ପୂର୍ବରୁ ସିବିଆଇ ତଦନ୍ତ ପାଇଁ କହୁଥିଲ, ଏବେ କାହିଁକି ଚାହୁଁନାହଁ ? ରିୟାଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

Published By : Prameya-News7 Bureau | August 11, 2020 IST

ନୂଆଦିଲ୍ଲୀ, ୧୧|୦୮: ଏବେ ସୁପ୍ରିମକୋର୍ଟରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲା ବିଚାରାଧିନ ରହିଛି । କୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନର ଶୁଣାଣି କରୁଛନ୍ତି । ରିୟା ନିଜ ଆବେଦନରେ ସୁଶାନ୍ତଙ୍କ ମୃତ୍ୟୁ ମାମଲା ବିହାର ବଦଳରେ ମୁମ୍ବାଇ ପୋଲିସ କରୁ ବୋଲି ଆବେଦନ କରିଥିଲେ । ଏହାସହ ମାମଲା ସିବିଆଇକୁ ନଦେବାକୁ ମଧ୍ୟ ରିୟା ଯୁକ୍ତି ରଖିଛନ୍ତି ।

ରିୟାଙ୍କ ଓକିଲ ସ୍ୟାମ ଦିଭାନ କହିଛନ୍ତି ଯେ, ଏହି କେସରେ ଅଯଥା ହସ୍ତକ୍ଷେପ କରାଯାଉଛି । ନିରପେକ୍ଷତା ରହୁନାହିଁ । ରିୟାଙ୍କ ବିରୋଧରେ ପାଟନାରେ ରୁଜୁ ହୋଇଥିବା ଅନେକ କେସ ସହ ସୁଶାନ୍ତଙ୍କ ଆତ୍ମହତ୍ୟାର କିଛି ସମ୍ପର୍କ ନାହିଁ । ବିହାର ପୋଲିସ ଏହି ମାମଲାକୁ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରିବା ଆବଶ୍ୟକ । ସୁଶାନ୍ତଙ୍କ ପିତା ମଧ୍ୟ ଅଯଥା ଅଭିଯୋଗ କରୁଛନ୍ତି ।

ରିୟା କୋର୍ଟରେ କହିଛନ୍ତି ଯେ, ସେ ସୁଶାନ୍ତଙ୍କୁ ଭଲ ପାଉଥିଲେ  । ଏବେ ତାଙ୍କୁ ଅନେକ ଅଭିଯୁକ୍ତ ଭାବେ ଦେଖୁଛନ୍ତି । ତେବେ ରିୟା ପୂର୍ବରୁ ସିବିଆଇ ତଦନ୍ତ ପାଇଁ କହୁଥିଲେ କିନ୍ତୁ ଏବେ କଣ ପାଇଁ ସିବିଆଇ ତଦନ୍ତ ଚାହୁଁ ନାହାଁନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।ଏହାସହ ସୁଶାନ୍ତଙ୍କ ପିତା ଆଣିଥିବା ସମସ୍ତ ଅଭିଯୋଗକୁ ସେ ଖାରଜ କରିଦେଇଛନ୍ତି ।

ବିହାର ସରକାରଙ୍କ ତରଫରୁ କେସ୍ ଲଢୁଥିବା ଓକିଲ ମନିନ୍ଦର ସିଂ କହିଛନ୍ତି ଯେ, ମୁମ୍ବାଇ ପୋଲିସ ବିହାର ପୋଲିସକୁ ସହାୟତା କରୁନାହିଁ । ମୁମ୍ବାଇ ଏବେସୁଦ୍ଧ ଏଫଆଇଆର ମଧ୍ୟ ରୁଜ୍ଜୁ କରୁନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.