ଏଫଆଇଆର ରୁଜୁ ପରେ ପ୍ରଥମ ଥର ସାମ୍ନାକୁ ଆସିଲେ ରିୟା, ଭିଡିଓ ଜାରି କରି କହିଲେ ଏପରି କଥା

Published By : Prameya-News7 Bureau | July 31, 2020 IST

ମୁମ୍ବାଇ ୩୧।୦୭: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ସୁଶାନ୍ତଙ୍କ ପିତା କେକେ ସିଂହ ପାଟନା ଥାନାରେ ଅଭିଯୋଗ କରିଛନ୍ତି। ଏହା ପରଠୁ ବିହାର ପୋଲିସ ନିଜ ସ୍ତରରେ ତଦନ୍ତ ଆରମ୍ଭ କରି ଦେଇଛି। ଇଡି ମଧ୍ୟ ସୁଶାନ୍ତଙ୍କ ଆକାଉଣ୍ଟର ଦୁରୁପଯୋଗ ହୋଇଥିବା ଆଶଙ୍କା କରି ମାମଲା ରୁଜୁ କରିଛି। ଅନ୍ୟପଟେ ଏଫଆଇଆର ରୁଜୁ ହେବା ପରେ ରିୟା ଚକ୍ରବର୍ତ୍ତୀ ପ୍ରଥମ ଥର ସାମ୍ନାକୁ ଆସିଛନ୍ତି।

ରିୟା ଚକ୍ରବର୍ତ୍ତୀ ଏକ ଭିଡିଓ ଜାରି କରି କହିଛନ୍ତି ମୋତେ ଭଗବାନ ଓ ନ୍ୟାୟପାଳିକା ଉପରେ ପୂର୍ଣ୍ଣ ବିଶ୍ଵାସ ରହିଛି। ମୋତେ ନ୍ୟାୟ ମିଳିବ। ଗଣମାଧ୍ୟମରେ ମୋ ବିଷୟରେ ଗୁଜବ ପ୍ରଚାର କରାଯାଉଛି। ଭୁଲ୍ ଖବର ପ୍ରସାରଣ କରାଯାଉଛି। ମୁଁ ଓକିଲଙ୍କ ପରାମର୍ଶ ନେଉଛି ଏବଂ ତାଙ୍କ କହିବାନୁସାରେ ମାମଲା ଉପରେ କୌଣସି ଟିପ୍ପଣୀ କରିବି ନାହିଁ। ସତ୍ୟମେବ ଜୟତେ।

wp:html /wp:html

ମୋତେ ଫସା ଯାଉଛି

ଉଲ୍ଲେଖନୀୟ ରିୟା ଚକ୍ରବର୍ତ୍ତୀ ଗୁରୁବାର ସୁପ୍ରିମକୋର୍ଟକୁ କହିଥିଲେ, ସୁଶାନ୍ତ ସିଂହ ରାଜପୁତଙ୍କ ପିତା କେକେ ସିଂହ ତାଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଇଛନ୍ତି। ତାଙ୍କର କେସକୁ ପାଟନାରୁ ମୁମ୍ବାଇ ସ୍ଥାନାନ୍ତର କରାଯାଉ। କାରଣ ମୁମ୍ବାଇରେ ପ୍ରଥମରୁ ହିଁ କେସ୍‌ର ଯାଞ୍ଚ ଚାଲିଛି।

ଉଲ୍ଲେଖନୀୟ ୭ ପୃଷ୍ଠାର ଏହି ଏଫାଇଆରରେ ସୁଶାନ୍ତଙ୍କ ପିତା ରିୟା ଓ ତାଙ୍କ ପରିବାର ଲୋକେ ମୋ ପୁଅକୁ ଆମଠୁ ଅଲଗା କରି ରଖିଥିବା ଅଭିଯୋଗ କରିଛନ୍ତି। ଏପରିକି ମୋ ପୁଅକୁ କବ୍‌ଜା କରି ରଖିଥିଲା ଏବଂ ଆମ ସହିତ ଯୋଗାଯୋଗ କରିବାର ସବୁ ମାଧ୍ୟମ ରିୟା ବନ୍ଦ କରି ଦେଇଥିଲା। ଏହି ଏଫଆଇଆରରେ ରିୟା ଦ୍ଵାରା ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା କଢାଯାଇଥିବା ମଧ୍ୟ ଉଲ୍ଲେଖ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.