍ୟୁରେ ସଂସ୍ଥାଗତ ନିବେଶକମାନେ ଶେଷ ଦିନରେ ଶେୟାର ଲାଗି ଅନୁମତି ପ୍ରଦାନ କରନ୍ତି।  ହେଲେ ଓଭର ସବସ୍କ୍ରାଇବ୍ ହେବା ଆଶାତୀତ ନିବେଶ ଲାଗି ଏବେ  ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। ରିଲାଏନ୍ସର ୨୫ଲକ୍ଷରୁ ଅଧିକ ରିଟେଲ ଶେୟାରଧାରୀ ଥିବା ବେଳେ ୧ହଜାର ୭୦୦ରୁ ଅଧିକ ସଂସ୍ଥାଗତ ନିବେଶକ ଅଛନ୍ତି। ଯେଉଁମାନଙ୍କ ମଧ୍ୟରେ ଉଭୟ ଘରୋଇ ଓ ବିଦେଶୀ ନିବେଶକ ମଧ୍ୟ ଅଛନ୍ତି। ଏହା ପୂର୍ବରୁ ୨୦୧୯ ମସିହାରେ ଏୟାରଟେଲ ଭୋଡାଫୋନ ୫ରୁ ୮ ପ୍ରତିଶତ ଓଭର ସବସ୍କ୍ରାଇବ୍ ହୋଇଥିଲେ। ତେବେ କରୋନା କାଳରେ ରିଲାଏନ୍ସ ଓଭର ସବସ୍କ୍ରାଇବ୍ ହେବା ଓ ତାହାବି ୧୦ ପ୍ରତିଶତ ଉପରେ ଏକ ନୂଆ କିର୍ତ୍ତିମାନ ବୋଲି ବିଚାର କରାଯାଉଛି।

   Related Posts