କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ରକ୍ତ ସଂଗ୍ରହ କରିବ ରେଡକ୍ରସ୍, ପ୍ଲାଜମାରେ ରହିଛି ଭାଇରସ ପ୍ରତିରୋଧି କ୍ଷମତା

Published By : Prameya-News7 Bureau | April 09, 2020 IST

ନୂଆଦିଲ୍ଲୀ, ୦୯|୦୪:  ରେଡ୍ କ୍ରସ୍ ଏବେ ସେହିମାନଙ୍କୁ ଠାବ କରିବାକୁ ଚେଷ୍ଟା କରୁଛି ଯେଉଁମାନେ କୋଭିଡ-୧୯ରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଛନ୍ତି । କାରଣ ସେମାନେ ଗୁରୁତର ଥିବା କରୋନା ରୋଗୀଙ୍କୁ ପ୍ଲାଜମା ଦାନ କରିବେ ବୋଲି ରେଡକ୍ରସ୍ ଆଶା କରୁଛି । ଏହାସହ ଅନ୍ୟ ମାରାତ୍ମକ ରୋଗରେ ଆକ୍ରାନ୍ତ ଥିବା ରୋଗୀଙ୍କୁ ମଧ୍ୟ ଏହି ପ୍ଲାଜମା ଦିଆଯାଇ ପାରିବ ବୋଲି ରେଡକ୍ରସ୍ କହିଛି ।

{"id":251537,"width":756,"height":503,"sizeSlug":"large"}

ଯେଉଁମାନେ ସମ୍ପୂର୍ଣ୍ଣ ଭାବେ କରୋନା ଭାଇରସକୁ ମାତ ଦେଇଛନ୍ତି, ସେମାନଙ୍କ ରକ୍ତରେ ଆଣ୍ଟିବଡି ରହିଥାଏ । ଯାହା ଭାଇରସ ଉପରେ ଆକ୍ରମଣ କରିପାରେ । ଏହାକୁ ଗୁରୁକର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ରୟୋଗ କରାଯାଇପାରିବ । ତେବେ କରୋନା ଭାଇରସ ପାଇଁ ଏବେସୁଦ୍ଧା କୌଣସି ଓଷଧ ବାହାରି ନାହିଁ । ସେହି ସମୟରେ ପ୍ଲାଜମା ସଞ୍ଜିବନୀ ଭାବେ କାର୍ଯ୍ୟ କରିଥାଏ ।

ରେଡ୍ କ୍ରସ୍ ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନକୁ ରକ୍ତଦାତାଙ୍କ ପରିଚୟ ପ୍ରଦାନ କରିବାକୁ କହିଛି । ଏହାସହ ଆବଶ୍ୟକୀୟ ରୋଗୀଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ପରାମର୍ଶ ଦେଇଛି । ଯଦି ଆପଣ ମଧ୍ୟ କରୋନାରୁ ସୁସ୍ଥ ହୋଇଛନ୍ତି ତେବେ ରେଡକ୍ରସ୍ ସହ ସମ୍ପର୍କ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.