Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ତାଳି ବଜାଇଲେ କରୋନା ଭାଇରସ୍ ସଂକ୍ରମଣ ହୋଇପାରେ ଦୂର : ଜାଣନ୍ତୁ ଏ କଥାରେ ସତ କେତେ ମିଛ କେତେ

19/05/2020 at 5:20 PM

ଏବେ କରୋନା ଭାଇରସକୁ ନେଇ ବିଭିନ୍ନ ପ୍ରକାରର ଗୁଜବ ପ୍ରଚଳିତ ହେଉଛି। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅନେକ ଭ୍ରମାତ୍ମକ ସ୍ଥିତି ସୃଷ୍ଟି ହେଉଛି। ଏପରି ଏକ ଭ୍ରମ ଲୋକଙ୍କ ମନକୁ ଘେରୁଛି ଯେ ନିୟମିତ ତାଳି ବଜାଇଲେ ଉତ୍ପନ୍ନ ହେଉଥିବା ଧ୍ବନି ଦ୍ବାରା ସଂକ୍ରମଣ ଦୂର ହୋଇଥାଏ।

ଏହି କଥାକୁ ମାନିବାର କୌଣସି ବୈଜ୍ଞାନିକ କାରଣ ନାହିଁ। ଏହା ଠିକ୍ ଯେ ତାଳି ବଜାଇବା ଦ୍ବାରା ଧ୍ବନି ବାହାରିଥାଏ ଏବଂ ଏହା ଦ୍ବାରା କାନର ଇୟରଡ୍ରମରୁ କାନର ଆଭ୍ୟନ୍ତରୀଣ ଅଂଶରେ ଥିବା ତରଳରେ କମ୍ପନ କମ୍ ହୋଇଥାଏ। କିନ୍ତୁ,ଭାଇରସର ଆକାର ଇୟରଡ୍ରମ୍ ତୁଳନାରେ ବହୁତ ଅଧିକ ଛୋଟ ଏବଂ ସେମାନେ ଏହି ଧ୍ବନିକୁ ଶୁଣି ପାରନ୍ତି,ଏହାର ସମ୍ଭାବନା ମଧ୍ୟ କମ୍।

କୁହା ଯାଉଛି ଯେ ଭାରତୀୟଙ୍କ ରୋଗ ପ୍ରତିରୋଧକ କ୍ଷମତା ଅନେକ ଦେଶର ଲୋକଙ୍କଠୁ ଅପେକ୍ଷାକୃତ ବେଶି। କିନ୍ତୁ କେବଳ ଏହା ଭରସାରେ କରୋନା ଭାଇରସର ପ୍ରସାରକୁ ରୋକିବା ସମ୍ଭବ ନୁହେଁ। ଏବେ ଏହି ରୋଗର କୌଣସି ଔଷଧ ନାହିଁ ଏବଂ କୌଣସି ଟୀକା ମଧ୍ୟ ଆବିଷ୍କାର ହୋଇନାହିଁ। ତେଣୁ ଏହାର ପ୍ରସାରକୁ କମ୍ କରିବାର ସବୁଠୁ ଭଲ ଉପାୟ ବର୍ତ୍ତମାନ ସୋସିଆଲ୍ ଡିସଟ୍ୟାନସିଂ ଏବଂ ଲକଡାଉନ୍। ନିଃସନ୍ଦେହ ଭାରତକୁ ଏହା ଦ୍ବାରା ଲାଭ ହୋଇଛି। ଯଦି ଲକଡାଉନ୍ ନ ହୋଇଥାନ୍ତା, ତେବେ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢ଼ିଯାଇଥାଆନ୍ତା।

   Related Posts