ଭୁବନେଶ୍ୱରରେ ଖୋଲିଲା ରିହାବିଲିଟେସନ କ୍ଲିନିକ, ପିଲାଙ୍କର ସ୍ୱତନ୍ତ୍ର ଶିକ୍ଷାଗତ ଆବଶ୍ୟକତା କରିବ ପୂରଣ

Published By : Prameya-News7 Bureau | February 21, 2021 IST

ଭୁବନେଶ୍ୱର,୨୧।୦୨: ସ୍ୱତନ୍ତ୍ର ପିଲା ଏବଂ ତତ୍‍ସହିତ ବୟସ୍କମାନଙ୍କର ପୂର୍ଣ୍ଣାଙ୍ଗ ଥେରାପି ଏବଂ ହିଅରିଂ ସଲ୍ୟୁସନ୍ସର ବର୍ଦ୍ଧିତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ଅନନ୍ୟ ୱାନ୍‍ଷ୍ଟପ ରିହାବିଲିଟେସନ ସେଣ୍ଟର ‘ରିହାବ୍‍ସ୍କେପ’ କ୍ଲିନିକ ଆଜି ଭୁବନେଶ୍ୱର ଟଙ୍କ ପାଣି ରୋଡଠାରେ ଉଦ୍‍ଘାଟିତ ହୋଇଯାଇଛି ।

ଓଡ଼ିଶାର ଭିନ୍ନକ୍ଷମ ଆୟୁକ୍ତ ଶ୍ରୀମତୀ ସୁଲୋଚନା ଦାସ ଆନୁଷ୍ଠାନିକ ଭାବରେ ଏହି ରିହାବିଲିଟେସନ ସେଣ୍ଟର ‘ରିହାବ୍‍ସ୍କେପକୁ ଉଦ୍‍ଘାଟନ କରିଥିବାବେଳେ ଓଲିଉଡ ସୁପରଷ୍ଟାର ସବ୍ୟସାଚୀ ମିଶ୍ର ମଧ୍ୟ ୱାନ୍‍ଷ୍ଟପ ପୂର୍ଣ୍ଣାଙ୍ଗ ଥେରାପି ଏବଂ ହିଅରିଂ ସଲ୍ୟୁସନ୍ସ ସେଣ୍ଟର ପରିଦର୍ଶନ କରିଥିଲେ । ଭୁବନେଶ୍ୱର ମହାନଗର ଉପକଣ୍ଠ ଉତ୍ତରାର ବାସିନ୍ଦା ତଥା ଏକ ଦରିଦ୍ର ପରିବାରରୁ ଆସିଥିବା ଏବଂ ବିଜେବି (ସ୍ୱୟଂଶାସିତ) କଲେଜରେ +୨ ବିଜ୍ଞାନ ଅଧ୍ୟୟନ କରୁଥିବା ଆର୍ଯ୍ୟାନ ଠାକୁରଙ୍କୁ ରିହାବ୍‍ସ୍କେପ ଉଦ୍‍ଘାଟନ ଅବସରରେ ଏକ ଡିଜିଟାଲ ହିଅରିଂ ଏଡ୍‍ ଡିଭାଇସ ଉପହାର ଆକାରରେ ପ୍ରଦାନ କରାଯାଇଛି।

{"id":412600,"sizeSlug":"large","linkDestination":"none"}

ଜଣେ ସାମାଜିକ କର୍ମୀ ତଥା ଉଦ୍ୟୋଗୀ ବାଗ୍ମୀ ବିଶ୍ୱାଳ ଏବଂ ସିନିୟର ଅଡିଓଲୋଜିଷ୍ଟ ଡା. କୃଷ୍ଣେନ୍ଦୁ ସାହୁଙ୍କ ଦ୍ୱାରା ଏକ ଷ୍ଟାର୍ଟଅପ୍‍ ଭାବରେ ସ୍ଥାପନ କରାଯାଇଥିବା ଏହି ରିହାବିଲିଟେସନ ସେଣ୍ଟର ସମସ୍ତ ଆଧୁନିକ ଉପକରଣ ଏବଂ ଅଭିଜ୍ଞ ଥେରାପିଷ୍ଟଙ୍କୁ ନେଇ ଏକ ପୂର୍ଣ୍ଣାଙ୍ଗ ଏବଂ ସଂପୂର୍ଣ୍ଣ ଥେରାପି ତଥା ହିଅରିଂ ସଲ୍ୟୁସନ୍ସ ସେଣ୍ଟର ରୂପ ନେଇସାରିଛି, ଏବଂ ଏହା ଅଟିଜିମ, ଡାଉନ ସିଣ୍ଡ୍ରୋମ, ଏଡିଏଚଡି, ଏମଆର, ସିପି, ହିଅରିଂ ଇମ୍ପେୟାରମେଣ୍ଟ, ସ୍ପିଚ୍‍ ଆଣ୍ଡ ଲାଙ୍ଗୁଏଜ ଡିଲେ, ଭଏସ୍‍ ସମସ୍ୟା, ଷ୍ଟଟରିଂ ଆଦି ନିମନ୍ତେ ସ୍ୱତନ୍ତ୍ର ପିଲାଙ୍କ ପାଇଁ ସମ୍ପୂର୍ଣ୍ଣ ସମାଧାନ ଯୋଗାଇ ଦେଉଛି ।

{"id":412601,"sizeSlug":"large","linkDestination":"none"}

ଏହା ସ୍ପିଚ୍‍ ଥେରାପି, ଅକୁପେସନାଲ ଥେରାପି, ଫିଜିଓଥେରାପି ସମେତ ବିଭିନ୍ନ ଥେରାପ୍ୟୁଟିକ୍‍ ସମାଧାନ ଯୋଗାଇବାକୁ ପୂର୍ଣ୍ଣ ପ୍ରସ୍ତୁତ ଏବଂ ତଥା ସ୍ୱତନ୍ତ୍ର ଧରଣର ପିଲାଙ୍କର ସ୍ୱତନ୍ତ୍ର ଶିକ୍ଷାଗତ ଆବଶ୍ୟକତା ମଧ୍ୟ ପୂରଣ କରିବ । ଶ୍ରବଣବାଧିତ ଲୋକଙ୍କର ଶ୍ରବଣ ସମସ୍ୟା ଏବଂ ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ସର୍ବୋତ୍କୃଷ୍ଟ ମାନରସେବା ଯୋଗାଇଦେବାକୁ ହିଅରିଂ ଏଡ୍‍ ଇଣ୍ଡଷ୍ଟ୍ରିରେ ୧ ନମ୍ବର କମ୍ପାନୀ ଭାବେ ବିବେଚିତ ସିଗ୍‍ନିଆ ସହଯୋଗରେ ରିହାବ୍‍ସ୍କେପ,ଆଜି ପୂର୍ବ ଭାରତର ସର୍ବବୃହତ ବେଷ୍ଟ ସାଉଣ୍ଡ ସେଣ୍ଟର ଶୁଭାରମ୍ଭ କରିଛି । ଏଥିସହିତ ଏହା ସମଗ୍ର ରାଜ୍ୟ ଏବଂ ଏହି ରିଜନ୍‍ରେ ଅଧିକରୁ ଅଧିକ ଲୋକଙ୍କୁ ନିଜର ସେବା ଯୋଗାଇଦେବାକୁ ଅଧିକ ସଂଖ୍ୟାରେ ବେଷ୍ଟ ସାଉଣ୍ଡ ସେଣ୍ଟର ଖୋଲିବା ଯୋଜନା ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.