ବିଜେପୁର ଉପ ନିର୍ବାଚନ ; ୯୭୯୯୦ ଭୋଟ ବ୍ୟବଧାନରେ ବିଜୟୀ ହେଲେ ରୀତା, ଅନ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ ଜାଣନ୍ତୁ

Published By : Prameya-News7 Bureau | October 24, 2019 IST

ବିଜେପୁର୨୪|୧୦: ରେକର୍ଡ ସଂଖ୍ୟକ ଅର୍ଥାତ ୯୭୯୯୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ରୀତା ସହୁ ବିଜେପୁର ଉପ ନିର୍ବାଚନ ଜିତିଛନ୍ତି । ମୁଖ୍ୟ ନିର୍ବାଚନ  ଅଧିକାରୀ ସୁଶୀଲ କୁମାର ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ତଥ୍ୟ ଅନୁସାରେ ରୀତା ସାହୁ ୧ଲକ୍ଷ ୩୫ହଜାର ୯୫୭ ଖଣ୍ଡ ଭୋଟ ପାଇଛନ୍ତି । ସେହିଭଳି ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ଦୀ ବିଜେପି ପ୍ରାର୍ଥୀ ସନତ ଗଡତିଆ ୩୭୯୬୭ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ୫୮୭୩ ଖଣ୍ଡ ଭୋଟ ପାଇଛନ୍ତି । ହିନ୍ଦି ମହାସଭା ପ୍ରାର୍ଥୀ ଅଶୋକ ମିତଲ ୧୨୧୯ଖଣ୍ଡ ଭୋଟ ପାଇଥିବାବେଳେ ସ୍ବାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହୀତ ୧୦୫୩ ଖଣ୍ଡ ଭୋଟ ପାଇଛନ୍ତି ।

{"id":174114}

ବିଜେପୁର ଉପ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଥିବାରୁ ବିଭିନ୍ନ ରାଜନୈତିକ ଦଳ, ନିର୍ବାଚନରେ ନିୟୋଜିତ କର୍ମଚାରୀ, ଗଣ ମାଧ୍ୟମ ଓ ସୁରକ୍ଷା କର୍ମୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଧନ୍ୟବାଦ ପ୍ରଦାନ କରିଛନ୍ତି । ସର୍ଭିସ ଭୋଟ ଓ ପୋଷ୍ଟାଲ ବେଲଟ ସମ୍ପର୍କରେ ମଧ୍ୟ ଶ୍ରୀ ଲୋହାନୀ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସମୁଦାୟ ୬ଟି ପୋଷ୍ଟଲ ଭୋଟ ଆସିଥିଲା । ସେଥି ମଧ୍ୟରୁ ୫ଟି ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କୁ ମିଳିଥିବାବେଳେ ଗୋଟିଏ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ମିଳିଛି । ସେହିଭଳି ୧୬ଟି ସର୍ଭିସଭୋଟ ମିଳିଛି । ସେଥି ମଧ୍ୟରୁ ୨ଟି କଂଗ୍ରେସକୁ ମିଳିଥିବାବେଳେ ୭ଟି ବିଜେପିକୁ ମିଳିଛି । ଅବଶିଷ୍ଟ ଆଉ ସାତଟି ବିଜେଡିକୁ ମିଳିଛି । ଏହି ଉପ ନିର୍ବାଚନରେ ନୋଟାରେ ୧୯୮୨ ଜଣ ଭୋଟ ଦେଇଛନ୍ତି ।

{"id":174115}

ବିପୁଳ ଭୋଟରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପୁର ଉପ ନିର୍ବାଚନରେ ବିଜୟୀ ହେଉଥିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୀତାଙ୍କ ସହ ଟେଲିଫୋନ ଯୋଗେ କଥା ହୋଇ ଅଭିନନ୍ଦନ ଜଣାଇଛନ୍ତି । ବିଧାନ ନିର୍ବାଚନ ଇତିହାସର ସମସ୍ତ ରେକର୍ଡ ଭାଙ୍ଗିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

{"id":174092}

ସୂଚନାଯୋଗ୍ୟ ଯେ, ସାଧାରଣ ନିର୍ବାଚନ ବେଳେ ଖଣ୍ଡପଡାରୁ ବିଜେଡି ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ସର୍ବାଧିକ ୮୧ ହଜାର ୪୩୦ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.