Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଖୁବଶୀଘ୍ର ଆସିପାରେ ସାଓମିର ରେଡ ନୋଟ ୧୧ସିରିଜ, ଜାଣନ୍ତୁ କଣ ରହିଛି ବିଶେଷତ୍ୱ…

18/10/2021 at 10:55 AM

ଚୀନର ସ୍ମାର୍ଟ ଫୋନ ନି଼ର୍ମାତା କମ୍ପାନୀ ସାଓମି ତାର ରେଡମି ନୋଟ ସିରିଜର ନୁଆ ଜେନେରେସନ ରେଡମି ନୋଟ ୧୧ରେ କାମ କରୁଛି । ଏହାର ଖୁବ ଶୀଘ୍ର ବଜାର ପ୍ରବେଶ ହୋଇପାରେ । ଏହା ଖୁବ ଶୀଘ୍ର ଗ୍ରାହକମାନଙ୍କ ପାଇଁ ଉନ୍ମୋଚନ ହେବ ବୋଲି ସୋସିଆଲ ମିଡିଆ ପ୍ଲାଟଫର୍ମରେ କମ୍ପାନୀ ସୂଚନା ଦେଇଛି । ସାମ୍ୱାଦିକ ମାନଙ୍କ କହିବା ଅନୁଯାୟୀ ନଭେମ୍ୱର ୧୧ ତାରିଖ ପୂର୍ବରୁ ଏହା ଲଞ୍ଚ ହୋଇପାରେ ।

କିନ୍ତୁ ବଜାରକୁ ଆସିବା ପୂର୍ହରୁ ଏହାର ଦାମ ଜଣାପଡ଼ିଯାଇଛି । ସାଓମି ରେଡମି ନୋଟ ୧୧ ସିରିଜର ଦାମ ଏକ ବିଶେଷ ସୂତ୍ରରୁ ଜଣା ପଡ଼ିଛି । ସୂଚନା ଅନୁସାରେ ରେଡମି ନୋଟ ୧୧ ଦୁଇଟି ଭେରିଆଣ୍ଟରେ ଉପଲବ୍ଧ ହେବ । ଯେଉଁଥିରେ ପ୍ରଥମଟି ୬ ଜିବି ରାମ ସହ ୧୨୮ ଷ୍ଟୋରେଜ ଥିବା ବେଳେ ଦ୍ୱିତୀୟ ଭାରିଆଣ୍ଟରେ ୮ ଜିବି ରାମ ସହିତ ୧୨୮ ଷ୍ଟୋରେଜ ଉପଲବ୍ଧ ରହିଛି ।

ମିଳିଥିବା ସୂଚନା ଅନୁସାରେ ରେଡମି ନୋଟ ୧୧ (୬ଜିବି+୧୨୮ଜିବି)ର ଦାମ ଚାଇନା ମୁଦ୍ରାରେ ୧,୧୯୯ ୟୁଆନ ବା ଭାରତୀୟ ମୁଦ୍ରାରେ ୧୪,୦୦୦ଟଙ୍କା ଥିବାବେଳେ ୮ଜିବି ରାମ +୧୨୮ ଷ୍ଟୋରେଜ ର ମୂଲ୍ୟ ୧,୫୯୯ୟୁଆନ ବା ୧୮,୫୦୦ ଟଙ୍କାରେ ମିଳିପାରେ । ବର୍ତ୍ତମାନ ମିଳିଥିବା ସୂଚନା ଅନୁଶାରେ ରେଡମି ନୋଟ ୧୧ ପ୍ରୋ ତିନୋଟି ଭେରିଆଣ୍ଟରେ ଆସିପାରେ ।

ପ୍ରୋ ସିରିଜ୍ ଭାରିଆଣ୍ଟ ର ୬ଜିବି+୧୨୮ଜିବି ଫୋନର ମୂଲ୍ୟ ୧୫୯୯ ୟୁଆନ ବା ୧୮,୫୦୦ ବୋଲି ସ୍ଥିର କରାଯାଇଛି । ୮ଜିବି ରାମ +୧୨୮ ଜିବି ଷ୍ଟୋରେଜ୍ର ମୂଲ୍ୟ ୧,୭୯୯ ୟୁଆନ ବା ୨୦,୯୯୯ ଟଙ୍କା ଥିବାବେଳେ ୮ଜିବି ରାମ +୨୫୬ ଜିବି ଷ୍ଟୋରେଜର ମୂଲ୍ୟ ୧୯୯୯ ୟୁଆନ ବା ଭାରତୀୟ ମୁଦ୍ରାରେ ୨୩,୩୦୦ ଟଙ୍କାରେ ମିଳିପାରେ । ଆସୁଥିବା ରେଡମି ନୋଟ ୧୧ସ୍ମାର୍ଟଫୋନରେ ଆପଣଙ୍କୁ ଏଲସିଡି ପ୍ୟାନେଲ ମିଳିପାରେ ।

ଯାହାକି ୧୨୦Hz ର ରିଫ୍ରେଶ ରେଟ ସହିତ ଆସିବ । ଏଥିରେ ୧୩ ମେଗା ପିକ୍ସେଲର ଫ୍ରଣ୍ଟ କ୍ୟାମେରା ଓ ୫୦ ମେଗା ପିକ୍ସେଲର ରିୟର କ୍ୟାମେରା ମିଳିପାରେ। ଫୋନରେ MediaTek Dimensity ୮୧୦ର ପ୍ରୋସେସର ମିଳିପାରେ । ଏଥିରେ ୫୦୦୦ଏମଏଚ ବ୍ୟାଟେରି ସହିତ ୩୩ୱାଟ୍ର ଫାଷ୍ଟ ଚାର୍ଜିଙ୍ଗର ସୁବିଧା ଅଛି ।

   Related Posts