କରୋନା ଔଷଧ 2DGର କମର୍ସିଆଲ ଲଞ୍ଚ ଜୁନ୍‌ରେ : ରେଡିଜ୍ ଲ୍ୟାବ୍

Published By : Prameya-News7 Bureau | May 20, 2021 IST

ହାଇଦ୍ରାବାଦ ୨୦।୫: ଦେଶରେ କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହରରେ ଡକ୍ଟର ରେଡିଜ୍‌ ଲ୍ୟାବ ପ୍ରସ୍ତୁତ କରିଥିବା କରୋନା ଔଷଧ ଟୁ ଡି ଅକ୍ସି ଡି ଗ୍ଲୁକୋଜ୍‌ (୨ଡିଜି) ସ୍କାଚେଟ୍‌ ଏବେ ଦେଶରେ କେବଳ ଏମ୍ସ ଓ  ସେନା ସଞ୍ଚାଳିତ କୋଭିଡ ହସ୍ପିଟାଲମାନଙ୍କରେ ଉପଲବ୍ଧ ହେଉଛି। ତେବେ ଜୁନ ମଧ୍ୟ ସପ୍ତାହ ବେଳକୁ ଔଷଧର ବ୍ୟବସାୟୀକ ବିପଣନ ଆରମ୍ଭ ହେବ ବୋଲି ରେଡିଜ୍ ଲ୍ୟାବ ଗୁରୁବାର ସୂଚିତ କରିଛନ୍ତି। ସେତେବେଳେ ଏହା ଦେଶର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବ। ଔଷଧର ମୂଲ୍ୟ କେତେ ରହିବ ସେତେବେଳେ ନିର୍ଦ୍ଧାରିତ ହେବ।

ଜୁନ ଆରମ୍ଭରୁ ଔଷଧ ନିର୍ମାତା ସାପ୍ତାହିକ ୧ଲକ୍ଷ ସ୍କାଚେଟ୍‌ ଉତ୍ପାଦନ ଆରମ୍ଭ କରିବାକୁ ଲକ୍ଷ ରଖିଛନ୍ତି। ତେବେ ଔଷଧକୁ ନେଇ ସୋସିଆଲ ମିଡିଆରେ ନାନା ଭ୍ରମାତ୍ମକ ସୂଚନା ପ୍ରସାରଣ ପରେ ରେଡିଜ୍‌ ଲ୍ୟାବ ଔଷଧର ଉପଲବ୍ଧତା ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି। କରୋନା ଭାଇରସ ମହାମାରୀ ଚିକିତ୍ସା ଲାଗି ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ)ଙ୍କ ନ୍ୟୁକ୍ଲିୟର ମେଡିସିନ ଏଣ୍ଡ ଏଲାଏଡ ସାଇନେସେସ୍‌  ରେଡିଜ୍ ଲ୍ୟାବ ସହ ମିଶି ଏହି ଦ୍ରବଣ ପ୍ରସ୍ତୁତ କରିଛନ୍ତି। ଯାହା ସ୍କାଚେଟ୍‌ ଆକାରରେ ଉପଲବ୍ଧ ହେବ। ମଧ୍ୟମରୁ ଗୁରୁତର ରୋଗୀଙ୍କୁ ପାଣିରେ ଗୋଳି ପିଆଇଲେ ଶରୀରେ ଭୂତାଣୁ ପ୍ରକୋପ ହ୍ରାସ ସହ ରୋଗୀଙ୍କୁ ୪୦ ପ୍ରତିଶତ କମ୍‌ ଅକ୍ସିଜେନ ଆବଶ୍ୟକ ହେବ। କରୋନା ମୁକାବିଲାରେ ଏହା ସଞ୍ଜିବନୀ ଭଳି କାମ କରିବ ବୋଲି ଆଶା କରାଯାଉଛି।

ଔଷଧର ଉନ୍ମୋଚନ ଅବସରରେ ୧୦ ହଜାର ସ୍କାଚେଟ୍‌ ଉପଲବ୍ଧ କରାଯାଇଥିଲା। ଏହି ଔଷଧକୁ ଡିସିଜିଆଇ ଜରୁରି ଅନୁମୋଦନ ମଧ୍ୟ କରିଛନ୍ତି। ତେବେ କମ୍ପାନୀଏପର୍ଯ୍ୟାନ୍ତ ବ୍ୟବସାୟୀକ ଉତ୍ପାଦନ ଆରମ୍ଭ କରିନାହିଁ। ଗତ ମେ ୮ ତାରିଖ ଦିନ ଡିଆରଡିଓ ଔଷଧ ସମ୍ପର୍କରେ ଘୋଷଣା କରିଥିବା ବେଳେ ମେ ୧୭ ତାରିଖ ଦିନ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଔ,ଧର ଉନ୍ମୋଚନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.