Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଏହି ଅଭିନେତା ସହ କିଛି ସମୟ ବିତାଇବା ପାଇଁ ରେଖା ନିର୍ଦ୍ଦେଶକଙ୍କ ପାଖରେ ରଖିଥିଲେ ସର୍ତ୍ତ

12/11/2019 at 4:53 PM

 ମୁମ୍ବାଇ୧୨|୧୧: ବଲିଉଡରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ପ୍ରସିଦ୍ଧ ଅଭିନେତା ରଞ୍ଜିତଙ୍କର ଆଜି ଜନ୍ମଦିନ। ରଞ୍ଜିତଙ୍କର ଅନେକ କାହାଣୀ ବଲିଉଡରେ ଆଜି ଯାଏଁ ଚର୍ଚ୍ଚାରେ ରହିଛି। ହେଲେ ଏମିତି ଏକ ସମୟ ଥିଲା ଯେବେ ରଞ୍ଜିତଙ୍କ ପାଇଁ ରେଖା ଫିଲ୍ମ ଛାଡିଦେଇଥିଲେ। ଅମିତାଭ ବଚ୍ଚନଙ୍କ ସହ ସମୟ ବିତାଇବା ପାଇଁ ରେଖା ଫିଲ୍ମର ରୁଟିନ୍‌ ବଦଳାଉଥିଲେ।

ଯେବେ କୌଣସି କାରଣରୁ ସେଟ୍‌ରେ ଅସୁବିଧା ହୋଇଥିଲା ରେଖା ଫିଲ୍ମ ଛାଡିଦେଇଥିଲେ। ୯୦ ଦଶକରେ ରଞ୍ଜିତ ‘କାରନାମା’ ନାମକ ଏକ ଫିଲ୍ମ ତିଆରି କରିବାରେ ବ୍ୟସ୍ତ ଥିଲେ। ଏହି ଫିଲ୍ମ ପାଇଁ ରଞ୍ଜିତ ଅଭିନେତା ଧର୍ମେନ୍ଦ୍ର ଓ ଅଭିନେତ୍ରୀ ରେଖାଙ୍କ ଯୋଡିକୁ ସାଇନ କରିଥିଲେ। ସେତେବେଳେ ରେଖା ଓ ଅମିତାଭଙ୍କ ଆଫେୟର ଚର୍ଚ୍ଚାରେ ଥିଲା।

ଫିଲ୍ମ ଶୁଟିଂ ରାତିରେ ହେବ ବୋଲି ରଞ୍ଜିତ ନିର୍ଦ୍ଧାରିତ କରିଥିଲେ। ହେଲେ ରେଖା ଟାଇମ୍‌ ନେଇ ଚିନ୍ତିତ ଥିଲେ। ପ୍ରଥମେ ସେ କିଛି କହିନଥିଲେ। କିନ୍ତୁ ପରେ ଦିନେ ରେଖା ପଚାରିଥିଲେ ଯେ, ଫିଲ୍ମ ଶୁଟିଂର ସମୟ ସକାଳେ ରଖି ହେବ କି ନାହିଁ। କାରଣ ସେ ସନ୍ଧ୍ୟା ସମୟ ଅମିତାଭଙ୍କ ସହ କାଟିବାକୁ ଚାହାନ୍ତି। ରେଖା ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାରୁ ରଞ୍ଜିତ ବାଧ୍ୟ ହୋଇ ତାଙ୍କ ସର୍ତ୍ତରେ ରାଜି ହୋଇଥିଲେ।

ଏହି ବିଷୟରେ ରଞ୍ଜିତ ନିଜେ ଏକ ସାକ୍ଷାତକାରରେ କହିଥିଲେ। ରଞ୍ଜିତ ଏହି ଫିଲ୍ମ ନେଇ ବେଶ ଚିନ୍ତିତ ଥିଲେ। କାରଣ ସମୟରେ ବହୁତ ଅସୁବିଧା ହେଉଥିଲା। ତାଙ୍କର ଏହି ଅବସ୍ଥା ଦେଖି ଧର୍ମେନ୍ଦ୍ର କହିଥିଲେ ଯେ, ଫିଲ୍ମରେ ରେଖାଙ୍କ ବଦଳରେ ଅନୀତା ରାଜଙ୍କୁ ସାଇନ କରାଯାଉ। ହେଲେ ରଞ୍ଜିତ ସମସ୍ତ କାଷ୍ଟ ବଦଳାଇ ଫିଲ୍ମଟି ବିନୋଦ ଖନ୍ନା ଓ ଫରାହ ନାଜଙ୍କୁ ନେଇ କରିଥିଲେ। କିନ୍ତୁ ଫିଲ୍ମ ଫ୍ଲପ୍‌ ହୋଇଥିଲା। ରଞ୍ଜିତଙ୍କ କହିବା ଅନୁସାରେ ଅମିତାଭ ବଚ୍ଚନଙ୍କ ପାଇଁ ରେଖା ତାଙ୍କର ଏହି ଫିଲ୍ମ ଛାଡିଥିଲେ।     

 

   Related Posts