ପିଆଜ ଦର ଉପରେ ଲାଗିଲା କଟକଣା, ଟମାଟ ଦର ଆକାଶ ଛୁଆଁ

Published By : Prameya-News7 Bureau | October 06, 2019 IST

ନୂଆଦିଲ୍ଲୀ୬|୧୦: ଏବେ ବଜାରରେ ପିଆଜ ଦର ହୁହୁ ହୋଇ ବୃଦ୍ଧି ପାଉଛି। ନିକଟରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପ​‌ରେ ପିଆଜ ଦର ଉପ​‌ରେ କଟକଣା ଲାଗିଛି। ଅନ୍ୟପଟେ୍‌ ଟମାଟ ଦର ବୃଦ୍ଧି ହେବାକୁ ଲାଗିଛି। ଗତ ୧୦  ଦିନ ଭିତରେ ରାଜଧାନୀ ଦିଲ୍ଲୀରେ ଟମାଟ ଦର ଦେଢ଼ ଗୁଣା ବଢ଼ି ଯାଇଛି। କିଲୋ ପିଛା ଟମାଟ ର ମୂଲ୍ୟ ୮୦ ଟଙ୍କାରେ ପହଞ୍ଚିଛି। ଗୋଟେ ପଟେ ପିଆଜ ଦର ହ୍ରାସ ହେଉଥିବା ବେଳେ ଅନ୍ୟପଟେ ଟମାଟ ଦର ଆକାଶ ଛୁଆଁ। ପୂର୍ବରୁ ଏଠାରେ ଟମାଟ କିଲୋ ପିଛା ୩୦-୪୦ ଟଙ୍କା ଥିଲା। ମୌସୁମି ବର୍ଷା ଯୋଗୁଁ ଚାଷୀ କ୍ଷତି ସହିଥିବା କଥା ପରିବା ବେପାରୀ କହିଛନ୍ତି।

ଦିଲ୍ଲୀର ଆଜାଦପୁର ମଣ୍ଡିର ବ୍ୟବସାୟୀ ମିଣ୍ଟୋ ଚୌହାନଙ୍କ କହିବା ଅନୁସାରେ ପ୍ରବଳ ବର୍ଷା ଯୋଗୁଁ ଚଳିତ ଥର କ୍ବିଣ୍ଟାଲ କ୍ବିଣ୍ଟାଲ ଟମାଟ ପଚିଯାଇଛି। ତେଣୁ ଟମାଟ ଦର ବଢ଼ି ଥିବା କଥା ଚୌହାନ କହିଛନ୍ତି। ଆଜାଦପୁରର ମଣ୍ଡିରୁ ଏକ ବସ୍ତା(୨୫ କେଜି) ପିଛା ୭୦୦-୧୦୦୦ ଟଙ୍କା ମୂଲ୍ୟରେ ବ୍ୟବସାୟୀ କିଣି ବଜାରରେ ବିକ୍ରି କରୁଛନ୍ତି।

ଆଜାଦପୁର ମଣ୍ଡି ଏଗ୍ରିକଲଚର ପ୍ରଡ୍ୟୁସ ମାର୍କେଟ କମିଟି(Mandi Agricultural Produce Market Committee (APMC) ଅନୁସାରେ ସେପ୍ଟେମ୍ବର ୨୫ ତାରିଖରେ ଟମାଟର ବଜାରର ମୂଲ୍ୟ କିଲୋ ପିଛା ୮ରୁ ୩୪ ଟଙ୍କା ଥିଲା। ସେହିପରି ସେପ୍ଟେମ୍ବର ୧୯ ତାରିଖରେ ଏପିଏମସି ଅନୁସାରେ ଟମାଟର ବଜାର ମୂଲ୍ୟ କିଲୋ ପିଛା ୪-୨୦ ଟଙ୍କା ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.