ଆମେରିକାରେ ମଣିଷଙ୍କଠାରେ ଆରମ୍ଭ ହେବ ପ୍ରଥମ ଆଣ୍ଟିବଡି ପରୀକ୍ଷଣ, କୋଭିଡ୍-୧୯ର ହେବ ସଫଳ ଚିକିତ୍ସା !
14/06/2020 at 9:38 PM

ନୂଆଦିଲ୍ଲୀ ୧୪।୦୬: ସମଗ୍ର ବିଶ୍ଵରେ ମହାମାରୀ କରୋନା ଭୂତାଣୁର ଭୟାବହତା ଜାରି ରହିଛି। ଏହାର ଉପଚାର ଲାଗି ଭ୍ୟାକସିନ୍ ପ୍ରସ୍ତୁତିରେ ସାରା ବିଶ୍ଵର ବୈଜ୍ଞାନିକ ଜୁଟି ଯାଇଛନ୍ତି। ଏହି କ୍ରମରେ ଦୁନିଆରେ ସବୁଠୁ ଅଧିକ ପ୍ରଭାବିତ ଆମେରିକାରେ ଟୀକାର ମାନବୀୟ ପରୀକ୍ଷଣ ଲାଗି ପ୍ରସ୍ତୁତି ଜାରି ରହିଛି। ଏହି କ୍ରମରେ Regeneron Pharmaceuticals Inc ଘୋଷଣା କରିଛି ଯେ, କୋଭିଡ୍-୧୯ ଉପଚାର ଲାଗି ପ୍ରସ୍ତୁତ ଏକ ଔଷଧକୁ ଆମେରିକାର ଅନେକ ପ୍ରାନ୍ତରେ ରୋଗୀଙ୍କଠାରେ ପରୀକ୍ଷଣ କରାଯିବ।
ଏହା ଆମେରିକାରେ କୋଭିଡ୍-୧୯ ଆଣ୍ଟିବଡି କୋକଟେଲ୍ର ପ୍ରଥମ ପରୀକ୍ଷଣ। ଏହା ସଫଳ ହେଲେ ଆମେରିକାରେ କରୋନାର ଚିକିତ୍ସା ହେବା ସହିତ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ରେଗନରନ ଫାର୍ମାସ୍ୟୁଟିକଲ୍ସ ଆଶା ପ୍ରକାଶ କରିଛି।
ଏହି କ୍ଲିନିକଲ ଟ୍ରାଏଲ ବୁଧବାର ଆରମ୍ଭ ହେବ। ରେଗନେରନ କହିଛି ଯେ, ଅଧ୍ୟୟନ କରାଯାଇଥିବା ଚାରି ଭିନ୍ନ ଭିନ୍ନ ବର୍ଗର ଲୋକଙ୍କଠାରେ ଏହି ପରୀକ୍ଷଣ କରାଯିବ। ଏଥିରେ ଯେଉଁ ଲୋକ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଅଛନ୍ତି, ଯାହାଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳୁଛି କିନ୍ତୁ ହସ୍ପିଟାଲରେ ଭର୍ତ୍ତି ହୋଇ ନାହାନ୍ତି, ଯେଉଁ ବ୍ୟକ୍ତି ସୁସ୍ଥ ଅଛନ୍ତି କିନ୍ତୁ କରୋନାରେ ଅସୁସ୍ଥ ହେବାର ସମ୍ଭାବନା ଅଧିକ ରହିଛି ଏବଂ ସୁସ୍ଥ ଲୋକ ଯେଉଁମାନେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କଠାରେ ଆଣ୍ଟିବଡି କକ୍ଟେଲ୍ର ପରୀକ୍ଷଣ କରାଯିବ।
ଆମେ ଏକ ୟୁନିକ୍ ଆଣ୍ଟି-ଭାଇରାଲ ଆଣ୍ଟିବଡି କକଟେଲ୍ ପ୍ରସ୍ତୁତ କରିଛୁ। ଯାହା କ୍ଷମତାର ସହିତ ସଂକ୍ରମଣ ଦୂର କରିବା ସହିତ ଶରୀରକୁ ସଂକ୍ରମଣରୁ ରକ୍ଷା କରିବ ବୋଲି ରେଗେନେରନର ସହ ସଂସ୍ଥାପକ ତଥା ସଭାପତି ମୁଖ୍ୟ ବୈଜ୍ଞାନିକ ଅଫିସର ଡ. ୟାନକପୋଲୋସ୍ କହିଛନ୍ତି। ବିଶ୍ଵକୁ ଏବେ ବହୁମୁଖୀ ସମାଧାନର ଆବଶ୍ୟକତା ରହିଛି ଏବ ବାୟୋଫାର୍ମ ଶିଳ୍ପ ବିଭିନ୍ନ ପ୍ରକାରର ଆଭିମୁଖ୍ୟ ସହିତ ଯଥାସମ୍ଭବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କଠିନ ପରିଶ୍ରମ କରୁଛି।”
ଆଣ୍ଟିବଡି ହେଉଛି ଏକ ପ୍ରୋଟିନ୍ ଯାହାକି ଶରୀରକୁ କୋଭିଡ୍ -୧୯ପରି ବିପଦରୁ ରକ୍ଷା କରିବା ପାଇଁ ପ୍ରାକୃତିକ ଭାବରେ ତିଆରି କରିଥାଏ। ଯାହାକୁ ଆଣ୍ଟିବଡି କକଟେଲ ପାଇଁ ମୋନୋକ୍ଲୋନାଲ ଆଣ୍ଟିବଡି କୁହାଯାଏ।