Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ରେଖାଙ୍କ ଓଢଣୀରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ ତାଙ୍କ ସ୍ୱାମୀ, ଜୟା ବଚ୍ଚନ ଫୋନ୍ କରି କହିଥିଲେ…

15/10/2020 at 6:07 PM

ମୁମ୍ବାଇ ୧୫/୧୦ : ନିଜ ସୌନ୍ଦର୍ଯ୍ୟ ଓ ଭାବଭଙ୍ଗୀରେ ଲୋକଙ୍କୁ ଦିୱାନା କରୁଥିବା ବଲିଉଡ ଅଭିନେତ୍ରୀ ରେଖାଙ୍କ ଜୀବନ ସହ ଜଡିତ ରହିଛି କିଛି ରହସ୍ୟ ଯାହା ଆଜି ଯାଏଁ ପରଦା ପଛରେ ରହିଛି। ରେଖା ନିଜ କ୍ୟାରିଅର ୧୯୬୬ ମସିହାରେ ଶିଶୁ କଳାକାର ଭାବେ ଆରମ୍ଭ କରିଥିଲେ। ଏହାର ୪ ବର୍ଷ ପରେ ସେ ମୁଖ୍ୟ ହିରୋଇନ ଭାବେ ଡେବ୍ୟୁ କରିଥିଲେ। ନିଜ ଲୁକକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ୧୯୭୦ ମସିହା ଆଡକୁ ସେ ଜଣେ ସଫଳ ଅଭିନେତ୍ରୀ ହୋଇସାରିଥିଲେ।

ରେଖା ଚେନ୍ନାଇର ଲୋକପ୍ରିୟ ଚର୍ଚ୍ଚ ପାର୍କ କନଭେଣ୍ଟର ଆଲୁମନାଇରେ ରହୁଥିଲେ। ଅଭିନୟରେ କ୍ୟାରିଅର ଗଢିବାକୁ ସେ ପାଠ ପଢା ଛାଡି ଦେଇଥିଲେ। ଏହି ଲାଇନରେ ଆସିବାକୁ ତାଙ୍କର ବେଶ କିଛି ଇଛା ନଥିଲା। କିନ୍ତୁ ପରିବାରରେ ଆର୍ଥିକ ସମସ୍ୟା ଯୋଗୁଁ ସେ ଏହି ପଦକ୍ଷେପ ନେଇଥିଲେ। ୧୯୯୦ ମସିହାରେ ଦିଲ୍ଲୀର ଜଣେ ବ୍ୟବସାୟୀ ମୁକେଶ ଅଗ୍ରୱାଲ ପୁରା ସମାଜ ସାମ୍ନାରେ ରେଖାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ସେହି ବର୍ଷ ସେ ମୁକେଶଙ୍କୁ ବିବାହ କରିଥିଲେ।

ରେଖାଙ୍କ ପ୍ରେମରେ ମୁକେଶ ଏତେ ପାଗଳ ହୋଇଯାଇଥିଲେ ଯେ ବ୍ୟବସାୟ ମଧ୍ୟ ଭୁଲି ଯାଉଥିଲେ। କିନ୍ତୁ ଏହି ବିବାହ ୬ ମାସରୁ ଅଧିକ ଚାଲିଲାନି ଓ ବିବାହ ବିଚ୍ଛେଦ ହୋଇଥିଲା। କିଛି ବର୍ଷ ପରେ ମୁକେଶ ଅବସାଦଗ୍ରସ୍ତ ହୋଇଗଲେ ଓ ରେଖା ଇତି ମଧ୍ୟରେ ବିଦେଶ ଚାଲିଗଲେ। ରେଖା ବିଦେଶ ଯିବାପରେ ମୁକେଶ ରେଖାଙ୍କ ଓଢଣୀ ବେକରେ ଲଗାଇ ଆତ୍ମହତ୍ୟା କରିଦେଲେ। ଏହି ଘଟଣା ପରେ ଲୋକେ ରେଖାଙ୍କୁ ନାନା ଅପବାଦ ଦେଇଥିଲେ।

ଗୋଟିଏ ସମୟରେ ରେଖା ବିଗ ବି ଅମିତାଭ ବଚ୍ଚନଙ୍କ ପ୍ରେମରେ ପଡିଗଲେ। କିନ୍ତୁ ଅମିତାଭ ବିବାହିତ ଥିଲେ। ତଥାପି ରେଖାଙ୍କ ସହ ତାଙ୍କର ସମ୍ପର୍କ ଥିଲା। ଯେତେବେଳେ ଅମିତାଭଙ୍କ ପତ୍ନୀ ଜୟା ଏ ସମ୍ପର୍କରେ ଜାଣିଲେ ସେ ରେଖାଙ୍କୁ ଫୋନ କରି ଅମିତାଭଙ୍କ ଠାରୁ ଦୁରେଇ ରହିବାକୁ କହିଥିଲେ। କୁଲି ଫିଲ୍ମ ସୁଟିଂ ସମୟରେ ଅମିତାଭ ଆହତ ହୋଇଥିଲେ। ରେଖା ଅମିତାଭଙ୍କୁ ଦେଖିବାକୁ ତାଙ୍କ ଘରକୁ ଯାଇଥିଲେ କିନ୍ତୁ ତାଙ୍କୁ ଯିବାକୁ ଦିଆଯାଇନଥିଲା। ଏହାପରେ ଉଭୟଙ୍କ ସମ୍ପର୍କକୁ ନେଇ ହେଉଥିବା ଚର୍ଚ୍ଚାରେ ବ୍ରେକ ଲାଗିଥିଲା। କହିବାକୁ ଗଲେ ବିଗ ବି ରେଖାଙ୍କ ଠାରୁ ଦୁରେଇ ଯାଇଥିଲେ। କାରଣ ସେମାନଙ୍କ ସମ୍ପର୍କ ଯୋଗୁଁ ବିଗ ବି ବୈବାହିକ ଜୀବନରେ ପ୍ରଭାବ ପଡୁଥିଲା।

   Related Posts