Redmi Note 7S ଫୋନରେ ଲାଗିଲା ନିଆଁ: ଯାଞ୍ଚ ପରେ ଜଣାପଡ଼ିଲା,କମ୍ପାନୀ କହିଲା ୟୁଜର୍ସଙ୍କ ଭୁଲ

Published By : Prameya-News7 Bureau | November 22, 2019 IST

ନୂଆଦିଲ୍ଲୀ୨୨/୧୧: ଭାରତରେ ନମ୍ବର ଓ୍ବାନ ସ୍ମାର୍ଟଫୋନ କମ୍ପାନୀ ହେଉଛି Xiaomi। ସେହିପରି Redmi Note ସିରିଜ ମଧ୍ୟ ବହୁ ଲୋକପ୍ରିୟ ଫୋନ । କିନ୍ତୁ ଏକ ଖବର ଆସିଛି ଯେ ରେଡ୍‌ମି ନୋଟ୍‌ ସେଭେନ ଏସ୍‌ (Redmi Note 7S) ଫୋନରେ ଅଚାନକ ନିଆଁ ଲାଗିଯାଇଥିଲା। ୟୁଜର୍ସଙ୍କ କହିବା ଅନୁସାରେ ସେ ସାଧାରଣର ଭାବେ ଏହି ମୋବାଇଲ ଫୋନ୍‌କୁ ବ୍ୟବହାର କରୁଥିଲେ। ହେଲେ ମୋବାଇଲ ଫୋନରେ ନିଆଁ ଲାଗିଗଲା। ନିଆଁ ଲାଗିବା ସମୟରେ ମୋବାଇଲ ଚାର୍ଜରେ ବି ନ ଥିଲା।

Xiaomiର  ସୂଚନା ଅନୁସାରେ ଫୋନର ବ୍ୟାଟେରୀ ଖରାପ ଯୋଗୁଁ ନିଆଁ ଲାଗିଥିଲା। ୟୁଜର୍ସଙ୍କ ଭୁଲ୍  ପାଇଁ ଏଭଳି ଘଟଣା ଘଟିଥିବା କଥା Xiaomi କହିଛି।  

Xiaom କମ୍ପାନୀ ଭଲ ନୁହେଁ ବୋଲି ୟୁଜର୍ସ ସୋସିଆଲ ମିଡିଆରେ ଦାବି କରିଛନ୍ତି। ଫୋନରେ ନିଆଁ ଲାଗିବା ଘଟଣାରେ Xiaom ଏକ ଷ୍ଟେଟ୍‌ମେଣ୍ଟ ଜାରି କରିଛି। Xiaom ଜାତୀୟ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଯେ ୟୁଜର୍ସଙ୍କ ଭୁଲ ପାଇଁ ଫୋନରେ ନିଆଁ ଲାଗିଥିଲା। ତେଣୁ Xiaomର ପ୍ରଡ଼କ୍ଟର କ୍ବାଲିଟି ଉପରେ କମ୍ପାନୀର ପ୍ରାଥମିକତା ରହିଛି। ଗତ ପାଞ୍ଚ ବର୍ଷ ହେଲା Xiaom କମ୍ପାନୀ ଉପରେ ଗ୍ରାହକ ବିଶ୍ବାସ ରଖିଛନ୍ତି। ଫୋନରେ କାହିଁକି ନିଆଁ କେମିତି ଲାଗିଲା ବୋଲି ଯାଞ୍ଚ ପରେ ସୂଚନା ମିଳିଥିଲା। ଏକ୍ସଟର୍ନାଲ ଫୋର୍ସ ଦ୍ବାରା ଫୋନରେ ନିଆଁ ଲାଗିଥିଲା।

ସୂଚନା ଅନୁସାରେ ଏଆଆଇଆଇଏମଏସର ଜଣେ ଡାକ୍ତର ଏହି ଅଭିଯୋଗ ଆଣିଥିଲେ। ଟେବୁଲ ଉପରେ ମୋବାଇଲ ଫୋନ ରଖିଥିବା ଅବସ୍ଥାରେ ନିଆଁ ଲାଗି ଯାଇଥିବା ଡାକ୍ତର କହିଛନ୍ତି। ଗ୍ରାହକଙ୍କ ଅଧା ପଇସା ରି-ଫଣ୍ଡ କରିବ ବୋଲି କମ୍ପାନୀ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.