Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଏକଦା ଅମିତାଭଙ୍କ ପ୍ରେମିକା ଥିବା ରେଖା ଓ ତାଙ୍କ ମହିଳା ସେକ୍ରେଟେରୀ ଫରଜାନା ସ୍ବାମୀ ସ୍ତ୍ରୀ ଭଳି ଜୀବନ ବିତାନ୍ତି!ଜାଣନ୍ତୁ ଏହି ଗୋପନ କଥା

11/10/2019 at 2:36 PM

ମୁମ୍ବାଇ୧୧|୧୦: ବଲିଉଡର ବରିଷ୍ଠ ଅଭିନେତ୍ରୀ ରେଖାଙ୍କ ଜନ୍ମ ୧୯୫୪ ମସିହା ଅକ୍ଟୋବର ମାସ ୧୦ ତାରିଖ ଚେନ୍ନାଇରେ ହୋଇଥିଲା। ୧୯୬୬ ମସିହାରେ ଦକ୍ଷିଣ ଭାରତୀୟ ଫିଲ୍ମ ରଂଗୁଲା ରତ୍ନମ୍‌ରେ ଶିଶୁ କଳାକାର ଭାବେ ଅଭିନୟ କରି ରେଖା ନିଜ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ। ଅଧିକାଂଶ ସମୟରେ ରେଖା ବିବାଦରେ ରୁହନ୍ତି।

ତାଙ୍କ ପୁରା ଜୀବନ ବିବାଦରେ ଘେରରେ ହୋଇଛି। ରେଖାଙ୍କ ଜୀବନର ଅନେକ ରହସ୍ୟ ଓ ଗୋପନୀୟ କଥା ଆଜି ମଧ୍ୟ ପ୍ରାୟତଃ ଲୋକେ ଜାଣିନଥିବେ।ରେଖାଙ୍କ ଫ୍ୟାନ ଫଲୋଇଂ କିଛି କମ୍‌ ନାହାନ୍ତି। ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ତାଙ୍କ ବିଷୟରେ ଜାଣିବା ପାଇଁ ଦର୍ଶକ ସବୁବେଳେ ଉତ୍ସାହିତ ଥାନ୍ତି। ତେବେ ରେଖାଙ୍କ ଜୀବନ ସମ୍ପର୍କରେ ରହିଛି ଅନେକ ଗୋପନ କଥା ।

ରେଖା ବିବାହ କରିନାହାନ୍ତି । ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହ ରେଖାଙ୍କ ପରକୀୟା ପ୍ରିତୀ ଥିବା ଅନେକ ସମୟରେ ଚର୍ଚ୍ଚା ହୁଏ । ଏବେ ରେଖାଙ୍କ ସମ୍ପର୍କରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି ।  ମହିଳା ସେକ୍ରେଟେରୀଙ୍କ ନାଁ ହେଉଛି ଫରଜାନା । ଫରଜାନା ପାଖାପାଖି ୩୨ ବର୍ଷ ହେବ ରେଖାଙ୍କ ସେକ୍ରେଟେରୀ ଭାବେ ତାଙ୍କ ସହ ରହିଆସୁଛନ୍ତି। ରେଖା ଯୁଆଡେ ଗଲେ ବି ଫରଜାନା ତାଙ୍କ ସହ ଉପସ୍ଥିତ ଥାନ୍ତି। ଫରଜାନା ସବୁବେଳେ ପୁରୁଷ ପୋଷାକ ପିନ୍ଧି ରୁହନ୍ତି ।କାରଣ ସେ ଏମିତି ପୋଷାକ ପିନ୍ଧି ରହିବାକୁ ଭଲ ପାଆନ୍ତି।  

(Eurekha) ୟୁରେଖା ପୁସ୍ତକର ଲେଖକ ମୋହନଦ୍ବୀପଙ୍କ  ଅନୁସାରେ ଫରଜାନା ଓ ରେଖାଙ୍କର ବହୁ ନିବିଢ ସମ୍ବନ୍ଧ ରହିଛି।ସେ ନିଜ ପୁସ୍ତକରେ ରେଖାଙ୍କ ଜୀବନ ସମ୍ବନ୍ଧୀୟ ଅନେକ କଥା ଲେଖିଛନ୍ତି । ମୋହନଦ୍ବୀପ ରେଖାଙ୍କ ବେଡରୁମ ବିଷୟରେ ମଧ୍ୟ ଲେଖିଛନ୍ତି। ତାଙ୍କ ଅନୁସାରେ ରେଖାଙ୍କ ଶୟନକକ୍ଷକୁ କାହାରି ଯିବାର ଅନୁମତି ଦିଆଯାଇନାହିଁ। କେବଳ ଫରଜାନା ହିଁ ରେଖାଙ୍କ ସହ ତାଙ୍କ ବେଡରୁମକୁ ଯାଇପାରିବେ। ତାଙ୍କ ବେଡରୁମକୁ ସେ କାହାକୁ ଯିବାକୁ ଦିଅନ୍ତି ନାହିଁ। ଫରଜାନା ଓ ରେଖାଙ୍କୁ ପରସ୍ପର ସହ ସ୍ବାମୀ ସ୍ତ୍ରୀ ଭଳି ବ୍ୟବହାର କରିବାର ଦେଖାଯାଇଛି।  

ସାମ୍ବାଦିକା ମାଲବିକା ସିଂଘଭି କହିଛନ୍ତି ଯେ, ରେଖାଙ୍କ ପାଇଁ ତାଙ୍କ ସେକ୍ରେଟେରୀ ସମ୍ପୂର୍ଣ୍ଣ ପର୍ଫେକ୍ଟ। ତାଙ୍କ କହିବା ଅନୁସାରେ ଥରେ ସେ ରେଖା ଓ ଫରଜାନାଙ୍କ ସହ ମୁମ୍ବାଇ ଟ୍ରାଫିକ୍‌ରେ ଫସିଥିଲେ। ସେହି ସମୟରେ କାରର ଝରକା ପାଇଁ ରେଖାଙ୍କୁ ଅସୁବିଧା ହେଉଥିଲା। ରେଖାଙ୍କକ କହିବା ପୂର୍ବରୁ ଫରଜାନା କାରର ଝରକା ବନ୍ଦ କରିଦେଲେ। ଏହାର ଅର୍ଥ ଫରଜାନା ରେଖାଙ୍କର ସବୁ ଅସୁବିଧା ବୁଝନ୍ତି।   

ତେବେ ଏଭଳି ତଥ୍ୟର କେତେ ସତ୍ୟତା ରହିଛି ତାହା କୁହାଯାଇପାରିବ ନାହିଁ। ରେଖାଙ୍କ ଅନୁସାରେ ଫରଜାନାଙ୍କୁ ସେ ନିଜ ଭଉଣୀ ମାନନ୍ତି। ହେଲେ ସମସ୍ତେ ତାଙ୍କୁ ଅଲଗା ନଜରରେ ଦେଖନ୍ତି।    

   Related Posts