Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ସମଲିଙ୍ଗୀ ବିବାଦରେ ଇମ୍ରାନ ଖାନ୍ : ପୂର୍ବତନ ପତ୍ନୀ କହିଲେ- ‘ମୁଁ କ୍ଷମା ମାଗିନି, ଭିଡିଓ ମିଛ’

20/05/2020 at 7:31 PM

ଇସଲାମାବାଦ ୨୦।୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ ଖାନ ମିଥ୍ୟା ଅଭିଯୋଗ କରିଥିବା ନେଇ ଇମ୍ରାନ ଖାନଙ୍କୁ କ୍ଷମା ମାଗୁଛନ୍ତି । କିନ୍ତୁ ଅନ୍ୟପକ୍ଷରେ ରେହମ ଖାନ କହିଛନ୍ତି ଯେ, ସେ କ୍ଷମା ମାଗି ନାହାଁନ୍ତି । ଏହି ବିବାଦର ଆରମ୍ଭ ପାକିସ୍ତାନୀ ୟୁଟ୍ୟୁବର ୱାକର ଜାକାର ଏକ ସାକ୍ଷାତକାରରୁ ହୋଇଥିଲା ଯେଉଁଥିରେ ସେ ରେହମ ଖାନଙ୍କୁ ତାଙ୍କ ପୁସ୍ତକରେ ଇମ୍ରାନ ଖାନଙ୍କ ଯୌନ ପ୍ରଦର୍ଶନ, ଡ୍ରଗ୍ସ ନେବା ଅଭିଯୋଗରେ ପ୍ରଶ୍ନ ପଚାରିଥିଲେ ।

ସାକ୍ଷାତକାରରେ ରେହମ ଖାନ କହିଛନ୍ତି ଯେ, ଇମ୍ରାନ ଖାନଙ୍କ ଅପେକ୍ଷା ତାଙ୍କ ପ୍ରଥମ ସ୍ବାମୀଙ୍କ ଯୌନ ପ୍ରଦର୍ଶନ ଭଲ ଥିଲା । ଏହି ସାକ୍ଷାତକାରର ଏକ କ୍ଲିପ୍ କୁ ନେଇ ପାକିସ୍ତାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଇମ୍ରାନ ଖାନଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟିର ସମର୍ଥକମାନେ ଦାବି କରିଛନ୍ତି ଯେ, ମିଥ୍ୟା ଅଭିଯୋଗ ପାଇଁ ରେହମ ଖାନ ଇମ୍ରାନ ଖାନଙ୍କୁ କ୍ଷମା ମାଗିଛନ୍ତି । ଦି ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ ଅନୁଯାୟୀ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ରେହମ ଖାନଙ୍କ ଭିଡିଓକୁ ଏଡିଟିଂ କରାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ, ପ୍ରାୟ ଦେଢ ଘଣ୍ଟାର ଏହି ଭିଡିଓରେ ରେହମ ଖାନଙ୍କ ଉତ୍ତରରେ ଅନେକ ଜମ୍ପ ଏବଂ କଟ୍ ରହିଛି । ତାହା ଯେତେବେଳେ ୱାକର ଜାକା ତାଙ୍କୁ କ୍ଷମା ମାଗିବା କଥା କହୁଛନ୍ତି । ଏହି ଭିଡିଓରେ ୱକାର ଜାକା ରେହମ ଖାନଙ୍କୁ ପଚାରିଛନ୍ତି ଯେ, ତୁମର ଆପଣ ଆପଣଙ୍କ ଅଭିଯୋଗ ପାଇଁ ଇମ୍ରାନ ଖାନଙ୍କୁ କ୍ଷମା ମାଗିବ କି ? ଏହାପରେ ଭିଡିଓରେ ହଠାତ୍ ଜମ୍ପ୍ ଆସିଯାଉଛି । କେବଳ ଏତିକି ନୁହେଁ ରେହମ ଖାନଙ୍କ ସ୍ବର ମଧ୍ୟ ଗାଏବ ହୋଇଯାଏ । ଶେଷରେ ତାଙ୍କୁ ଏହା କହିବାର ଶୁଣିବାକୁ ମିଳୁଛି ଯେ, ଏବେ ମଗରିବର ସମୟ ହୋଇଗଲାଣି… ମୋତେ ଯିବାକୁ ପଡିବ, ଧନ୍ୟବାଦ ।

ରେହମ ଖାନଙ୍କ କ୍ଷମା ମାଗିବାକୁ ନେଇ ଟ୍ବିଟରରେ ଟ୍ରେଣ୍ଡ କରିବା ପରେ ସେ ଏହାର ଜବାବ ଦେଇ କହିଛନ୍ତି ଯେ, ୱକାର ଜାକା ତାଙ୍କ ଭିଡିଓରେ ଟ୍ୟାମ୍ପରିଂ କରିଛନ୍ତି । ରେହମ ଖାନ ଅଭିଯୋଗ କରିଛନ୍ତି ଯେ, ୱକାର ଜାକା ପୁରା ସାକ୍ଷାତକାରକୁ ଏଡିଟ୍ କରିଛନ୍ତି ଏବଂ ଏହା ଇମ୍ରାନ ଖାନ ଏବଂ ତାଙ୍କ ଦଳର ଚାପରେ କରାଯାଇଛି । ସେ କହିଛନ୍ତି ଯେ, ୱକାର ଜାକା ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏହି ସାକ୍ଷାତକାରକୁ ଏଟିଡ୍ କରିଛନ୍ତି । ରେହମ ଖାନ କହିଛନ୍ତି ଯେ, ମୁଁ ମୋ ବହିରେ ଇମ୍ରାନ ଖାନଙ୍କ ବିଷୟରେ କିଛି ଭୁଲ ଲେଖି ନଥିଲି ।

   Related Posts