Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ରିଫ୍ଲେକ୍‌ସନ ଅଫ୍‌ ଡେକାଗୋନ…ଚିତ୍ର ପ୍ରଦର୍ଶନୀ

23/06/2020 at 6:27 PM

ଭୁବନେଶ୍ବର୨୩/୬: “ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ…. ଗୋପବନ୍ଧୁ ଦାଶ “
ଯେତେବେଳେ ସାରା ବିଶ୍ବ କୋଭିଡ -୧୯ ନାମକ ମହାମାରୀରେ ଆକ୍ରାନ୍ତ, ପ୍ରାୟ ସବୁ ଦେଶରେ ଆହାକାର ପଡିଛି। ରୋଗରୁ ମୁକ୍ତି ପାଇଁ ବୈଜ୍ଞାନିକ ପଦ୍ଧତି ଅନବରତ ସାଧନାରେ ଲିପ୍ତ। ଏନେଇ ସାରା ମାନବ ସମାଜ ଆକୁଳ। କେମିତି ପୁଣି ଥରେ ସେହି ପୁରୁଣା ଚିରାଚରିତ ସମୟ ଫେରି ଆସିବ, ଏ ନେଇ ସମସ୍ତେ ପ୍ରାୟ ବ୍ୟାକୁଳ । ବିଭିନ୍ନ କ୍ଷେତ୍ର ଏବଂ ବର୍ଗ ବିଶେଷଙ୍କ ଜୀବନ ଜୀବିକା ଉପରେ ଏକ ବିଶାଳ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମାତ୍ର ମାନବ ସମାଜରେ ଅନେକ ଶକ୍ତିର ଆତ୍ମବିଶ୍ବାସ, ଆମେ ପୁଣି ଉଠିବା, ଆମେ ପୁଣି ବଞ୍ଚିବା , ମାନବ ମାନବ ଭିତରେ ଥିବା ଅନ୍ତରଙ୍ଗ ଭାବକୁ ପୁଣି ଥରେ ଏକ ଧାରାରେ ସ୍ଥାପିତ କରିବା ଏହା ହଁ ଭାରତୀୟ ସଂସ୍କୃତିର ମୂଳମନ୍ତ୍ର -” ବସୁଧୈବ କୁଟୁମ୍ବ କମ୍ ” ।

ଏହି ପରିପ୍ରେକ୍ଷୀରେ ଭାରତରେ କଳା ସଂସ୍କୃତିରେ ଲିପ୍ତ ଥିବା ସାଧକଙ୍କ ମନରେ ଏକ ଅହେତୁକ ଆତ୍ମବିଶ୍ବାସ , ପ୍ରତିକୁଳ ପରିସ୍ଥିତିରେ ସମାଜ ରେ ଆଖପାଖରେ ଘଟୁଥିବା ଘଟଣାକୁ ନଜର ରଖି , ତଥା ଆତ୍ମବିଶ୍ଳେଷଣର ମାଧ୍ୟମରେ ଆଗକୁ ଆଗେଇ ଆସନ୍ତି ଭାରତର ଅଗ୍ରଣୀ ଦଶଜଣ କଳାକାର । ନିଜର କଳା ମାଧ୍ୟମରେ ଚିତ୍ର ରଚନା କରି ଆନ୍ତର୍ଜାତିକ ସ୍ତରରେ ନିଜ ନିଜର ଚିତ୍ର ମାଧ୍ୟମରେ ସନ୍ଦେଶ ଦେଉଛନ୍ତି । ଆଜି ଠାରୁ ଏହି ପ୍ରଦର୍ଶନୀର ଶୁଭାରମ୍ଭ ଅନଲାଇନ ମାଧ୍ୟମରେ Iamart.ist ଗ୍ୟାଲେରୀରେ ପ୍ରଦର୍ଶିତ ହେଲା। ଭାରତର ବିଭିନ୍ନ ପ୍ରଦେଶରେ ସାଧନା ରତ ଅଗ୍ରଣୀ କଳାକାରଙ୍କ ଚିତ୍ର ଏଥିରେ ସ୍ଥାନ ପାଇଛି।

ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା କଳାକାର ହେଲେ , ମହାରାଷ୍ଟ୍ରରୁ ଦିପକ ସୋନାର, ହିମାଚଳ ପ୍ରଦେଶ, ଶିମିଳାରୁ ହିମ ଚାଟାର୍ଜୀ, ଜାମ୍ମୁ କାଶ୍ମୀର ଜାମ୍ମୁ ରୁ କେ. କେ. ଗାନ୍ଧୀ, ଚଣ୍ଡୀଗଡ଼ ସହରରୁ ମଦନ ଲାଲ୍, ହରିୟାଣା କୁରୁକ୍ଷେତ୍ରରୁ ରାମ ଭିରଜଂନ , ଛତୀଶଗଡ, ଖ‌ଇରାଗଡ ସହରରୁ ଭି . ନାଗ ଦାସ ସମେତ ଦିଲ୍ଲୀ ଏନସିଆରରେ ରହୁଥିବା ଅଗ୍ରଣୀ ଓଡ଼ିଆ କଳାକାରଙ୍କ ମଧ୍ୟରୁ , ଅନୁପ ଚାନ୍ଦ , ପ୍ରଦୋଷ ସ୍ବାଇଁ, ତପନ ଦାଶ ଏବଂ ସୁଧାଂଶୁ ସୂତାରଙ୍କ ଚିତ୍ର ସ୍ଥାନ ପାଇଛି । ଏହି ପ୍ରତିକୁଳ ସମୟରେ କେବଳ ଅନଲାଇନ୍‌ ମାଧ୍ୟମରେ ହିଁ ଚିତ୍ର ପ୍ରଦର୍ଶନୀ ହୋଇପାରେ। ଦର୍ଶକ ସାରା ବିଶ୍ବରେ ବିଭିନ୍ନ କୋଣରୁ ଚିତ୍ର ଦେଖିପାରିବେ । ଆସନ୍ତା ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଟି ଚାଲିବ ।

   Related Posts