ରାଜ୍ୟସ୍ତରୀୟ ପ୍ୟାରେଡ ପାଇଁ ଆଜି ସରିଲା ଅଭ୍ୟାସ, ଏଥର ୫୫ ଟି ଟ୍ରୁପ, ଦୁଇଟି ଭେଇକିଲ, ୯ ଟି ଟାବଲୋ, ଦୁଇଟି ଡେୟାର ଡେଭିଲ ଟ୍ରୁପ କରିବ ଅଂଶଗ୍ରହଣ

Published By : Prameya-News7 Bureau | January 24, 2019 IST

ଭୁବନେଶ୍ବର୨୪|୧: ୬୯ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସରିଛି ସମସ୍ତ ପ୍ରକାର ପ୍ରସ୍ତୁତି । ଆଜି ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପ୍ୟାରେଡ ଫାଇନାଲ ରିହରସେଲ ଅନୁଷ୍ଠିତ ହୋଇଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଫାଇନାଲ ରିହରସେଲ ପ୍ୟାରେଡ ରାଜ୍ୟ ପୋଲିସ ମହାନିଦେର୍ଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ।

{"id":77685}

ଚଳିତଥର ୫୫ ଟି ଟ୍ରୁପ ପ୍ୟାରେଡ ଅଂଶ ଗ୍ରହଣ କରିବେ । ସାଧାରଣତନ୍ତ୍ର ଦିବସକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ପୋଲିସ ଡିଜି ସବୁ ଜିଲାର ଏସପିମାନଙ୍କୁ ନିର୍ଦେଶ ଦେଇଛନ୍ତି ।

{"id":77686}

ଦିନେ ପରେ ସାଧାରଣନ୍ତ୍ର ଦିବସ । ତାକୁ ନେଇ ଏବେ ସାରା ଦେଶ ଉତ୍ସବ ମୂଖର । ସୂଚନା ଓ ଲୋକ ସମ୍ପର୍କ ପକ୍ଷରୁ ରାଜ୍ୟସ୍ତରୀୟ ପ୍ୟାରେଡର ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଆଜି ସକାଳୁ ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପ୍ୟାରେଡ ଫାଇନାଲ ରିହରସେଲ ହୋଇଯାଇଛି ଅନୁଷ୍ଠିତ । ପୂର୍ବ ପ୍ରସ୍ତୁତି ମୁତାବକ ସମସ୍ତ ଟ୍ରୁପ ପ୍ୟାରେଡ ରିହରସେଲରେ ଭାଗ ନେଇଥିଲେ ।

{"id":77687}

ଚଳିତ ଥର ୫୫ ଟି ଟ୍ରୁପ ରାଜ୍ୟସ୍ତରୀୟ ପ୍ୟାରେଡ ଭାଗ ନେବେ । ଦୁଇଟି ଭେଇକିଲ, ୯ ଟି ଟାବଲୋ, ଦୁଇଟି ଡେୟାର ଡେଭିଲ ଟ୍ରୁପ ଚଳିତଥର ପ୍ୟାରେଡର ଅଂଶଗ୍ରହଣ କରିବେ । ସେହିପରି ୬ ଟି ସଂସ୍କୃତିକ ଗ୍ରୁପ ମଧ୍ୟ ଚଳିତ ଥର ପ୍ୟାରେଡରେ ନୃତ୍ୟଗୀତ ପରିବେଷଣ କରିବେ ।

{"id":77688}

 ପ୍ୟାରେଡ ରିହରସେଲରେ ରାଜ୍ୟ ପୋଲିସ ମହାନିଦେର୍ଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟ ଅତିଥିଭାବେ ଅଂଶଗ୍ରହଣ କରି ଅଭିଭାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଡିଜି ବିଭିନ୍ନ ଟ୍ରୁପର ପ୍ୟାରେଡକୁ ଅନୁଧ୍ୟାନ କରିଥିଲେ । ଚଳିଥର ଆନ୍ଧ୍ର ପୋଲିସର ଗୋଟିଏ ଟ୍ରୁପ ପ୍ୟାରେଡର ଭାଗ ନେଇଛି । ସେହିପରି ପ୍ରଥମଥର ମାର୍ଚାଣ୍ଟ ନେଭିର ଏକ ଟ୍ରୁପ ପ୍ୟାରେଡର ଭାଗ ନେବ ।

{"id":77689}

ସାଧାରଣତନ୍ତ୍ର ଦିବସକୁ ନଜରରେ ରାଜ୍ୟରେ ସୁରକ୍ଷା ବ୍ୟସ୍ଥା କଡାକଡି କରାଯାଇଛି । ମୁଖ୍ୟତଃ ମାଓ ଉପଦ୍ରବ ଜିଲାଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ଶକ୍ତ କରାଯାଛି । ସେପଟେ ସବୁ ଜିଲାର ଏସ.ପିଙ୍କୁ ସୁରକ୍ଷା ବ୍ୟବସ୍ଥାର ସବୁ ଦିଗକୁ ନଜରର ରଖିବାକୁ କଡା ନିର୍ଦେଶ ଦିଆଯାଇଥିବା ପୋଲିସ ଡିଜି ଡ.ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ।

{"id":77690}

ସେପଟେ ଟୁଇନ ସିଟିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ୪୮ ଘଣ୍ଟା ପୂର୍ବରୁ କମିଶରେଟ ପୋଲିସ ସହରକୁ ନିଜ କବଜାକୁ ନେବ । ରାଜ୍ୟସ୍ତରୀୟ ପ୍ୟାରେଡ ପାଇଁ ୩୦ ପ୍ଲାଟୁନ ଫୋର୍ସ ୧୫୦ ଅଫିସର ମୁତୟନ ହେବେ । ଦୁଇଟି ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ ମଧ୍ୟ ମୁତୟନ ହେବେ । ଗାନ୍ଧୀ ମାର୍ଗକୁ ୬୦ ଟି ସିସି ଟଭି କ୍ୟାମେରା ନଜର ରଖିବ । ଏହାକୁ ବିଭିନ୍ନ ଯାଗାରେ ଚେକିଂ ଆରମ୍ଭ ହୋଇଯାଇଛି । ରେଲଓ୍ବେ ଷ୍ଟେସନ, ବସଷ୍ଟାଣ୍ଡ, ହୋଟେଲରେ ଚେକିଂ  ଆରମ୍ଭ ହୋଇଯାଇଛି ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି ।

{"id":77691}

୨୬ ତାରିଖରେ ମହାମହିମ ରାଜ୍ୟପାଳ ପ୍ରୋଫେସର ଗଣେଷି ଲାଲ ଗାନ୍ଧୀ ମାର୍ଗ ରାଜ୍ୟସ୍ତରୀୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.