Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ଚିକିତ୍ସା କରିବାକୁ ମନା କଲା ହସ୍ପିଟାଲ୍‌, ଗେଟ୍‌ ବାହାରେ ପ୍ରସବ କଲେ କରୋନା ପଜିଟିଭ୍‌ ମହିଳା

14/11/2020 at 10:02 PM

ନୂଆଦିଲ୍ଲୀ ୧୪/୧୧: ହସ୍ପିଟାଲଗୁଡ଼ିକର ମନମାନୀ ପାଇଁ ବହୁ ରୋଗୀ ମରଣ ମୁହଁରେ ପଡ଼ନ୍ତି। ଡାକ୍ତରମାନେ ରୋଗୀଙ୍କୁ ସଠିକ୍‌ ସମୟରେ ଚିକିତ୍ସା ନକରିବାକରୁ ରୋଗୀ ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସୁଛି। ତେବେ ଏନେଇ ବାରମ୍ବାର ସରକାରଙ୍କ ପକ୍ଷରୁ ତାଗିଦ କରାଯାଉଥିଲେ ବି ଫଳ ଶୂନ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଜାମ୍ମୁକାଶ୍ମୀରର ବାନ୍ଦିପୁରା ଅନ୍ତର୍ଗତ ହାଜିନ୍‌ ଅଞ୍ଚଳରେ ଘଟିଛି।

ଜଣେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସା କରିବାକୁ ମନା କରିଦେଇଥିଲେ। ତେବେ କୋଭିଡ ପଜିଟିଭ୍‌ ଥିବା ମହିଳା ହସ୍ପିଟାଲ ବାହାରେ ପିଲା ଜନ୍ମ କରିଥିବା ଜଣାପଡ଼ିଛି। ଅଜଣା ପଥଚାରୀଙ୍କ ସହାୟତାରେ ମହିଳା ଜଣଙ୍କ ପିଲା ଜନ୍ମ କରିଥିବା ବେଳେ  ହସ୍ପିଟାଲ ମନମାନୀକୁ ନେଇ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁସାରେ ଗର୍ଭବତୀ ମହିଳା ଜଣଙ୍କ ଦୁର୍ଗମ ଅଞ୍ଚଳର ଗାଁ ଭେଓ୍ବାନର ବୋଲି ଜଣାପଡ଼ିଛି। ସେପଟେ ଯନ୍ତ୍ରଣା ଅନୁଭବ କରିବା ପରେ ପରିବାର ଲୋକେ ତାଙ୍କୁ ଜିଲ୍ଲା ସରକାରୀ ହସ୍ପିଟାଲକୁ ଆଣିଥିଲେ। ସେଠାକର ଡାକ୍ତର ତାଙ୍କର କରୋନା ପରୀକ୍ଷା କରିବାକୁ କହିଥିଲେ। ପରିବାର ଲୋକେ ମହିଳାଙ୍କ କରୋନା ପରୀକ୍ଷା କରାଇଥିଲେ। ପରେ ମହିଳା କରୋନା ପଜିଟିଭ୍‌ ଥିବା ରିପୋର୍ଟ ଆସିଥିଲା।

ଡାକ୍ତର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ମନା କରିବା ସହ ପାଖ​‌ରେ ଥିବା ଏକ କୋଭିଡ ହସ୍ପିଟାଲ ଯିବାକୁ କହିଥିଲେ। ଧିରେଧିରେ ମହିଳାଙ୍କ ଯନ୍ତ୍ରଣା ବଢ଼ିଥିବା ବେଳେ ମହିଳାଙ୍କୁ ଡାକ୍ତର ଚିକିତ୍ସା କରିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶେଷରେ ମହିଳା ଜଣଙ୍କ ହସ୍ପିଟାଲ ଗେଟ୍‌ ବାହାରେ ପ୍ରସବ କରିଥିଲେ। ପ୍ରସବ ପରେ ବି ଡାକ୍ତରମାନେ ଆସିନଥିବା ପରିବାର ଲୋକେ କହିଛନ୍ତି।

ପରିବାର ଲୋକଙ୍କ କହିବା ଅନୁଯାୟୀ, ପାଖରେ ଥିବା କିଛି ଲୋକ ପ୍ରସବ ସମୟରେ ଘୋଡ଼ାଇବା ପାଇଁ କମଳ ଦେଇଥିଲେ। କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଏଭଳି ଘଟଣାକୁ ହାଲ୍‌କାରେ ନେଇଥିଲେ। ତେବେ ହସ୍ପିଟାଲର କର୍ମଚାରୀ ଓ ଡାକ୍ତରଙ୍କ ଏଭଳି ବ୍ୟବହାର ବିରୋଧରେ ମହିଳାଙ୍କ ପରିବାର ଲୋକଙ୍କ ସ​‌ମେତ ସ୍ଥାନୀୟ ଲୋକେ ବିରୋଧ ପ୍ରଦର୍ଶନ କରିଥିବା ଜଣାପଡ଼ିଛି।   

   Related Posts