୧୫ ବର୍ଷରେ ବି ନିର୍ଯାତନାର ଶିକାର ହୋଇଥିଲେ ଏହି ଅଭିନେତ୍ରୀ, ସୁଟିଂ ସେଟ୍‌ରେ ଅଭିନେତା କରିଥିଲେ ଜୋର ଜବରଦସ୍ତି, ଜାଣନ୍ତୁ ଘଟଣା...

Published By : Prameya-News7 Bureau | September 21, 2021 IST

ନୂଆଦିଲ୍ଲୀ୨୧/୦୯: ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ରେଖାଙ୍କ ଅଭିନୟ ଏବଂ ସୌନ୍ଦର୍ଯ୍ୟର ଲୋକ ଦିୱାନା ଥିଲେ ଏବଂ ଆଜି ମଧ୍ୟ ଅଛନ୍ତି। କିନ୍ତୁ ସମସ୍ତଙ୍କୁ ଦିୱାନା କରୁଥିବା ରେଖାଙ୍କର ବିବାଦ ସହ ମଧ୍ୟ ସମ୍ପର୍କ ରହିଛି। ଯେଉଁଥିପାଇଁ ରେଖା ତାଙ୍କର ପ୍ରଥମ ଫିଲ୍ମରୁ ହିଁ ଚର୍ଚ୍ଚାରେ ରହିଥିଲେ। ଯେଉଁଥିରେ ଫିଲ୍ମର ଅଭିନେତା ମାତ୍ର ୧୫ ବର୍ଷର ରେଖାଙ୍କ ସହିତ ଜବରଦସ୍ତି କରିଥିଲେ ଏବଂ ଯେତେ ଅଟକାଇଥିଲେ ମଧ୍ୟ ସେ ଅଟକି ନଥିଲେ।

{"width":638,"height":447}
rekha1.jpg

୧୯୬୯ ରେ ରେଖାଙ୍କ ପ୍ରଥମ ଫିଲ୍ମ ‘ଅନଜାନ୍ ସଫର୍’ର ସୁଟିଂ ହେଉଥିଲା। କିନ୍ତୁ କୌଣସି କାରଣରୁ ଏହି ଫିଲ୍ମ ୧୦ ବର୍ଷ ପରେ ‘ଦୋ ଶିକାରୀ’ ନାମରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ଏକ ରୋମାଣ୍ଟିକ୍ ସିନ୍ ସୁଟ୍ ହୋଇଥିଲା ଯାହା ରେଖାଙ୍କୁ ରାତାରାତି ଚର୍ଚିତ କରିଦେଇଥିଲା।

ସୂଚନାନୁସାରେ, ଏହି ସିନ୍‌ର ସୁଟିଂ ସମୟରେ ରେଖାଙ୍କ କୋ-ଷ୍ଟାର୍ ବିଶ୍ୱଜିତ୍ ଚାଟ୍ଟାର୍ଜି ତାଙ୍କ ସହ ଜବରଦସ୍ତି କରିଥିଲେ। ବାୟୋଗ୍ରାଫି ‘ରେଖା: ଦ ଅନଟୋଲ୍ଡ ଷ୍ଟୋରୀ’ ଅନୁଯାୟୀ, ଅଭିନେତା ବିଶ୍ୱଜିତ୍ ତାଙ୍କୁ ଜବରଦସ୍ତି କିସ୍ କରିଥିଲେ। ରେଖା ଅଭିନେତାଙ୍କୁ ଅଟକାଇବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ଅଭିନେତା ଅଟକି ନଥିଲେ।

{"width":639,"height":410}
rekha3.jpg

କୁହାଯାଏ ରେଖା ଏବଂ ବିଶ୍ୱଜିତଙ୍କ ମଧ୍ୟରେ ଏହି ସିନ୍ ୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ଏବଂ ସେଠାରେ ଉପସ୍ଥିତ ସମସ୍ତ ଲୋକ ସିଟି ବଜାଉଥିଲେ। ଏହି ସମୟରେ ରେଖା ବହୁତ ଖରାପ ଅନୁଭବ କରୁଥିଲେ ଏବଂ ତାଙ୍କ ଆଖି ଲୁହଭରା ହୋଇଯାଇଥିଲା। ଏହି ଫିଲ୍ମ ସମୟରେ ରେଖାଙ୍କ ବୟସ ୧୫ ବର୍ଷ ଥିଲା ଏବଂ ଅଭିନେତା ବିଶ୍ୱଜିତ୍ ତାଙ୍କଠାରୁ ୨୫ ବର୍ଷ ବଡ ଥିଲେ।

ଫିଲ୍ମରେ ରେଖାଙ୍କୁ ନଜଣାଇ ଏହି ସିନ୍ ସୁଟ୍ ହୋଇଥିଲା। ବିଶ୍ୱଜିତ୍ ୫ ମିନିଟ୍ ପର୍ଯ୍ୟନ୍ତ ରେଖାଙ୍କୁ କିସ୍ କରିଥିଲେ। ଏପରିକି ଡାଏରେକ୍ଟର ରାଜା ନବାଠେ ମଧ୍ୟ ସିନ୍ କଟ୍ କରିନଥିଲେ। ଏହି କିସିଙ୍ଗ୍ ସିନ୍ ମାମଲା କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.