'ମୋ ଡେଣା ଖୋଲିଦେଲ...ପଛକୁ ଫେରି ଚାହଁନି..', ରିୟା ଚକ୍ରବର୍ତ୍ତୀ ଓ ମହେଶ ଭଟ୍ଟଙ୍କ ହ୍ୱାଟସଆପ୍ ଚାଟିଂ ଆଣିଲା ସୁଶାନ୍ତ ସିଂ ମାମଲାରେ ନୂଆ ଟ୍ୱିଷ୍ଟ୍

Published By : Prameya-News7 Bureau | August 21, 2020 IST

ମୁମ୍ବାଇ, ୨୧|୦୮ :  ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ସିବିଆଇ ଆରମ୍ଭ କରିଛି । ଏହି ଆତ୍ମହତ୍ୟା ପଛରେ ସୁଶାନ୍ତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ହାତ ଥିବା କୁହାଯାଉଛି । ତେବେ ଏହା ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଯେଉଁ ବି ପ୍ରମାଣ ଓ ସୁରାକ ଲାଗୁଛି ତାହା ରିୟାଙ୍କ ବିରୋଧରେ ଯାଉଛି । ଫଳରେ ରିୟାଙ୍କ ଉପରେ ସନ୍ଦେହ ଦୃଢୀଭୂତ ହେବାରେ ଲାଗିଛି । ଏହାମଧ୍ୟରେ ଆଉ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ରିୟା ଓ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ହ୍ୱାଟସଆପ୍ ଚାଟ୍ ଏବେ ଭାଇରାଲ ହୋଇଛି ।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ଜୁନ ୮ ବା ଯେଉଁଦିନ ସୁଶାନ୍ତଙ୍କ ମୃତ୍ୟୁ ହେଲା ସେଦିନ ରିୟା ମହେଶ ଭଟ୍ଟଙ୍କୁ ମେସେଜ କରିଥିଲେ । ଏଥିରେ ସେ ଲେଖିଥିଲେ ଯେ, ଭଲ ପଦକ୍ଷେପ । ଆପଣ ମୋ ପାଇଁ ଦେବତା । ଆପଣ ହିଁ ମୋର ସବୁକିଛି ବୋଲି ରିୟା ମେସେଜ କରିଥିଲେ ।  ଏହାସହ ମେସେଜରେ ସେ ହୃଦୟ ଇମୋଜି ସେଣ୍ଡ୍ କରିଥିଲେ ।  ଏହାର ରିପ୍ଲାଏ ଦେଇ ମହେଶ ଭଟ୍ଟ କହିଥିଲେ ଯେ, ପଛକୁ ଦେଖ ନାହିଁ । ଅସମ୍ଭବକୁ ସମ୍ଭବ କରି ଦେଖାଅ । ଏହାପରେ ରିୟା ପୁଣି ରିପ୍ଲାଏ ଦେଇଥିଲେ ଯେ, ଆପଣ ମୋ ବାପାଙ୍କ ପ୍ରତି ଯେଉଁ ସମ୍ମାନ ଦେଖାଇଛନ୍ତି ସେଥିପାଇଁ ଧନ୍ୟବାଦ ।

ଏହି ମେସେଜର ରିପ୍ଲାଏ ଦେଇ ମହେଶ ଭଟ୍ଟ ଲେଖିଥିଲେ ଯେ, ତୁମେ ମୋ ସନ୍ତାନ ଭଳି । ଏହାପରେ ରିପ୍ଲାଏ ଦେଇ ରିୟା ପୁଣି କହିଥିଲେ, କହିବାକୁ କିଛି ଶବ୍ଦ ନାହିଁ । ଆପଣଙ୍କ ପ୍ରତି କିଛି ଖାସ୍ ଅନୁଭବ ରହିଛି । ଏହାପରେ ମହେଶ ଭଟ୍ଟ ଧନ୍ୟବାଦ କହିଥିଲେ ।

wp:html
/wp:html

ଏହି ଚାଟ୍‌ର କିଛି ସମୟ ପରେ ରିୟା ଲେଖିଥିଲେ ଯେ, ଆପଣ ମୋ ଡେଣାକୁ ପୁଣି ଖୋଲି ଦେଇଛନ୍ତି । ଆପଣ ଭଗବାନଙ୍କଠୁ କମ୍ ନୁହଁନ୍ତି । ଏହାସହ ସେ ଇନ୍ଦ୍ରଧନୂ ଓ ଏକ ନୃତ୍ୟ କରୁଥିବା ଝିଅର ଇମୋଜି ସେଣ୍ଡ କରିଥିଲେ ।

ତଦନ୍ତ ସମୟରେ ରିୟା ଦେଇଥିବା ବୟାନରେ କହିଥିଲେ ଯେ, ସୁଶାନ୍ତ ହିଁ ତାଙ୍କୁ ଘର ଛାଡିବାକୁ କହିତିଲେ । କିନ୍ତୁ ଚାଟ୍‌ରୁ ଲାଗୁଛି ଯେ ସେ ନିଜ ଇଚ୍ଛାରେ ଘର ଛାଡିଛନ୍ତି । ଏଥିରୁ ମଧ୍ୟ ରିୟାଙ୍କ ପିତା ସୁଶାନ୍ତଙ୍କ ସହ ସମ୍ପର୍କକୁ ନେଇ ଖୁସି ନଥିଲେ, ଏପରିକି ମହେଶ ଭଟ୍ଟ ମଧ୍ୟ ଖୁସି ନଥିଲେ ବୋଲି ଦର୍ଶାଉଛି ।

ସୁଶାନ୍ତଙ୍କ ଅନେକ ସମ୍ପର୍କୀୟ ରିୟାଙ୍କ ସହ ସମ୍ବନ୍ଧ ବିଷୟରେ ଅନେକ କିଛି କହିଥିଲେ । ତେବେ ରିୟାଙ୍କ ଓକିଲ ସୁଶାନ୍ତଙ୍କ ଆଚରଣ ଆକ୍ରମଣାତ୍ମକ ଥିବା କହିଥିଲେ । ତେବେ ଏହି ଚାଟ୍ ସାମ୍ନାକୁ ଆସିବା ପରେ ରିୟା ପୋଲିସ ଓ ସିବିଆଇକୁ ଦେଇଥିବା ବୟାନରେ କେତେ ସତ୍ୟତା ରହିଛି  ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.